କଣ ମ୍ୟୁଟେସନରୁ ଭାଇରସର ସଂକ୍ରମଣ ଆହୁରି ବଢିଯିବ, ଚିନ୍ତା ବ୍ୟକ୍ତ କଲେ ବୈଜ୍ଞାନିକ

Share It

କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଗବେଷଣା ଏବଂ ରିପୋର୍ଟ ସାମ୍ନାକୁ ଆସୁଛି । ଏବେ କରୋନା ଭାଇରସର ପ୍ରସାରଣ ସହ ବୈଜ୍ଞାନିକାମାନେ ଭାଇରସର ମ୍ୟୁଟେସନ(ଆକୃତିରେ ପରିବର୍ତନ) ଉପରେ ଜୋର ଦେବା ଆରମ୍ଭ କରିଦେଇଛନ୍ତି । ଏହା ଏଥିପାଇଁ କାରଣ ମ୍ୟୁଟେସନ ସହ ଭାଇରାସର ଘାତକ ହେବାର ସମ୍ଭାବନା ଅଧିକ ରହିଛି ।
ବୈଜ୍ଞାନିକଙ୍କ କହିବା ଅନୁଯାୟୀ କରୋନା ଭାଇରସ ଅନ୍ୟ ଭାଇରସଗୁଡ଼ିକ ତୂଳନାରେ ଦ୍ରୁତଗତିରେ ପ୍ରସାରିତ ହେଉଛି, କିନ୍ତୁ କିଛି ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଭାଇରସରେ ମ୍ୟୁଟେସନ ହେଉନାହିଁ । ଗୁରୁବାର ଦିନ ଆସିଥିବା ଏକ ତାଜା ରିପୋର୍ଟ ଅନୁଯାୟୀ କରୋନା ଭାଇରସକୁ ନେଇ ଏବେ ଆହୁରି ବହୁତ କିଛି ଆସିବା ବାକି ରହିଛି ଏବଂ ଏହି ମହାମାରୀର ଆକାର ଦିନକୁଦିନ ବଢିବାରେ ଲାଗିଛି ।
ସେଲ ଜର୍ଣ୍ଣାଲରେ ପ୍ରକାଶିତ ଲୋସ ଅଲାମୋସ ନାସନାଲ ଲାବୋରୋଟୋରୀ ବୈଜ୍ଞାନିକଙ୍କ କହିବା ଅନୁଯାୟୀ କରୋନା ଭାଇରସ ଆହୁରି ଘାତକ ହୋଇପାରେ । ଫ୍ଲୋରିଡାର ସ୍କ୍ରିପ୍ସ ରିସର୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଦେଖିଛନ୍ତି ଯେ୬୧୪ଜି ମ୍ୟୁଟେସନ ସେହି ଭାଇରସରୁ ଅଧିକ ସଂକ୍ରାମକ ହୋଇଥାଏ ଯେଉଁଥିରେ ଏହି କାରକ ନଥାଏ ।
ବୈଜ୍ଞାନିକଙ୍କ କହିବା କଥା ଯେ ଭାଇରସରେ ଏହି ପ୍ରକାରର ପରିବର୍ତନ ସଂକ୍ରମଣର ଦ୍ରୁତ ପ୍ରସାର ପାଇଁ ଜରୁରୀ ହୋଇଥାଏ କିନ୍ତୁ ପର୍ଯ୍ୟାପ୍ତ ହୋଇନଥାଏ । ଭାଇରସର ଷ୍ଟେନରେ ଏହି କଥାର କୌଣସି ପ୍ରମାଣ ନଥିଲା ଯେ ଡି୬୧୪ଜି ଲୋକଙ୍କୁ ବେମାର କରିପାରେ ।
କରୋନା ସଂକ୍ରମିତ ରୋଗୀଙ୍କ ଉପରେ ମହାମାରୀ ଅଧ୍ୟୟନ ପରେ ବାୟୋଲୋଜିଷ୍ଟ ପ୍ରଫେସର ବେଟ କାର୍ବର ଏହା ଦାବି କରିଛନ୍ତି ଯେ ଡି୬୧୪ଜି ଭାଇରସ ଅନେକ ଦେଶର ସହରଗୁଡ଼ିକରେ ନିଜ ଉପସ୍ଥିତି ଜାହିର କରିସାରିଛି । ଡା କାର୍ବରଙ୍କ ଅନୁଯାୟୀ ପୁରା ଦୁନିଆରେ କରୋନାର ଡି୬୧୪ଜି ଭାଇରସ ସକ୍ରିୟ ରହିଛି । ଏଥିରୁ ହିଁ ଭାଇରସ କିଛି ମାସ ମଧ୍ୟରେ ନିଜର ଉପସ୍ଥିତି ବଢାଇଦେଲା ।
ଡା କାର୍ବର ନିଜ ଅଧ୍ୟୟନରୁ ଏହା ତ ସ୍ପଷ୍ଟ କରିଦେଇଛନ୍ତି ଯେ ଡି୬୧୪ଜି ଭାଇରସ ମ୍ୟୁଟେସନ ମେ ମାସର ପ୍ରାରମ୍ଭିକ ଦିନଗୁଡ଼ିକରେ ନିଜର ଉପସ୍ଥିତି ବଢ଼ାଇଥିଲା । ଏବେ ଡାକ୍ତରୀ ଦଳ ପଶୁଙ୍କ ଉପରେ ଅଧ୍ୟୟନ କରୁଛନ୍ତି ଯାହାଦ୍ୱାରା ଭାଇରସର ପ୍ରସାର ବିଷୟରେ ସୂଚନା ମିଳିପାରିବ ।


Share It

Comments are closed.