ପିସ୍ତଲ ନେଇ କଲେଜକୁ ଯାଉଥିଲା ବିକାଶ ଦୁବେ, ୧୪ ବର୍ଷ ବୟସରେ ନିଜ ଶିକ୍ଷକଙ୍କ ଉପରେ କରିଥିଲା ଆକ୍ରମଣ

Share It

କାନପୁର ଏନକାଉଣ୍ଟର ପରେ ଆଜି (ଜୁଲାଇ ୨୦) ଏନକାଉଣ୍ଟରରେ ଫରିଦାବାଦ ଏବଂ ପରେ ୟୁପିରୁ ଉଜଇନରେ ପହଞ୍ଚିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍ର ମୃତ୍ୟୁ ଘଟିଛି। ବିକାଶ ଦୁବେର ଗିରଫ ଯେତିକି ନାଟକୀୟ ଥିଲା ତାର ଏନକାଉଣ୍ଟରରେ ମୃତ୍ୟୁ ମଧ୍ୟ ସେତିକି ନାଟକୀୟ ଥିଲା। ତାର ମୃତ୍ୟୁ ସହିତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଆସୁଥିବା ତାର ଆତଙ୍କ ଆଜି ଶେଷ ହୋଇଛି। ତେବେ ଆସନ୍ତୁ ଜାଣିବା ତାର ପ୍ରାରମ୍ଭିକ ଜୀବନ କିପରି ଥିଲା ଏବଂ ସେ କିପରି ଅପରାଧ ଦୁନିଆରେ ପ୍ରବେଶ କରିଥିଲା …

ବିକାଶ ଦୁବେ ଆରମ୍ଭରୁ ଏକ ଅପରାଧିକ ମାନସିକତାର ଥିଲା । ସେ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ସମୟରେ ପିସ୍ତଲ ନେଇ କଲେଜକୁ ଯାଉଥିଲା | ଯେତେବେଳେ ପ୍ରଧାନଶିକ୍ଷକ ଏବଂ ଶ୍ରେଣୀ ଶିକ୍ଷକ ତାଙ୍କୁ ମାଡ଼ ମାରିଥିଲେ, ସେତେବେଳେ ତାଙ୍କୁ ଘେରିଯାଇ ରାସ୍ତାରେ ଆକ୍ରମଣ କରିଥିଲା।

ବିକାଶ ଦୁବେ ରସୁଲାବାଦରେ ରହୁଥିବା ମାମୁଁ ପ୍ରେମ କିଶୋରଙ୍କ ସହିତ ଇଂଟର ପର୍ଯ୍ୟନ୍ତ ଅଧ୍ୟୟନ କରିଛି। ତା ସହ ଅଧ୍ୟୟନ କରୁଥିବା କିଛି ସହପାଠୀ କହିଛନ୍ତି ଯେ ଆରମ୍ଭରୁ ବିକାଶ ଖୁଖାଁର ଥିଲା। ୧୯୮୪ ରେ ଉଚ୍ଚ ବିଦ୍ୟାଳୟରେ, ରାଜା ଦରିଆଭଚନ୍ଦ୍ର ଇଣ୍ଟର କଲେଜରେ ଅଧ୍ୟୟନ କରିଥିଲା | ସେ ପ୍ରାୟତ ପିସ୍ତଲ ସହିତ କଲେଜରେ ପହଞ୍ଚୁଥିଲା । ଛାତ୍ରମାନଙ୍କ ଉପରେ ଆଧିପତ୍ୟ ରଖିବାକୁ ଚାହୁଁଥିଲା | ଏଭଳିକି ସେ ଅନ୍ୟ ଛାତ୍ରମାନଙ୍କ ପରି ଶିକ୍ଷକମାନଙ୍କୁ ଭୟ କରୁନଥିଲା ।

ଯେତେବେଳେ ତତ୍କାଳୀନ ପ୍ରିନ୍ସିପାଲ୍ ଏହା ଜାଣିଲେ, ସେ ଡେପୁଟି ପ୍ରିନ୍ସିପାଲ୍ ଏବଂ ତାଙ୍କ ଶ୍ରେଣୀ ଶିକ୍ଷକଙ୍କୁ ସାଙ୍ଗରେ ନେଇନ ତାଠାରୁ ପିସ୍ତଲ ଛଡ଼ାଇ ନେଇଗଲେ | ତାଙ୍କୁ ମଧ୍ୟ ମାଡ ଦିଆଯାଇଥିଲା। ଏଥିରେ ରାଗିଯାଇ ତାପର ଦିନ କଲେଜ ଯିବା ବାଟରେ ସେ ଅଟକି ଶିକ୍ଷକମାନଙ୍କୁ ମାଡ଼ ମାରିଥିଲା। ତେବେ ଛାତ୍ର ହୋଇଥିବାରୁ ତା ଉପରେ ରିପୋର୍ଟ ଦାଖଲ କରାଯାଇ ନଥିଲା । ସେ ଛାତ୍ରମାନଙ୍କ ସହିତ ଛୋଟ ଛୋଟ ଜିନିଷ ଉପରେ ମଧ୍ୟ ମାରପିଟ କରୁଥିଲା ।

ବିକାଶ ଦୁବେ ରସୁଲାବାଦରେ ଏକ ରେଡିଓ ମରାମତି ଦୋକାନ ଚଳାଇସାରିଛି । ଇଣ୍ଟର ପରେ ସେ ନିଜେ ସହରରେ ଏକ ରେଡିଓ ମରାମତି ଦୋକାନ ଖୋଲିଥିଲା| ସେ ଦୋକାନରେ ଚାରି ବର୍ଷ ରେଡିଓ ମରାମତି କରି ଖର୍ଚ ଚଳାଇଲା । କେବଳ ସେତିକି କାମ କରୁଥିଲା ଯେପରି ତାର ପକେଟ ଖର୍ଚ ବାହାରି ଆସେ | ଏହା ପରେ ତାର ଆଚରଣ ସନ୍ଦେହଜନକ ହୋଇଗଲା, ତା’ପରେ ତାର ମାମୁଁ ପ୍ରେମ କିଶୋର ଘରୁ ବାହାରକୁ ଯିବାକୁ କହିଥିଲେ। ତା’ପରେ ସେ ବିକରୁ ଗାଁକୁ ଚାଲିଗଲା। ଏହା ପରେ ଖୋଲାଖୋଲି ଭାବେ ଅପରାଧିକ ଘଟଣା ଆରମ୍ଭ କରିଥିଲା | ୨୦୦୧ ମସିହାରେ, ଶିବଲି କୋଟୱାଲୀ ଭିତରେ ଦର୍ଜାପ୍ରାପ୍ତ ରାଜ୍ୟ ମନ୍ତ୍ରୀ ସାନ୍ତୋଷ ଶୁକ୍ଲାଙ୍କୁ ହତ୍ୟା କରିବା ପରେ ଆଲୋଚନାରେ ଆସିଥିଲ।। ଏହି ଘଟଣାରେ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ କରାଯିବା ପରେ ତାର ସାହସ ଆହୁରି ବଢ଼ିଯାଇଥିଲା ।


Share It

Comments are closed.