ଦେଶ ପାଇଁ ଏସିଆର ବୃହତମ ସୌର ପ୍ରକଳ୍ପକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଛନ୍ତି- ଇତିହାସ ସୃଷ୍ଟି କରିଛି ରେୱା

Share It

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମଧ୍ୟପ୍ରଦେଶର ରେୱାଠାରେ ଏସିଆର ବୃହତ୍ତମ ସୌର କାରଖାନାର ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଏକ ବଡ ଯୋଜନା ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶର ରେୱାଠାରେ ୭୫୦ ମେଗାୱାଟ ସୌର ଶକ୍ତି ପ୍ରକଳ୍ପ ଆରମ୍ଭ ହୋଇଛି।


ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଆଜି ରେୱା ପ୍ରକୃତରେ ଇତିହାସ ସୃଷ୍ଟି କରିଛି । ରେୱାର ପରିଚୟ ମାତା ନର୍ମଦା ଏବଂ ଧଳା ବାଘ ଦ୍ବାରା ଚିହ୍ନିତ ହେଉଖିଲା । ବର୍ତ୍ତମାନ ଏହା ସହ ଏସିଆର ବୃହତ୍ତମ ସୌର ଶକ୍ତିର ନାମ ମଧ୍ୟ ଯୋଡିହୋଇଛି | ରେୱାର ଏହି ସୌର ପ୍ଲାଂଟ ଏହି ଦଶନ୍ଧିରେ ଏହି ସମଗ୍ର କ୍ଷେତ୍ରକୁ ଏକ ବୃହତ ଶକ୍ତି କେନ୍ଦ୍ର କରିବାରେ ସାହାଯ୍ୟ କରିବ | ଏହି ସୌର ପ୍ଲାଂଟ ସହିତ ମଧ୍ୟପ୍ରଦେଶର ଲୋକମାନେ, ଏଠାରେ ଥିବା ଶିଳ୍ପଗୁଡିକ କେବଳ ବିଦ୍ୟୁତ୍ ପାଇବେ ନାହିଁ, ବରଂ ଦିଲ୍ଲୀର ମେଟ୍ରୋ ରେଳ ମଧ୍ୟ ଏହାର ଲାଭ ପାଇବ।


Share It

Comments are closed.