ଚୀନର ଅସଲ ମୁଖା ଖୋଲିଲେ କରୋନା ଉପରେ ଅଧ୍ୟୟନ କରୁଥିବା ଚୀନି ବୈଜ୍ଞାନିକ

Share It

ବିଶ୍ୱ ଦରବାରରେ ଧରାପଡ଼ିଲା ଚୀନର ସୈତାନୀ ଚାଲ୍ । ସ୍ୱାର୍ଥସାଧନ ପାଇଁ ଜୀବନ ବି ନେଇପାରେ ପଡ଼ୋଶୀ ଦେଶ । କରୋନା ଉପରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକଙ୍କୁ ମାରିଦେଇଥାଆନ୍ତା ଚୀନ । ପ୍ରାଣ ବିକଳରେ ନିଜ ଜୀବନ ବଞ୍ଚାଳ ଆମେରିକା ପଳାୟନ କଲେ ଚୀନର କରୋନା ବୈଜ୍ଞାନିକ । ସାରା ଦୁନିଆକୁ ଅନ୍ଧାରରେ ରଖିଥିବା ଚୀନ୍ ସରକାର ସତ ଲୁଚାଉଥିବା କଥା ପୁଣି ଥରେ ପ୍ରମାଣିତ ହୋଇଛି । ବିଶ୍ୱରେ ଭାଇରସ ତା’ର କରାଳ ରୂପ ଦେଖାଇବା ପୂର୍ବରୁ ଭାଇରସର ଭୟାବହତା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥିଲା ବେଜିଂ । ଚୀନର ଜଣେ ପ୍ରମୁଖ କରୋନା ବୈଜ୍ଞାନିକ ଏହାର ଖୁଲାସା କରିଛନ୍ତି । ଚୀନରେ ସଂକ୍ରମଣ ବଢ଼ିବା ପୂର୍ବରୁ ସରକାରଙ୍କୁ ଚେତାବନୀ ଦେଇସାରିଥିଲେ । ହେଲେ କରୋନାକୁ ନେଇ ରିସର୍ଚ୍ଚ କରୁଥିବା ବୈଜ୍ଞାନିକଙ୍କ ତଥ୍ୟକୁ ଗୁରୁତର ସହ ନେଇନଥିଲା ଚୀନ୍ । ଆଉ ସେହି ଗୋଟିଏ ମାତ୍ର ଭୁଲର ପରିଣାମ ସାରା ବିଶ୍ୱବାସୀଙ୍କୁ ଭୋଗିବାକୁ ପଡ଼ୁଛି । ସେତେବେଳେ କରୋନା ବୈଜ୍ଞାନିକଙ୍କ କଥା ଶୁଣିଥିଲେ ହୁଏତ ସାରା ବିଶ୍ୱ ଭାଇରସର ଜାଲରେ ଏପରି ଘାଣ୍ଟି ହୋଇନଥାନ୍ତା ।

ଚୀନର କରୋନା ବୈଜ୍ଞାନିକ ଲି ମେଙ୍ଗ୍ । ସ୍କୁଲ ଅଫ୍ ପବ୍ଲିକ ହେଲଥ ଭାଇରୋଲୋଜି ଓ ଇମ୍ୟୁନୋଲୋଜିରେ ବିଶେଷଜ୍ଞ ଭାବେ କାର୍ଯ୍ୟରତ । ଦୁନିଆର ସେହି ବୈଜ୍ଞାନିକ ମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ କରୋନା ଭାଇରସ୍ ଉପରେ ଅଧ୍ୟୟନ କରୁଥିଲେ । ଏପ୍ରିଲ ୨୦୨୦ ଶେଷ ଆଡ଼େ ମେଙ୍ଗ ୟାନ୍ କଙ୍ଗସ ଆମେରିକା ପଳାୟନ କରିଛନ୍ତି । କ୍ୟାମ୍ପସରୁ ବାହାରିବା ପୂର୍ବରୁ ଅତି ସାବଧାନତା ସହ ଗୋଡ଼ କାଢ଼ିଥିଲେ । ରିସର୍ଚ୍ଚ କରୁଥିବା ସମୟରେ ଘରକୁ ଫେରିପାରିବେ କି ନାହିଁ ସବୁବେଳେ ଚିନ୍ତା କରୁଥିଲେ । କାରଣ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ସେ ଜାଣିପାରିଥିଲେ । ସେ ପଳାୟନ କରୁଥିବା ଜାଣିଥିଲେ ସବୁଦିନ ପାଇଁ ଜେଲ ଦଣ୍ଡ ହୋଇଥାଆନ୍ତା କିମ୍ବା ଜୀବନରୁ ମାରିଦେଇଥାନ୍ତେ ଚୀନ ସରକାର । ଲି ମେଙ୍ଗଙ୍କ ସୂଚନା ଅନୁସାରେ, ଚୀନରେ ଧୀରେ ଧୀରେ କରୋନା କାୟା ମେଲାଉଥିବା ବେଳେ, ୨୦୧୯ ଡିସେମ୍ବର ଶେଷ ଆଡ଼କୁ ଏକ୍ସପର୍ଟଙ୍କୁ କରୋନା ଉପରେ ରିସର୍ଚ୍ଚ କରିବା ପାଇଁ ମନାକରିଦେଥିଲେ ଚୀନ ସରକାର ।ଚୀନ ସରକାର କେବଳ ବିଦେଶୀ ବୈଜ୍ଞାନିକ ନୁହେଁ, ହଂକଂର ବିଶେଷଜ୍ଞଙ୍କୁ ରିସର୍ଚ୍ଚ ସାମିଲ କରିବା ପାଇଁ ରୋକ ଲଗାଇଥିଲେ । କରୋନା ସମ୍ପର୍କରେ ଜାଣିପାରିଥିବା ବୈଜ୍ଞାନିକଙ୍କୁ ନୋଟିସ୍ ଦିଆଗଲା । ଡାକ୍ତର ଓ ଅଧ୍ୟୟନକର୍ତ୍ତାଙ୍କୁ ଖୋଲାଖୋଲି ଭାବେ ଭାଇରସ୍ ଉପରେ ଚର୍ଚ୍ଚା କରିବାକୁ ମନା କରାଗଲା । ଉହାନର ଡାକ୍ତର ଓ ବିଶେଷଜ୍ଞ ବାଧ୍ୟ ହୋଇ ଜୀବନ ଡରରେ ଚୁପ ରହିଲେ । ଆଉ ତା’ପରେ ମଣିଷ ଠାରୁ ମଣିଷ ଡେଇଁଲା ମହାମାରୀ କରୋନା । ସଂକ୍ରମଣ ଭିତରେ ୟାନ୍ ଜୀବନ ବଞ୍ଚାେଇ ଅନ୍ୟ ଦେଶକୁ ସବୁ ଦିନ ପାଇଁ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ ।


Share It

Comments are closed.