ଘରକୁ ସକାରାତ୍ମକ ଶକ୍ତିର ସଂଚାର ପାଇଁ କରନ୍ତୁ ବିଛଣା ସହ ଜଡ଼ିତ ଏହି ସରଳ ଉପାୟ
ଆମ ଜୀବନରେ ବାସ୍ତୁଶାସ୍ତ୍ରର ବେଶ ମହତ୍ବ ରହିଥାଏ । ଘରେ ବ୍ୟବହୃତ ପ୍ରତ୍ୟେକ ବସ୍ତୁ ସହ ବାସ୍ତୁଶାସ୍ତ୍ର ଜଡ଼ିତ । ତେବେ ପ୍ରାୟ ପ୍ରତିଟି ଘରେ ବିଛଣା ବା ବେଡ ରହିଥାଏ । ଏହା ଆରାମ କରିବା ପାଇଁ ଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଜାଗାର ଅଭାବରୁ ଆମେ ଏହାତଳେ ଅନେକ ଜିନିଷପତ୍ର ରଖିଦେଇଥାଉ । ତେବେ ଏଭଳି କରିବା ଦ୍ବାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ ।
ବାସ୍ତୁଶାସ୍ତ୍ର ଅନୁସାରେ ବିଛଣା ବା ବେଡ଼ ତଳ ପରିଷ୍କାର ରହିବା ଦରକାର | ଏହାଦ୍ୱାରା ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ | ଫଳରେ ଭଲ ନିଦ ମଧ୍ୟ ହୋଇଥାଏ ଓ ନକାରାତ୍ମକ ଶକ୍ତିରୁ ବ୍ୟକ୍ତି ବଞ୍ଚିତ ହୁଏ | ବେଡ଼କୁ କେବେ ବି କୋଠରୀର କୌଣସି କୋଣରେ କାନ୍ଥ ସହ ଲଗାଇ ରଖିବା ଉଚିତ ନୁହେଁ | ଏହାଦ୍ୱାରା ବାୟୁ ପ୍ରବାହ ପ୍ରଭାବିତ ହୋଇଥାଏ |
କିଛି ଲୋକେ ବେଡ଼ ତଳେ ଝାଡୁ କିମ୍ବା ଅନ୍ୟ କୌଣସି ଅଦରକାରୀ ଆଦି ମଧ୍ୟ ରଖିଦେଇଥାନ୍ତି | ଏହିଭଳି କାମ ଭୁଲରେ କରିବା କଥା ନୁହେଁ | ଏହାଦ୍ୱାରା ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥାଏ | ଏହିଭଳି କରିବା ଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ | ବିଛଣା ସର୍ବଦା ସୁବ୍ୟବସ୍ଥିତ ଓ ସମତଳ ରହିବା ଆବଶ୍ୟକ | ବିଛଣାର କୌଣସି ସ୍ଥାନରେ ଉଚ୍ଚ ନୀଚ ରହିବା ଉଚିତ ନୁହେଁ |
ଗଦି କିମ୍ବା ବେଡ଼ସିଟ ତଳେ ମଧ୍ୟ କିଛି ରଖିବା ଉଚିତ ନୁହେଁ | ନିତ୍ୟ ବିଛଣା ତ୍ୟାଗ କରିବା ପରେ ଶେଜକୁ ସାଇଜ କରିବା ଉଚିତ | ବେଡ଼ ସର୍ବଦା କୋଠରୀର ଦକ୍ଷିଣ ଏବଂ ପଶ୍ଚିମ ସ୍ଥାନରେ ରଖିବା ଉଚିତ | ମନେ ରଖନ୍ତୁ ବେଡ଼ ସବୁବେଳେ କାଠରେ ତିଆରି ହୋଇଥିବା ଦରକାର |
ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଓଜନିଆ ଵସ୍ତୁ ରଖିବାକୁ ବାରଣ କରାଯାଇଛି | ଖଟ ବା ବେଡ଼ ଓଜନିଆ ଵସ୍ତୁ | ଶୋଇବା ପରେ ଏହା ଆହୁରି ଓଜନିଆ ହୋଇଯାଇଥାଏ | ସେଥିପାଇଁ ଦକ୍ଷିଣ-ପଶ୍ଚିମ ଦିଗରେ ବେଡ଼ ରଖିବା ସବୁଠାରୁ ଉତ୍ତମ | ବେଡ଼ର କୌଣସି କୋଣରୁ ଆଇନା ବା ଦର୍ପଣ ଦେଖାଯିବା ଉଚିତ ନୁହେଁ | ଶୋଇବା ସମୟରେ ଗୋଡ କବାଟ କିମ୍ବା ଝରକା ଆଡକୁ ଯେମିତି ନ ହୁଏ ଏଥିପ୍ରତି ଦୃଷ୍ଟି ଦେବା ଉଚିତ | ଘର କିମ୍ବା କୋଠରୀର ମଧ୍ୟ ଭାଗରେ ବେଡ଼ ପକାଇବା ଉଚିତ ନୁହେଁ | ଘରେ ବେଡ଼ ପକାଇବା ସମୟରେ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ |
Comments are closed.