ରବିଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଞ୍ଜୀକରଣ ସମୟସୀମା ଅପ୍ରେଲ ୧୦କୁ ବୃଦ୍ଧି

Share It

ଭୁବନେଶ୍ୱର : ୨୦୨୦-୨୧ ବର୍ଷରେ ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ସମୟସୀମା ଅପ୍ରେଲ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି ଏହି ମର୍ମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ ହେଉଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖାଯାଇଛି ।
ସେହିପରି ସୋସାଇଟି ଗୁଡିକରେ ଫର୍ମ ଡିଜିଟାଇଜେସନର ସମୟସୀମା ଅପ୍ରେଲ ୧୦ ତାରିଖରୁ ଅପ୍ରେଲ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସଂପୃକ୍ତ ପ୍ୟାକ୍ସ/ଲ୍ୟାମ୍ପସ/ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ଏବଂ ପାଣି ପଞ୍ଚାୟର କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି ସଂପର୍କିତ ସୂଚନା ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଚାଷୀମାନେ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ ।
ଏହା ସହିତ ସୋସାଇଟିକୁ ନାମ ପଞ୍ଜୀକରଣ ପାଇଁ ଆସୁଥିବା ଚାଷୀମାନଙ୍କୁ କୋଭିଡ-୧୯ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ କଡାକଡି ଭାବେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ୨୦୨୦-୨୧ ଖରିଫ ବିପଣନ ବର୍ଷରେ ବାଲେଶ୍ୱର, କଟକ, ଖୋର୍ଦ୍ଧା, ନୂଆପଡା, ବରଗଡ, ଯାଜପୁର, କୋରାପୁଟ, ପୁରୀ, ବଲାଙ୍ଗୀର, ଝାରସୁଗୁଡା, ମୟୁରଭଞ୍ଜ, ରାୟଗଡା, ବୌଦ୍ଧ , କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି ।


Share It

Comments are closed.