ଦୀପିକାଙ୍କ ପରେ ଏବେ ଡ୍ରଗ୍ସ ମାମଲାରେ ଛନ୍ଦି ହେଲେ ଦିଆ ମିର୍ଜା

Share It

ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଅନେକ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଏହା ମଧ୍ୟରେ ଡ୍ରଗ୍ସ ମାମଲାରେ ଏନସିବିର ରାଡାରରେ ଦୀୟା ମିର୍ଜାଙ୍କ ନାମ ଥିବା ଖବର ସାମ୍ନାକୁ ଆସିଛି। ତାଙ୍କୁ ଜେରା ପାଇଁ ଡକାଯାଇପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଡ୍ରଗ୍ସ କନେକ୍ସନ ଯାଞ୍ଚ ସମୟରେ ଏନସିବି ୪୦ ବର୍ଷୀୟ ଦୀୟାଙ୍କ ବିଷୟରେ ଜାଣିବାକୁ ପାଇଥିଲା। ଏହା ପୂର୍ବରୁ ଏହି କେସ୍‌ରେ ସାରା ଅଲି ଖାନ, ଦୀପିକା ପାଦୁକନ, ଶ୍ରଦ୍ଧା କପୁର ଓ ନମ୍ରତା ଶିରୋଡକରଙ୍କ ପରେ ଏବେ ଦୀୟାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଏନସିବି ତାଙ୍କୁ ପଚରାଉଚୁରା ପାଇଁ ଶୀଘ୍ର ନୋଟିସ୍ ଜାରି କରିପାରେ।

ଏନସିବି ସୂତ୍ର ଅନୁଯାୟୀ, ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ଅନୁଜ କେଶଓ୍ଵାନୀ ଓ ଅଙ୍କୁଶଙ୍କୁ ଜେରା ବେଳେ ଏହି ଅଭିନେତ୍ରୀଙ୍କ ନାମ ଖୁଲାସା ହୋଇଛି। ଦୀୟାଙ୍କ ମ୍ୟାନେଜର ଡ୍ରଗ୍ସ ତାଙ୍କ ପର୍ଯ୍ୟନ୍ତ ପହଞ୍ଚାଉଥିଲେ। ୨୦୧୯ରେ ଦୀୟାଙ୍କ ପାଇଁ କିଣାଯାଇଥିବା ଡ୍ରଗ୍ସର ବଳିଷ୍ଠ ପ୍ରମାଣ ଏନସିବି ହାତରେ ଲାଗିଛି। ତାଙ୍କ ମ୍ୟାନେଜର ଡ୍ରଗ୍ସ ମାଫିଆଙ୍କ ସହ ଦୁଇ ଥର ମିଟିଂ କରିଥିବା ମଧ୍ୟ ଜଣା ପଡିଛି। ଏଥିପାଇଁ ଆଗାମୀ ସମୟରେ ଅଭିନେତ୍ରୀଙ୍କ ମ୍ୟାନେଜରଙ୍କୁ ପ୍ରଥମେ ଜେରା ପାଇଁ ଡକାଯାଇପାରେ। ଏହା ପରେ ଦୀୟାଙ୍କୁ ଏନସିବିର ସାମ୍ନା କରିବାକୁ ପଡିପାରେ।


Share It

Comments are closed.