ଏସବିଆଇର ଅନଲାଇନ୍ ସେବା ପୁନଃସ୍ଥାପିତ, ଟେକନିକାଲ ସମସ୍ୟାରୁ ଠପ ରହିଥିଲା ସେବା


ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅନଲାଇନ୍ ସେବା ପୁଣି ଚାଲୁ ହୋଇଛି। ଟେକନିକାଲ ତ୍ରୁଟି ହେତୁ ବ୍ୟାଙ୍କର ମୂଳ ବ୍ୟାଙ୍କିଂ ସିଷ୍ଟମ (ସିବିଏସ୍ଇ) ମଙ୍ଗଳବାର ସକାଳୁ ବ୍ୟାହତ ହୋଇଥିଲା। ବର୍ତ୍ତମାନ ଏଗୁଡ଼ିକର ସମାଧାନ ହୋଇଛି | ଏହା ବ୍ୟାଙ୍କର କୋଟି କୋଟି ଗ୍ରାହକଙ୍କୁ ଆରାମ ଦେଇଛି। ତେବେ ବ୍ୟାଙ୍କ ସୂତ୍ର ଅନୁଯାୟୀ, କନେକ୍ଟିଭିଟି ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ସହଜ ହୋଇନୀହିଁ ଏବଂ ବୋଧହୁଏ ଆସନ୍ତାକାଲି ସୁଦ୍ଧା ସମ୍ପୂର୍ଣ୍ଣ ସୁଧାର ହୋଇପାରେ।

ଟେକନିକାଲ ସମସ୍ୟା ହେତୁ ମଙ୍ଗଳବାର ସକାଳେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଅଟକି ରହିଥିଲା। ବ୍ୟାଙ୍କ ନିଜେ ଏକ ଟୁଇଟରେ ଏହାର ସୂଚନା ଦେଇଛି। ତେବେ ଏଟିଏମ୍ ଏବଂ POS ମେସିନ୍ ପ୍ରଭାବିତ ହୋଇନଥିଲା।

ବ୍ୟାଙ୍କ ଏକ ଟ୍ୱିଟରେ ଲେଖିଛି ଯେ ଆମେ ଆମର ଗ୍ରାହକମାନଙ୍କୁ ଆମ ସହିତ ରହିବାକୁ ଅନୁରୋଧ କରୁଛୁ। ଶୀଘ୍ର ସାଧାରଣ ସେବା ଆରମ୍ଭ ହେବ | ଏସବିଆଇ ଟ୍ୱିଟରେ ଲେଖିଛି, ‘ସଂଯୋଗୀକରଣ ସମସ୍ୟା ହେତୁ ଆମର ମୂଳ ବ୍ୟାଙ୍କିଙ୍ଗ ସେବା ଆଜି ଗ୍ରାହକଙ୍କ ପାଇଁ ଉପଲବ୍ଧ ନୁହେଁ। ଆମେ ଆଶା କରୁଛୁ ଏହି ସେବା ଶୀଘ୍ର ସ୍ୱାଭାବିକ ହୋଇଯିବ। ଏଟିଏମ୍ ଏବଂ POS ବ୍ୟତୀତ ଅନ୍ୟ ସମସ୍ତ ଚ୍ୟାନେଲ ପ୍ରଭାବିତ ହୋଇଛି |’


Share It

Comments are closed.