ଶୀତ ଦିନରେ ଉପଲବ୍ଧ ଏହିସବୁ ଶାଗ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଲାଭଦାୟକ

Share It

ଶାଗର ଉପକାରିତ ବିଷୟରେ କାହାକୁ ବା ଅଜଣା । ଶାଗ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ ମଧ୍ୟ କରିଥାଏ। ସେଥିପାଇଁ ଶାଗ ନିଶ୍ଚୟ ଖାଇବା ଉଚିତ। ଶାଗ ସ୍ୱାସ୍ଥ୍ୟ ପାଇଁ ହିତକର ହେବାସହ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଶାଗରେ ବହୁତ କମ ମାତ୍ରାରେ କ୍ୟାଲୋରୀ ଥାଏ। ସେଥିପାଇଁ ଏହା ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଶାଗ ଖାଇବାରେ ମଧ୍ୟ ସ୍ୱାଦିଷ୍ଟ। ଶାଗରେ ଭିଟାମିନ, ଫାଇବର, ମିନେରାଲ୍ସ, ଆଣ୍ଟିଅକ୍ସିଡେଣ୍ଟ ଆଦି ଭରପୁର ମାତ୍ରାରେ ରହିଛି ଯେଉଁଥିପାଇଁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

୧. ପାଳଙ୍ଗ ଶାଗ – ପାଳଙ୍ଗ ଶାଗରେ ଭରପୁର ମାତ୍ରାରେ ପୋଟାସିୟମ ଓ ଆଇରନ ରହିଛି। ଆଇରନ ଶରୀରର ରକ୍ତ ଅଭାବ ଦୂର କରିଥାଏ। ପାଳଙ୍ଗରେ ଭିଟାମିନ୍, ମିନେରାଲ୍ସ ଓ ଫାଇଟ୍ରୋ ନ୍ୟୂଟିଏଣ୍ଟ୍ସ ରହିଛି। ଶରୀରର ରକ୍ତ ସମସ୍ୟା ପାଇଁ ପାଳଙ୍ଗ ଅତ୍ୟନ୍ତ ଲାଭଦାୟକ।

୨. ଲେଉଟିଆ ଶାଗ – ଲେଉଟିଆ ଶାଗରେ କାର୍ବୋହାଇଡ୍ରେଟ, ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ-ଏ ଓ ଆଇରନ ପ୍ରଚୁର ପରିମାଣରେ ରହିଛି। ଏହା ଶରୀରରେ ଭିଟାମିନ ଅଭାବ ଦୂର କରିବାରେ ସାହାଯ୍ୟ କରିଥାଏ।

୩. ସୋରିଷ ଶାଗ – ସୋରିଷ ଶାଗରେ ବହୁତ କମ ମାତ୍ରାରେ କ୍ୟାଲୋରୀ ଓ ଫ୍ୟାଟ ରହିଛି। ଏଥିରେ କାର୍ବୋହାଇଡ୍ରେଟ୍, ପୋଟାସିୟମ୍, ଫାଇବର୍, ଭିଟାମିନ୍, ଆଇରନ୍ ଓ କ୍ୟାଲସିୟମ୍ ଭରପୁର ମାତ୍ରାରେ ରହିଛି। ସୋରିଷ ଶାଗ ସେବନ ଦ୍ୱାରା ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ଶୀତ ଦିନରେ ଦେଖାଦେଉଥିବା ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

୪. ବଥୁଆ ଶାଗ – ବଥୁଆ ଶାଗରେ ଭରପୁର ମାତ୍ରାରେ ଫାଇବର୍ ରହିଛି। ଏଥିରେ ଭିଟାମିନ-ଏ ଓ ପୋଟାସିୟମ୍ ମଧ୍ୟ ରହିଛି। ଏହା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲସିୟମ୍ ଓ ପୋଟାସିୟମ୍ ଥିବା ଯୋଗୁଁ ହାଡ ମଜବୁତ କରିଥାଏ।

୫. ମେଥି ଶାଗ – ଶୀତ ଦିନରେ ମିଳୁଥିବା ଆଉ ଏକ ଶାଗ ହେଲା ମେଥି ଶାଗ। ମେଥି ଶାଗ ଖାଇବାରେ ଯେତିକି ସ୍ୱାଦିଷ୍ଠ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର। ମେଥି ଶାଗ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ମେଥି ଶାଗ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ନିୟମିତ ମେଥି ଶାଗ ସେବନ ଦ୍ୱାରା ଥଣ୍ଡା କାଶ ହୋଇନଥାଏ।


Share It

Comments are closed.