ଦୀପାବଳି ପୂର୍ବରୁ ଘରୋଇ ଚାକିରିଆଙ୍କ ପାଇଁ ନୂଆ ଯୋଜନାର ଘୋଷଣା କରିପାରନ୍ତି କେନ୍ଦ୍ର ସରକାର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ମିଶି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ମଧ୍ୟ କରୋନା ମହାମାରୀରେ ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି, ଅର୍ଥବ୍ୟବସ୍ଥାର ସ୍ଥିତିକୁ ସୁଧାରିବା ପାଇଁ ଆଗକୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି। ଏହା ସହିତ ଏହି କଥାର ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ଖୁବ୍ ଶୀଘ୍ର ପ୍ରାଇଭେଟ୍ ସେକ୍ଟର କର୍ମଚାରୀଙ୍କ ପାଇଁ ଏଲଟିସି (Leave Travel Allowances) ଲାଭ ଉପରେ ସ୍ଥିତି ସ୍ପଷ୍ଟ ହୋଇଯିବ।
ନିକଟରେ ଘୋଷଣା କରାଯାଇଥିବା ପ୍ରୋତ୍ସାହନକୁ ନେଇ ସେ କହିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟ ଗରିବ ବର୍ଗର ଲୋକଙ୍କୁ ସାହାଯ୍ୟ କରିବା। ଏହି ପ୍ୟାକେଜର ଘୋଷଣା ସରକାରୀ କର୍ମଚାରୀଙ୍କ ପାଇଁ କରାଯାଇଛି। କିନ୍ତୁ ଖର୍ଚ୍ଚ କିଛି ଏଭଳି ବସ୍ତୁ ଉପରେ କରାଯିବ, ଯାହାର ସିଧା ଲାଭ ଛୋଟ ବେପାରୀ ପାଇ ପାରିବେ।
ପ୍ରାଇଭେଟ୍ ସେକ୍ଟରର କର୍ମଚାରୀଙ୍କୁ LTA ଲାଭ ଦେବାନେଇ ସେ କହିଛନ୍ତି, ଖୁବ୍ ଶୀଘ୍ର ସେହି କର୍ମଚାରୀଙ୍କ ବିଷୟରେ ସ୍ପଷ୍ଟିକରଣ ଜାରି କରାଯିବ, ଯେଉଁମାନେ ନୂତନ ଟାକ୍ସ ସିଷ୍ଟମକୁ ଗ୍ରହଣ କରିନେଇଛନ୍ତି କିମ୍ବା ଯେଉଁମାନେ ପୂର୍ବରୁ LTAର ଲାଭ ନେଇଛନ୍ତି। ଆଗାମୀ ସପ୍ତାହରେ ଏ ବିଷୟରେ ସ୍ପଷ୍ଟିକରଣ ଜାରି ହୋଇପାରେ।
Comments are closed.