ଦେଶରେ ଲଂଚ ହେଲା ଏପର୍ଯ୍ୟନ୍ତର ସବୁଠାରୁ ସସ୍ତା କୋଭିଡ-୧୯ ଟେଷ୍ଟ କିଟ


ଆଇଆଇଟି ଦିଲ୍ଲୀର ବୈଜ୍ଞାନିକ ତଥା ଯୁବ ଅନୁସନ୍ଧାନକାରୀଙ୍କ ଦ୍ବାରା ବିକଶିତ ହୋଇଥିବା କୋଭିଡ -୧୯ ର ଶସ୍ତା ଟେଷ୍ଟ କିଟ୍ ଗତକାଲି ଲଞ୍ଚ କରାଯାଇଥିଲା। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ‘କରୋସର ଆରଟି- PCR’ କିଟ୍ ଲଞ୍ଚ କରିଛନ୍ତି।

ଆଇଆଇଟି ଦିଲ୍ଲୀ କୋଭିଡ -୧୯ ହେଉଛି କରୋସର ଆରଟି-PCR’ କିଟ୍ ଉତ୍ପାଦନ କରିବାରେ ପ୍ରଥମ ଶିକ୍ଷାନୁଷ୍ଠାନ | ଏହି କିଟ୍ ର ମୂଲ୍ୟ ୬୫୦ ଟଙ୍କା ଥିବାବେଳେ ବଜାରରେ ଏପର୍ଯ୍ୟନ୍ତ ୪୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି | ସରକାରୀ ଲ୍ୟାବ କିମ୍ବା ହସପିଟାଲ ଆଇସିଏମଆର ମାଧ୍ୟମରେ ଏହି କିଟ୍ ହାସଲ କରାଯାଇପାରିବ। ଯେବେକି ବେସରକାରୀ ଡାକ୍ତରଖାନାଗୁଡ଼ିକ କମ୍ପାନୀରୁ ସିଧାସଳଖ କିଣିବାକୁ ସକ୍ଷମ ହେବେ।

ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଡ। ରାଓ କହିଛନ୍ତି ଯେ ଏହା ଦେଶର ଉଭୟ ମାପକାଠି ଏବଂ ମୂଲ୍ୟ ଦୃଷ୍ଟିରୁ କୋଭିଡ-୧୯ ଅନୁସନ୍ଧାନର ପ୍ରକିମାନକୁ ବଦଳାଇବ। ସେ କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏବଂ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଅନୁମୋଦିତ ଏହି ଉତ୍ପାଦକୁ ଉପସ୍ଥାପନା କରାଯାଉଛି।


Share It

Comments are closed.