ଆପଣଙ୍କ ଜୀବନର ଅନେକ ସମସ୍ୟା ଦୂର କରିପାରେ ରୁଟି, ଜାଣନ୍ତୁ କିଭଳି

Share It

ଜୀବନରେ ଅନେକ ସମୟରେ ସମସ୍ୟା ଦୂର ହେବାର ନାଁ ଧରି ନଥାଏ । ପ୍ରତ୍ୟେକ ସ୍ଥାନ ଏବଂ କାର୍ଯ୍ୟରେ ସମସ୍ୟା ହେତୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାଦ୍ୱାରା ମନ ଉଦାସ ହେବା ସହିତ ନକାରାତ୍ମକ ଭାବନାର ପ୍ରଭାବ ପଡିଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ଏବଂ ଆର୍ଥିକ ସ୍ଥିତିକୁ ଦୃଢ କରିବା ପାଇଁ ରୁଟି ସହିତ ଜଡିତ ପଦକ୍ଷେପ ଗ୍ରହଣ କରିପାରିବେ । ଏହି ଉପାୟକୁ କରିବାଦ୍ୱାରା ଆପଣଙ୍କ ଜୀବନର ସମସ୍ତ ଅସୁବିଧା ଦୂର ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପ୍ରତିକାର ବିଷୟରେ … ସକାଳେ ଉଠି ଗାଧୋଇ ସାରି ରୁଟି ପ୍ରସ୍ତୁତ କରନ୍ତୁ । ପ୍ରଥମ ରୁଟିକୁ ଅଲଗା ରଖି ଏହାକୁ ୪ ଟି ସମାନ ଭାଗରେ ବିଭକ୍ତ କରନ୍ତୁ । ସେହି ଚାରି ଖଣ୍ଡ ରେ ଟିକେ ଟିକେ ମିଠା ରଖନ୍ତୁ । ପ୍ରଥମ ଭାଗ ରୁଟିକୁ ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ । ହିନ୍ଦୁ ଧର୍ମରେ ଗାଈକୁ ମା’ର ମାନ୍ୟତା ଦିଆଯାଇଛି । ବିଶ୍ୱାସ କରାଯାଏ ଯେ ସମସ୍ତ ଦେବାଦେବୀ ସେମାନଙ୍କ ମଧ୍ୟରେ ବାସ କରିଥାନ୍ତି । ତେଣୁ ସେମାନଙ୍କୁ ଶ୍ରଦ୍ଧାର ସହିତ ରୁଟି ଖାଇବାକୁ ଦେଇ ପ୍ରାର୍ଥନା କରନ୍ତୁ ।

ଦ୍ୱିତୀୟ ଭାଗ ରୁଟି କୌଣସି କୁକୁରକୁ ଖାଇବାକୁ ଦିଅନ୍ତୁ ଏବଂ ମନରେ ପ୍ରାର୍ଥନା କରି କୁହନ୍ତୁ, ‘ମୁଁ ଖାଦ୍ୟର ଏକ ଅଂଶ ଯମରାଜାଙ୍କୁ ଅନୁସରଣ କରୁଥିବା ଶ୍ୟାମ ଏବଂ ଶବଲଙ୍କୁ ଦେଉଛି, ସେ ଏହାକୁ ଗ୍ରହଣ କରନ୍ତୁ ।

ତୃତୀୟ ଖଣ୍ଡ ରୁଟି କାଉକୁ ଦିଅନ୍ତୁ । ଦେବା ସମୟରେ ଆପଣଙ୍କ ମନରେ ଇଶ୍ୱରଙ୍କୁ ସ୍ମରଣ କରି କୁହନ୍ତୁ ଯେ ପଶ୍ଚିମ, ଉତ୍ତର, ଦକ୍ଷିଣ ଏବଂ ପୂର୍ବର ଚାରି ଦିଗରେ ବାସ କରୁଥିବା କାଉମାନେ ମୋ ଦ୍ୱାରା ଦିଆଯାଇଥିବା ଏହି ରୁଟିକୁ ଗ୍ରହଣ କରନ୍ତୁ ।

ରୋଟିର ଚତୁର୍ଥ ଭାଗ ଭୂତ-ପ୍ରେତଙ୍କ ନାମରେ ରଖନ୍ତୁ । ଦେବା ପରେ ପଛକୁ ବୁଲି ନ ଚାହିଁ ଘରକୁ ଫେରନ୍ତୁ ।

– ନିୟମିତ ଏହି ପ୍ରତିକାର କରିବା ଦ୍ୱାରା, ଇଶ୍ୱରଙ୍କ କୃପା ଆପଣଙ୍କ ଉପରେ ଏବଂ ଆପଣଙ୍କ ଘରର ସମସ୍ତ ସଦସ୍ୟଙ୍କ ଉପରେ ପଡିବ। ଫଳରେ ଏପରି ହେବ ।

– ଜୀବନର ସମସ୍ତ ଅସୁବିଧା ଦୂର ହେବା ସହିତ ପ୍ରଗତିର ରାସ୍ତା ଖୋଲିଯିବ।

– ଘରେ ବ୍ୟାପିଥିବା ନକାରାତ୍ମକତା ସକରାତ୍ମକତାରେ ପରିଣତ ହୋଇଯିବ ।

– ଚାକିରି ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନ ହୋଇଯିବ ।

– ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହିତ ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ ।


Share It

Comments are closed.