ଦୈନିକ ସକାଳୁ ଖାଆନ୍ତୁ ବେଲପତ୍ର, ଏହି ସବୁ ସମସ୍ୟାରୁ ମିଳିବ ମୁକ୍ତି

Share It

ଭଗବାନ ଶିବଙ୍କ ପୂଜାରେ କଞ୍ଚା କ୍ଷୀର ଓ ଫୁଲ ସହ ବେଳ ପତ୍ର ଅର୍ପଣ କରାଯାଇଥାଏ। ବେଲପତ୍ର ଶିବଙ୍କ ଅତି ପ୍ରିୟ। ବେଲପତ୍ର କେବଳ ଶିବଙ୍କ ପୂଜାରେ ଲାଗେନି ବରଂ ଏହାର ଅନେକ ଉପକାରିତା ମଧ୍ୟ ରହିଛି। ସ୍ୱାସ୍ଥ୍ୟ ପାଇଁ ବେଲପତ୍ର ବହୁତ ଲାଭଦାୟକ ହୋଇଥାଏ। ବେଲପତ୍ର ସେବନ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ବେଲପତ୍ର କିପରି ବ୍ୟବହାର କରିବେ ଜାଣନ୍ତୁ:
୧. ଜ୍ୱର ହେଉଥିଲେ ବେଲପତ୍ରରେ କାଢ଼ା ତିଆରି କରି ସେବନ କଲେ ଆଶ୍ୱସ୍ତି ମିଳିଥାଏ ବୋଲି କୁହାଯାଏ। ତାଛଡା ମହୁମାଛି କିମ୍ବା ବିରୁଡି କାମୁଡ଼ିଲେ ଜ୍ୱଳନ ହେଉଥିବା ଜାଗାରେ ବେଲପତ୍ର ରସ ଲଗାଇଲେ ଆଶ୍ୱସ୍ତି ମିଳିଥାଏ।

୨. ହୃଦୟ ରୋଗୀଙ୍କ ପାଇଁ ବେଲପତ୍ର ବହୁତ ଲାଭଦାୟକ। ବେଲପତ୍ର କାଢ଼ା ସେବନ କଲେ ହୃଦୟ ସୁସ୍ଥ ରହେ ଏବଂ ହୃଦଘାତ ହେବାର ସମ୍ଭାବନା କମ ଥାଏ। ଶ୍ୱାସ ସମ୍ବନ୍ଧୀୟ ରୋଗୀଙ୍କ ପାଇଁ ମଧ୍ୟ ବେଲପତ୍ର ଅମୃତ ସହ ସମାନ। ବେଲପତ୍ର ରସ ସେବନ କଲେ ଶ୍ୱାସ ରୋଗୀଙ୍କୁ ଅନେକ ଲାଭ ମିଳିଥାଏ।
୩. ପେଟ ଗରମ ହୋଇଗଲେ ପାଟିରେ ଅଲସର ହୋଇଯାଏ ବା ଛାଲା ପଡ଼ିଯାଏ। ଏହିଭଳି ସ୍ଥିତିରେ ବେଲପତ୍ର ଚୋବେଇ ଖାଇଲେ ଛାଲା ଭଲ ହୋଇଯାଇଥାଏ।

୪. ପାଇଲ୍ସ ବା ଅର୍ଶ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହା ବହୁତ କଷ୍ଟ ଦେଇଥାଏ। ଏହି କଷ୍ଟରୁ ମୁକ୍ତି ପାଇବାକୁ ହେଲେ ବେଲ ଗଛର ଚେରକୁ ଗୁଣ୍ଡ କରି ସେହି ଗୁଣ୍ଡରେ ସମାନ ମାତ୍ରାରେ ମିଶ୍ରି ମିଶାଇ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ। ଏହି ଚୁର୍ଣ୍ଣକୁ ସକାଳେ ଓ ସନ୍ଧ୍ୟାରେ ପାଣିରେ ମିଶାଇ ସେବନ କରନ୍ତୁ। ଅଧିକ କଷ୍ଟ ହେଉଥିଲେ ଦିନକୁ ୩ଥର ସେବନ କରନ୍ତୁ। ଅର୍ଶରୁ ଆଶ୍ୱସ୍ତି ମିଳିଥାଏ।
୫. ଥଣ୍ଡା, କାଶ ଓ ଜ୍ୱର ହେଲେ ବେଲପତ୍ର ରସରେ ମହୁ ମିଶାଇ ସେବନ କଲେ ଲାଭ ମିଳିଥାଏ। ଜ୍ୱର ଅଧିକ ହେଉଥିଲେ ଏହାର ପେଷ୍ଟ କରି ଛୋଟ ଛୋଟ ଗୁଳା ତିଆରି କରି ଗୁଡ ସହ ସେବନ କରନ୍ତୁ।

୬. ପେଟ କିମ୍ବା ଅନ୍ତନଳୀରେ କୃମି ହେଲେ କିମ୍ବା ଛୋଟ ଶିଶୁଙ୍କୁ ଝାଡା ହେଉଥିଲେ ବେଲପତ୍ର ରସ ସେବନ କଲେ ଆରାମ ମିଳିଥାଏ।


Share It

Comments are closed.