ଅକାଳ ମୃତ୍ୟୁରୁ ବଂଚିବା ପାଇଁ ମହାକାଳଙ୍କ ସାହାରା ନେଉଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ, ପ୍ରତ୍ୟେକ ଦିନ ଦୁଇଘଂଟା କରୁଥିଲା ପୂଜା-ପାଠ
ବିକାଶ ଦୁବେ ମହାକାଲଙ୍କ ଭକ୍ତ ଥିଲା । ପ୍ରତ୍ୟେକ ଦିନ ସେ ଦୁଇ ଘଂଟା ପୂଜାପାଠ କରୁଥିଲା । ତାକୁ ବିଶ୍ୱାସ ହୋଇଯାଇଥିଲା ଯେ ଯଦି ସେ ୟୁପି ପୋଲିସଙ୍କ ହାତରେ ଧରାପଡିଯାଏ ତେବେ ତାର ମୃତ୍ୟୁ ସୁନିଶ୍ଚିତ । ବୋଧହୁଏ ଏଥିପାଇଁ ଅକାଳ ମୃତ୍ୟୁରୁ ରକ୍ଷାପାଇବା ପାଇଁ ଉଜୟିନୀ ମହାକାଳ ମନ୍ଦିରରେ ପହଂଚିଥିଲା ବିକାଶ ଦୁବେ । ଉଜୟିନୀ ପୋଲିସର ପଚରାଉଚରାରେ ସେ ଖୁଲାସା କରିଥିଲା ଯେ ମନ୍ଦିରରେ ପହଂଚି ସେ ନିଜକୁ ସୁରକ୍ଷିତ ଅନୁଭବ କରୁଥିଲା ।
ଉଜୟିନୀ ପୋଲିସ ବିକାଶ ଦୁୂବେକୁ ଲମ୍ବା ପଚରାଉଚରା କରିଥିଲେ । ଏହାପରେ ସେଠାରେ ପହଂଚିଥିବା ୟୁପି ଏସଟିଏଫ ଏବଂ ପୋଲିସ ଦଳ ମଧ୍ୟ ଅନେକ ରହସ୍ୟ ବାହାର କରିଥିଲେ । ଏଥିରେ ସେ କହିଥିଲା ଯେ ତାର ସାଥୀମାନେ ଲଗାତର ସଂଘର୍ଷରେ ମରୁଥିଲେ । ତେଣୁ ସେ କିଛି ଲୋକଙ୍କ ଠାରୁ ରାୟ ନେଇ ମହାକାଳ ଯିବାର କଥା କହିଥିଲା ।
ଯୋଜନା ଅନୁଯାୟୀ ସେ ମହାକାଳ ଦରବାରରେ ପହଂଚିଥିଲା । ସେ କାନପୁରର ପରମେଟ ମନ୍ଦିରକୁ ମଧ୍ୟ ସବୁ ସୋମବାର ଦର୍ଶନ କରିବାକୁ ଯାଉଥିବା ପ୍ରକାଶ କରିଥିଲା । ସେ ଏହା ମଧ୍ୟ କହିଥିଲା ଯେ ୨୦୦୧ ମସିହାରେ ଭାଜପା ନେତା ସନ୍ତୋଷ ଶୁକ୍ଳାଙ୍କୁ ଶିୱାଲି ଥାନାରେ କରାଯାଇଥିବା ହତ୍ୟା ଆରୋପରେ ମୁକୁଳିବା ପରେ ସେ ନିଜ ଘରେ ଏକ ମନ୍ଦିର ମଧ୍ୟ କରିଥିଲା ।
ବିକାଶ ମହନ୍ତ ଶୋଭନଙ୍କ ସରକାରଙ୍କ କଥାରେ ୨୦୦୩ରେ ଅପରେସନ କରି ହାତ ଭିତରେ ଜୀବନ ରକ୍ଷକ କବଚ ରଖିଥିଲା । ଏହା ପରେ ସେ କହିବାକୁୂ ଲାଗିଲା ଯେ ଇଶ୍ୱରଙ୍କ ବ୍ୟତୀତ ତାର କେଇ କିଛି ମଧ୍ୟ କରିପାରିବେ ନାହିଁ । ତାର ମାତା ସାରଳା ଦେବୀ ମଧ୍ୟ ଏହା କହୁଥିଲେ । ସେ କୁହିଥିଲେ ଯେ ପୁଅକୁ ମହାକାଳ ବଂଚାଇଛନ୍ତି । କିନ୍ତୁ ଘଟଣା ପରେ ସେ କହିଥିଲେ ଯେ ତାଙ୍କ ପୁଅର କର୍ମ ଅନୁଯାୟୀ ତାର ଏକକାଉଂଟର ହେବା ଦରକାର ।
Comments are closed.