ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ କଙ୍ଗନା, ଟ୍ୱିଟ କରି ଜଣାଇଲେ ନିଜ ଇଚ୍ଛା
ଦୀର୍ଘ ୯ ମାସ ପରେ ଆଜି ଖୋଲିଛି ଶ୍ରୀ ଜଗନ୍ନାଥ ମନ୍ଦିର । ୯ମାସ ଧରି ଜଗାକୁ ନଦେଖି ବ୍ୟାକୁଳ ଭକ୍ତ ଆଜି ମନଭର ଦର୍ଶନ କରିଛନ୍ତି । ତେବେ କଟକଣା ପାଇଁ ସମସ୍ତଙ୍କୁ ଦର୍ଶନ ପାଇଁ ସୌଭାଗ୍ୟପ୍ରାପ୍ତ ହୋଇନାହିଁ । ଅନେକ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇ ନିରାଶ ହୋଇଛନ୍ତି । ସାରା ବିଶ୍ୱରେ ପୁରୀ ଜଗନ୍ନାଥଙ୍କ ପ୍ରସିଦ୍ଧି ରହିଛି । ଦେଶ ବିଦେଶରୁ ଅନେକ ଭକ୍ତ ଜଗା ଦର୍ଶନ ପାଇଁ ଆସିଥାନ୍ତି । ତେବେ ଆଗକୁ ନୂଆ ବର୍ଷ ଆସୁଥିବାରୁ ଅନେକ ପୁରୀ ଆସିବାକୁ ମନ ବଳାଇଥିବେ ନିଶ୍ଚୟ । ଅଭିନେତ୍ରୀ କଙ୍ଗନା ରଣାୱତ ଆଗାମୀ ବର୍ଷ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସିବେ ବୋଲି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
कुछ साल पहले मैंने माताजी के साथ काशीविश्वनाथ जी के दर्शन किए, मैंने सात ज्योतिर्लिंग के दर्शन किए हैं, में चाहती हूँ कि २०२१ में केदारनाथ जाकर मेरे आठ ज्योतिर्लिंग के दर्शन हो जाएँ, अगले साल मैं पूरी जगन्नाथ भी जाना चाहती हूँ, और आप? 🙂 pic.twitter.com/TvMUJfu0OZ
— Kangana Ranaut (@KanganaTeam) December 22, 2020
ଏବେ କଙ୍ଗନା ରଣାୱତ ମନାଲି ପରିବାର ସହ ଛୁଟି କଟାଉଛନ୍ତି । ଗତ ସପ୍ତାହରେ କଙ୍ଗନା ତାଙ୍କ ଫିଲ୍ମ ଥଲାଇଭିର ସୁଟିଂ ଶେଷ କରିଛନ୍ତି । ସୁଟିଂ ଶେଷ କରିବା ପରେ ସେ ତାଙ୍କ ପରିବାର କିଛି ସମୟ ବିତାଇବା ପାଇଁ ମନାଲି ଆସିଛନ୍ତି । ଏହାସହ ସେ ୨୦୨୦ ବର୍ଷ ଶେଷରେ ନିଜର କିଛି ଇଚ୍ଛା ସେୟାର କରିଛନ୍ତି । ଯାହାକୁ ସେ ନୂଆବର୍ଷ ୨୦୨୧ରେ ପୂରା କରିବାକୁ ଚାହୁଁଛନ୍ତି । ସେଥିମଧ୍ୟରେ କେଦାରନାଥ ଓ ପୁରୀ ଗସ୍ତ ମଧ୍ୟ ସାମିଲ ରହିଛି ।
କଙ୍ଗନା ଅଧିକ ଧାର୍ମିକ । ସେ ଅଧିକାଂଶ ସମୟରେ ମନ୍ଦିର ଗସ୍ତର ଫଟୋ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ନିକଟରେ ସେ ଦୁର୍ଗା ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
Comments are closed.