କରୋନା ପ୍ରକୋପ: ଦେଶରେ ଗତ ବର୍ଷ ଭଳି ପରିସ୍ଥିତି ! ୨୪ ଘଂଟା ମଧ୍ୟରେ ଦେଶରେ ୨୪ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ,
ଶନିବାର ଦିନ ଦେଶରେ କୋଭିଡ -୧୮ ର ୨୪,୮୮୨ ନୂତନ ମାମଲା ଚିହ୍ନଟ ହୋଇଛି। ଏହି ସଂଖ୍ୟା ହେଉଛି ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ରୋଗୀ। ଏହା ସହିତ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୧୩,୩୩,୭୨୮ କୁ ବୃଦ୍ଧି ପାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୮୩ ଦିନ ମଧ୍ୟରେ ନୂତନ ମାମଲା ସଂଖ୍ୟା ସର୍ବାଧିକ। ଏହାପୂର୍ବରୁ ଡିସେମ୍ବର ୨୦ ରେ ୨୬,୬୨୪ ଲୋକ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା। ମନ୍ତ୍ରଣାଳୟ ଦ୍ବାରା ଶନିବାର ସକାଳ ଆଠଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି, ଯାହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ଏହି ମହାମାରୀ ହେତୁ ୧,୫୮,୪୪୬ ଜଣଙ୍କର ମୃତ୍ୟୁ ଘଟିଛି।
India reports 24,882 new #COVID19 cases, 19,957 recoveries, and 140 deaths in the last 24 hours
Total cases: 1,13,33,728
Total recoveries: 1,09,73,260
Active cases: 2,02,022
Death toll: 1,58,446Total vaccination: 2,82,18,457 pic.twitter.com/etzHqWY9r1
— ANI (@ANI) March 13, 2021
ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ୨,୦୨,୦୨୨ ରୋଗୀ ଚିକିତ୍ସିତ ହେଉଛନ୍ତି, ଯାହା ସମୁଦାୟ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୧.୭୪ ପ୍ରତିଶତ ଅଟେ। ଏଥି ସହିତ, ନୂତନ ମାମଲା ବୃଦ୍ଧି ହେତୁ ରୋଗୀଙ୍କ ସୁସ୍ଥ ହାର ମଧ୍ୟ ହ୍ରାସ ପାଇଛି ଏବଂ ଏହା ୯୬.୮୨ ପ୍ରତିଶତରେ ପହଞ୍ଚିଛି। ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ କୋଭିଡ -୧୯ ରୁ ସୁସ୍ଥ ଥିବା ଲୋକଙ୍କ ସଂଖ୍ୟା ୧,୦୯,୭୩,୨୬୦ କୁ ବୃଦ୍ଧି ପାଇଛି। ଏଥି ସହିତ ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁ ହାର ୧.୪୦ ପ୍ରତିଶତ ଅଟେ।
Comments are closed.