ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନାହିଁ, ଏବେ ମଧ୍ୟ ଭେଣ୍ଟିଲେଟର ସହାୟତାରେ ଚାଲିଛି ଚିକିତ୍ସା

Share It

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ କହିଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆର୍ମି ହସ୍ପିଟାଲ ଦେଇଥିବା ସୂଚନା ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତିଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇ ଚିକିତ୍ସା କରାଯାଉଛି। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ‘ପ୍ରଣବ ମୁଖାର୍ଜୀଙ୍କ ଚିକିତ୍ସା ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ।’

ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ପୂର୍ବରୁ ସୂଚନା ଦେଇଥିଲେ ଯେ ଅଗଷ୍ଟ ୧୦ରେ ମସ୍ତିଷ୍କରେ ରକ୍ତ ଜମାଟ ନେଇ ହୋଇଥିବା ଜୀବନ ରକ୍ଷାକାରୀ ଜରୁରୀକାଳୀନ ଅସ୍ତ୍ରୋପଚାର ପରେ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥାବସ୍ଥା ସୁଧୁରିଛି ଏବଂ ସ୍ଥିର ରହିଛି।ପ୍ରଣବ ମୁଖାର୍ଜୀ ପୂର୍ବରୁ ସୂଚନା ଦେଇଥିଲେ ଯେ ସେ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବା ସମୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଏକାନ୍ତଵାସରେ ରହିବାକୁ ଅନୁରୋଧ କରିଥିଲେ।


Share It

Comments are closed.