ଡାଏବେଟିସ୍ ରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ ଏହିସବୁ ପାନୀୟ: ଜାଣନ୍ତୁ କଣ ?


ଡାଏବେଟିସ୍ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଆଜିକାଲି ଘରେ ଘରେ ଡାଏବେଟିସ ଓ ରକ୍ତଚାପ ରୋଗୀ। ଡାଏବେଟିସ୍ ରୋଗୀଙ୍କୁ ନିଜ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଡାଏବେଟିସ୍ ରୋଗୀ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ତେବେ ଡାଏବେଟିସ ରୋଗୀଙ୍କ ପାଇଁ ସବୁଠାରୁ ହାନିକାରକ ପାନୀୟ କଣ ତାହା ଜାଣିରଖିବା ଉଚିତ। ଯେଉଁ ପାନୀୟରେ କାର୍ବୋହାଇଡ୍ରେଟ ଓ ସୁଗାର ମାତ୍ରା ଅଧିକ ଥାଏ ତାହା ରକ୍ତ ଶର୍କରାକୁ ପ୍ରଭାବିତ କରିଥାଏ। ଡାଏବେଟିସ୍ ରୋଗୀ ଜିରୋ କ୍ୟାଲୋରୀ ବା କମ୍ କ୍ୟାଲୋରୀଯୁକ୍ତ ପାନୀୟ ସେବନ କରିବା ଉଚିତ।

ଶର୍କରା ସ୍ଥର ନିୟନ୍ତ୍ରଣ କରିବାକୁ ଅନେକ ଉପାୟ ଅଛି କିନ୍ତୁ ଏଥିପାଇଁ ନିଜ ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ମଧୁମେହ ରୋଗୀଙ୍କ ପାଇଁ ରକ୍ତରେ ଶର୍କରା ସ୍ଥର ନିୟନ୍ତ୍ରଣ ରଖିବାକୁ ସୁସ୍ଥ ପାନୀୟ ଅତ୍ୟନ୍ତ ଲାଭଦାୟକ। ତେବେ ଡାଏବେଟିସ୍ ରୋଗୀଙ୍କ ପାଇଁ କେଉଁ କେଉଁ ପାନୀୟ ଅସ୍ୱାସ୍ଥ୍ୟକର ଜାଣନ୍ତୁ :

୧. ନିୟମିତ ସୋଡ଼ା – ଡାଏବେଟିସ୍ ରୋଗୀ ସୋଡ଼ା ସେବନ କରିବା ଅନୁଚିତ। ସୋଡ଼ାରେ ବହୁ ମାତ୍ରାରେ କ୍ୟାଲୋରୀ ଓ କାର୍ବୋହାଇଡ୍ରେଟ୍ସ ରହିଛି। ଏହା ଓଜନ ମଧ୍ୟ ବଢ଼ିଥାଏ ଏବଂ ଏହା ସେବନ ଦ୍ୱାରାରେ ଦାନ୍ତରେ ଯନ୍ତ୍ରଣା ହୋଇଥାଏ। ସୋଡ଼ା ବଦଳରେ ଚିନି ମୁକ୍ତ ଫଳ, ପାଣି କିମ୍ବା ଚା’ ସେବନ କରିପାରିବେ।

୨. ଏନର୍ଜି ଡ୍ରିଙ୍କ – ଏନର୍ଜି ଡ୍ରିଙ୍କରେ କ୍ୟାଫିନ୍ ଓ କାର୍ବୋହାଇଡ୍ରେଟ ରହିଛି ଯାହା ରକ୍ତ ଶର୍କରା ମାତ୍ରା ବଢାଇଥାଏ। ଏହା ଟାଇପ୍-୨ ଡାଏବେଟିସ୍ ରୋଗୀଙ୍କ ପାଇଁ ଅତ୍ୟନ୍ତ ହାନିକାରକ। ଏହିସବୁ ପାନୀୟ କଦାପି ସେବନ କରିବା ଉଚିତ ନୁହେଁ।

୩. ମିଠା ଫଳ ରସ – ଅଧିକାଂଶ ଫଳ ରସରେ କାର୍ବୋହାଇଡ୍ରେଟ୍ସ ରହିଛି। ଫଳରେ ଥିବା ସୁଗର ରକ୍ତ ଶର୍କରା ମାତ୍ରା ବୃଦ୍ଧି କରିଥାଏ ଏବଂ ଓଜନ ମଧ୍ୟ ବୃଦ୍ଧି କରିଥାଏ। ଫଳ ରସ ସେବନ କରିବାକୁ ଚାହୁଁଥିଲେ ମିଠା ମୁକ୍ତ କିମ୍ବା ୧୦୦ ପ୍ରତିଶତ ଶୁଦ୍ଧ ଫଳ ରସ ସେବନ କରିପାରିବେ ଯେଉଁଥିରେ ସୁଗର ନଥିବ।


Share It

Comments are closed.