ୟୁଜରଙ୍କ ପ୍ରତିକ୍ଷାର ଅନ୍ତ ଘଟିଲା, ଏବେ ହ୍ୱାଟସଆପରେ ଆସିଯାଇଛି ଆନିମେଟେଡ ଷ୍ଟିକର୍ସ

Share It

ଇନଷ୍ଟାଂଟ ମେସେଜିଙ୍ଗ ଆପ ହ୍ୱାଟସଆପ ନିଜର ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜରମାନଙ୍କ ପାଇଁ ଆନିମେଟେଡ ଷ୍ଟିକର ଲଂଚ କରିଦେଇଛି । ବର୍ତମାନ ୟୁଜର ଚାଟିଙ୍ଗ କରିବା ସହିତ ପରସ୍ପରକୁ ଆନିମେଟେଡ ଷ୍ଟିକର ମଧ୍ୟ ପଠାଇପାରିବେ । ଆପଣଙ୍କୁ ଜଣାଇଦେଉଛୁ ଯେ ଆନିମେଟଡ ଷ୍ଟିକରଗୁଡ଼ିକୁ କିଛି ଦିନ ପୁର୍ବରୁ ୨.୨୦.୧୯୪.୭ ବିଟା ଭର୍ଜନରେ ସ୍ପଟ କରାଯାଇଥିଲା ।


ଆନିମେଟଡ ଷ୍ଟିକରଗୁଡ଼ିକର ବ୍ୟବହାର କରିବା ପାଇଁ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ନିଜର ହ୍ୱାଟ୍ସଆପକୁ ଅପଡେଟ କରିବାକୁ ପଡ଼ିବ । ଏହାପରେ ୟୁଜରମାନେ ହ୍ୱାଟସଆପର ଲେଟଷ୍ଟ ଫିଚର ଆନିମେଟଡ ଷ୍ଟିକର୍ସର ବ୍ୟବହାର କରିପାରିବେ ।
ଏଭଳି କରନ୍ତୁ ଆନିମେଟେଡ ଷ୍ଟିକର୍ସର ବ୍ୟବହାର
1. ଯଦି ଆପଣ ଆନିମେଟଡ ଷ୍ଟିକର୍ସର ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ହ୍ୱାଟସଆପ ଓପନ କରନ୍ତୁ ।
2. ଏହାପରେ ଯେଉଁ ୟୁଜରଙ୍କୁ ଆପଣ ଷ୍ଟିକର ପଠାଇବାକୁ ଚାହୁଁଛନ୍ତି, ତାଙ୍କର ଚାଟବକ୍ସ ଓପନ କରନ୍ତୁ ।
3. ଏବେ ଏଠାରେ ଆପଣଙ୍କୁ ଇମୋଜିର ବିକଳ୍ପ ଦେଖାଦେବ । ଏହା ଉପରେ ଟ୍ୟାପ କରନ୍ତୁ । ଏଥିରେ ଆପଣଙ୍କୁ ଆନିମେଟଡ ଷ୍ଟିକର ପ୍ୟାକ ଦେଖାଦେବ । ଏହାକୁ ଡାଉନଲୋଡ଼ କରନ୍ତୁ ।
4. ଡାଉନଲୋଡ଼ ହେବା ପରେ ଆପଣ ନିଜର ପସନ୍ଦର ଯେକୌଣସି ମଧ୍ୟ ଆନିମେଟେଡ ଷ୍ଟିକର ଉପରେ କ୍ଲିକ କରି ପଠାଇ ପାରିବେ ।

ହ୍ୱାଟସଆପର ମଲଟି ଡିଭାଇସ ଫିଚର

ୱେବ ବିଟା ଇମ୍ଫା ଅନୁଯାୟୀ ହ୍ୱାଟ୍ସଆପ ବହୁତ ଜଲଦୀ ମଲଟି ଡିଭାଇସ ଫିଚର ଲଂଚ କରିବାକୁ ଯାଉଛି । ୟୁଜରମାନେ ଏହି ଫିଚର ଦ୍ୱାରା ନିଜର ଗୋଟିଏ ଆକାଉଂଟକୁ ଚାରୋଟି ଅଲଗା ଡିଭାଇସରେ ବ୍ୟବହାର କରିପାରିବେ । ଏମିତିରେ ଡାଟାକୁ ସିଙ୍କ କରିବା ପାଇଁ ୱାଇ-ଫଶଇର ବ୍ୟବହାର କରିବାକୁ ପଡ଼ିବ ।
ହ୍ୱାଟସଆପ ଡିଲିଟ ଫିଚର
ହ୍ୱାଟ୍ସଆପ ମାର୍ଚ୍ଚ ମାସରେ ନିଜର ବିଟା ଭର୍ଜନ ପାଇଁ ଅପଡେଟ ଜାରି କରିଥିଲା, ଯେଉଁଥିରେ ଡିଲିଟ ମେସେଜ ଫିଚରକୁ ସ୍ପଟ କରାଯାଇଥିଲା । ଏଥିରୁ ଅନୁମାନ କରଯାଇପାରେ ଯେ କମ୍ପାନୀ ଆଗାମୀ ଦିନଗୁଡ଼ିକରେ ଏହି ଫିଚରକୁ ସାଧାରଣ ହ୍ୱାଟସଆପ ୟୁଜରଙ୍କ ପାଇଁ ଜାରି କରିପାରେ । ଫିଚର କଥା କଥା କହିବା ଯଦି ଏହା ଜରିଆରେ ୟୁଜର୍ସ ପଠାଯାଇଥିବା ମେସଜକୁ ଡିଲିଟ କରିବା ପାଇଁ ସମୟ ନିର୍ଦ୍ଧାରିତ କରିପାରିବେ ଏବଂ ନିର୍ଦ୍ଧାରିତ ସମୟ ପରେ ପଠାଯାଇଥିବା ମେସେଜ ଆପେ ଆପେ ଡିଲିଟ ହୋଇଯିବ ।


Share It

Comments are closed.