ବୟସ୍କ ତଥା ରୋଗୀଙ୍କ ପରେ ଏବେ ଯୁବଗୋଷ୍ଠୀଙ୍କୁ ମଧ୍ୟ ଦ୍ରୁତଗତିରେ ନିଜର ବଳୟକୁ ନେଉଛି ଏହି ଭାଇରସ
ବୟସ୍କ ଏବଂ ପୂର୍ବରୁ ଅସୁସ୍ଥ ଲୋକଙ୍କ ପରେ ଏବେ କରୋନା ସଂକ୍ରମଣରେ ଆସୁଥିବା ଯୁବଗୋଷ୍ଠୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏମାନଙ୍କ ମଧ୍ୟରେ ଏଭଳି ଅନେକ ଯୁବଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ଠାରେ ସଂକ୍ରମଣ ତ ଦେଖାଯାଉନାହିଁ କିନ୍ତୁ ଏମାନେ ଅନ୍ୟମାନଙ୍କ ଠାରେ ରୋଗକୁ ପ୍ରସାରିତ କରୁଛନ୍ତି । ଆମେରିକାର ଏରିଜୋନାରେ ଏପର୍ଯ୍ୟନ୍ତ ଅଧା ସଂକମିତ ୨୦ରୁ ୪୪ ବର୍ଷର ଅଟନ୍ତି । ଫ୍ଲୋରିଡାରେ ମାର୍ଚ ମାସରେ ଏହି ଭାଇରସ ସଂକ୍ରମଣରେ ଅଧିକାଂଶ ୬୫ ବର୍ଷର ବୟସର ଥିଲେ କିନ୍ତୁ ଏବେ ବୟସର ହାରାହାରି ୩୫ ହୋଇଯାଇଛି । ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ସଂକ୍ରମିତ ଯୁବଗୋଷ୍ଠୀଙ୍କ ସଂଖ୍ୟା ବଢ଼ିଚାଲିଛି ।
ଆମେରିକାର ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (ସିଡିସି)ର ନିର୍ଦ୍ଦେଶକ ଡା ରବର୍ଟ ରେଡଫିଲ୍ଡ କହିଛନ୍ତି ଯେ ବର୍ତମାନ ଯୁବଗୋଷ୍ଠୀ ସଂକମ୍ରଣକୁ ବଢ଼ାଇବାରେ ସାହାଯ୍ୟ କରୁଛନ୍ତି, ଯେବେକି କେତେକଙ୍କର ପରିଚୟ ମଧ୍ୟ ଚିହ୍ନଟ କରାଯାଇପାରୁନାହିଁ । ତାଙ୍କର ଅନୁମାନ ଯେ ଏବେ ଯଦି ଗୋଟିଏ ମାମଲା ସାମ୍ନାକୁ ଆସୁଛି ତେବେ ଏହାର ଅର୍ଥ ହେଉଛି ଆହୁରି ଦଶଜଣ ସଂକ୍ରମିତ ହୋଇଛନ୍ତି ।
ଯୁବଗୋଷ୍ଠୀଙ୍କ ମଧ୍ୟରେ ସଂକ୍ରମଣ କାହିଁକି ବଢ଼ୁଛି ଏହାର କୌଣସି ଜବାବ ନାହିଁ । ହଁ ଏହା ନିଶ୍ଚିତ ଯେ ବୟସ୍କଙ୍କ ତୁଳନାରେ ଯୁବଗୋଷ୍ଠୀଙ୍କ ହସପିଟାଲରେ ଭର୍ତି ହେବା ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା କମ ଅଟେ । ସେ କହିଛନ୍ତି ଯେ ଭାଇରସର ପ୍ରକୋପ ବଢ଼ିବା ସହ ସଂକ୍ରମିତ ଯୁବଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ବଢ଼ିବ, ଯାହାଦ୍ୱାରା ମହାମାରୀର ସ୍ଥିତି ଆହୁରି ବିଗିଡ଼ିଯିବ ।
ଯଦି ଆମେରିକା କଥା କୁହାଯାଏ ତେବେ ସେଠାରେ ସଂକ୍ରମଣ ବଢ଼ିବାର ଅନେକ କାରଣ ହୋଇପାରେ । ଅଶ୍ୱେତ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ସେଠାରେ ବିରୋଧ ପ୍ରଦର୍ଶନ ପରେ ବଜାର ଠାରୁ ଆରମ୍ଭ କରି ପବ ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଯୁବଗୋଷ୍ଠୀଙ୍କୁ ସଂକ୍ରମିତ କରୁଛି । ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରାରମ୍ଭ ଦିନଗୁଡ଼ିକରେ ପ୍ରଥମେ ଯୁବଗୋଷ୍ଠୀ ଏହି ଭାଇରସର ଶିକାର ହୋଇଥିଲେ । କିନ୍ତୁ ରୋଗପ୍ରତିରୋଧକ ଶକ୍ତି କାରଣରୁ ସେମାନେ ଏଥିରୁ ରକ୍ଷା ପାଇଯାଇଥିଲେ, କିନ୍ତୁ ଘରର ବୟସ୍କମାନଙ୍କୁ ଏମାନଙ୍କ ଠାରୁ ହିଁ ସଂକ୍ରମଣ ହୋଇଛି ।
ମିୟାମିର ମେୟର ଗିମେନେଜଙ୍କ କହିବା ଅନୁଯାୟୀ ଯୁବଗୋଷ୍ଠୀ ନିଜକୁ ଅଜୟ ଭାବୁଛନ୍ତି । ଯୁବଗୋଷ୍ଠୀଙ୍କ ଠାରେ ଲକ୍ଷଣ ରହିନଥାଏ ଯେଉଁ କାରଣରୁ ଅନ୍ୟମାନଙ୍କୁ ସଂକ୍ରମିତ ମଧ୍ୟ କରୁଛନ୍ତି । ଏଥିରୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ମୋଟା, ମଧୁମେହ ଏବଂ ଅନ୍ୟାନ୍ୟ ରୋଗଗ୍ରସ୍ତ ଯୁବଗୋଷ୍ଠୀଙ୍କୁ ଏହି ଭାଇରସ ପ୍ରତି ବିପଦ ରହିପାରେ ।
ସଂକ୍ରମିତ ଯୁବଗୋଷ୍ଠୀ ଅନୁମାନଠାରୁ ଅଧିକ
ମହାମାରୀ ରୋଗ ବିଶେଷଜ୍ଞ ଡା ଜ୍ୟୁଡିଥ ଏ ମାଲ୍ମଗ୍ରେନଙ୍କ କହିବା ଅନୁଯାୟୀ ୨୦ରୁ ୩୦ ବର୍ଷର ସଂକ୍ରମିତ ଯୁବଗୋଷ୍ଠୀଙ୍କ ସଂଖ୍ୟ ୪୫ ପ୍ରତିଶତ ରହିଛି । ତାଙ୍କ କହିବା ଅନୁଯାୟୀ ଯୁବଗୋଷ୍ଠୀଙ୍କୁ ଜୀବନ ପ୍ରତି ବିପଦ କମ ରହିଛି କିନ୍ତୁ ସେମାନଙ୍କ ଠାରୁ ବୟସ୍କଙ୍କୁ ସଂକ୍ରମଣ ଭୟଙ୍କର ହେବ ।
Comments are closed.