‘ସୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏବେ ଘରେ ଘରେ ମିଳିବ ବିଶୁଦ୍ଧ ପାନୀୟ
ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ ବା ସୁଜଳ ଯୋଜନାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଏହି ଯୋଜନା ମାଧ୍ୟମରେ ସୁବିଧାରେ ସ୍ବଚ୍ଛ ଜଳ ଯୋଗାଇ ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବର ଓ ପୁରୀର ୧୨ଟି ଜୋନରେ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ । ଏହି ଯୋଜନା ଦ୍ୱାରା ଉଭୟ ସହରର ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ ।
ରାଜ୍ୟର ୪ଟି ସହର ଭୁବନେଶ୍ୱର, ପୁରୀ, ରାଉରକେଲା ଓ ବ୍ରହ୍ମପୁରରେ ୩ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ମିଟର ସଂଯୋଗ ହୋଇଛି । ଏଥିରେ ଉପକୃତ ହେବେ ୨୨ଲକ୍ଷ ଲୋକ । ଓମ୍ବାଡ୍ସି ଓ ରାଜ୍ୟପାଣ୍ଠିରୁ ୧୩ ଶହ କୋଟି ଟଙ୍କା ବ୍ୟୟରେ ରାଜ୍ୟର ୧୫ଟି ସହରରେ ଟ୍ୟାପ୍ ସଂଯୋଗ କରାଯିବ ।
Comments are closed.