ଦେଶରେ ଗତ ୨୪ଘଂଟା ଭିତରେ ୨୩୯୫୦ କରୋନା ସଂକ୍ରମିତ ଚିହ୍ନଟ , ୩ ଲକ୍ଷ ତଳେ ସକ୍ରିୟ ମାମଲା
କରୋନା ଭାଇରସର ଦୈନିକ ସଂକ୍ରମଣରେ ପୁଣି ଥରେ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ୨୩,୯୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ୯୬ଲକ୍ଷ ପାର୍ ହୋଇଛି । ସେହିପରି ଦେଶରେ ଆକ୍ଟିଭ କେସ୍ 3ଲକ୍ଷ ତଳେ ରହିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୨୩,୯୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୩ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଯାଏଁ ୧,୦୦,୯୯,୦୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଏବେ ଯାଏଁ ମୋଟ ୧,୪୬,୪୪୪ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି ।
India records 23,950 new COVID-19 cases, 26,895 recoveries, and 333 deaths in the last 24 hours, as per Health Ministry
Total cases: 1,00,99,066
Active cases: 2,89,240
Total recoveries: 96,63,382
Death toll: 1,46,444 pic.twitter.com/RXA8dOv3D8
— ANI (@ANI) December 23, 2020
ଦେଶରେ ଲଗାତର ଭାବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି । ଏବେ ଯାଏଁ ଦେଶରେ ୯୬,୬୩,୩୮୨ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଗତ ୨୪ଘଣ୍ଟାରେ ୨୬,୮୯୫ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି । ଏବେ ପର୍ଯ୍ୟନ୍ତ ୨,୮୯,୨୪୦ଜଣ କରୋନାର ସକ୍ରିୟ କେସ୍ ରହିଛି । ଦେଶରେ ଲଗାତର ଭାବେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ଟିଭ କେସ୍ ଓ ସୁସ୍ଥ ସଂଖ୍ୟା ମଧ୍ୟରେ ବହୁତ ବଡ଼ ଅନ୍ତର ରହିଛି ।
Comments are closed.