ଆଜି ଠାରୁ ଦେଶରେ କରୋନା ଟୀକାକରଣକୁ ନେଇ ମକଡ୍ରିଲ ଆରମ୍ଭ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଆସାମ ଏବଂ ଗୁଜରାଟରେ ଏହି ମକ୍ଡ୍ରିଲ କରାଯାଉଛି। ଏସବୁ ରାଜ୍ୟରେ ଟିକାକରଣ ପାଇଁ ପ୍ରସ୍ତୁତି ପ୍ରାୟ ସମ୍ପନ୍ନ ହୋଇଛି। ତେବେ କିପରି ପ୍ରସ୍ତୁତି ହୋଇଛି ତାହାର ଅନୁଧ୍ୟାନ କରାଯିବ, ସମସ୍ତ ଦିଗକୁ ଯାଞ୍ଚ କରାଯିବ। ଏହି ସମୟରେ କୋଲ୍ଡ ଚେନ୍ଠାରୁ ଆରମ୍ଭ କରି ଲୋକଙ୍କ ପଞ୍ଜୀକରଣ ଏବଂ ଟିକା ବୁଥରେ ଡୋଜ ଦେବା ବ୍ୟତୀତ ଚିକିତ୍ସା ତଦାରଖ ବ୍ୟବସ୍ଥା କିପରି କରାଯିବ, ସେ ନେଇ ଜିଲା ଟିମ୍ ପକ୍ଷରୁ ଅଭ୍ୟାସ କରାଯିବ।
ଟିକାକରଣ ମକ୍ଡ୍ରିଲ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୋଭିନ୍ ଆପ୍ ଏବଂ ୱେବ୍ସାଇଟରେ ଲଗ୍-ଇନ୍ କରାଯାଇ ସୂଚନା ଦିଆଯିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୨୯ ପର୍ଯ୍ୟନ୍ତ ୨ ଦିନ ପାଇଁ ଏହି ଅଭ୍ୟାସ କାର୍ଯ୍ୟକ୍ରମ ବା ମକ୍ଡ୍ରିଲ୍ ଚାଲିବ। ଏଥିରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କିପରି ଟିକାକରଣ କରାଯିବ ତାହା ଜାଣିବା ଲାଗି ପ୍ରୟାସ ହେବ। କେନ୍ଦ୍ର ସରକାର ବି ଏହା ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖିବେ।
Comments are closed.