ଭାରତ-ଚୀନ ସୀମା ବିବାଦ ଉପରେ ଆମେରିକାର ନଜର, କହିଛି-ଶାନ୍ତିପୂର୍ଣ୍ଣ ସମାଧାନର କରିବ ସମର୍ଥନ

Share It

ପୁର୍ବ ଲଦାଖର ଗଲୱା ଘାଟିରେ ଭାରତୀୟ ଏବଂ ଚୀନୀ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ଟକ୍କରକୁ ନେଇ ଆମେରିକାର ବିଦେଶ ମନ୍ତ୍ରୀଙ୍କର ବୟାନ ଆସିଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାରଦିନ କୁହାଯାଇଛି ଯେ ସେ ଭାରତ ଏବଂ ଚୀନ ସେନା ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ(ଏଲଓସି)ରେ ଉପୁଜିଥିବା ସ୍ଥିତି ଉପରେ ବେଶ ନୀକଟରୁ ନଜର ରଖିଛି ।
ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ, “ଆମେ ଏଲଓସିଠାରେ ଭାରତୀୟ ଏବଂ ଚୀନ ସେନା ମଧ୍ୟରେ ଉପୁଜିଥିବା ସ୍ଥିିତି ଉପରେ ନୀକଟରୁ ନଜର ରଖିଛୁ । ଆମେ ଜାଣିବାକୁ ପାଇଛୁ ଯେ ଭାରତୀୟ ସେନା ଘୋଷଣା କରିଛି ଯେ ଏହାର ୨୦ଯବାନ ଶହିଦ ହୋଇଛନ୍ତି ଏବଂ ଆମେ ତାଙ୍କର ପରିବାର ପ୍ରତି ନିଜର ସମ୍ବେଦନା ବ୍ୟକ୍ତ କରୁଅଛୁ । ଭାରତ ଏବଂ ଚୀନ ଉଭୟ ଉତେଜନା ହ୍ରାସ କରିବା ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି ଏବଂ ଆମେ ବର୍ତମାନ ସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରୁଛୁ । ୨ ଜୁନ ୨୦୨୦ରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଫୋନ ମାଧ୍ୟମରେ ହୋଇଥିବା ଆଲୋଚନାରେ ଭାରତ-ଚୀନ ସୀମା ସ୍ଥିତି ଉପରେ ଆଲୋଚନା କରାଯାଇଥିଲା ।”


ଭାରତୀୟ ସେନା ମଙ୍ଗଳବାର ଦିନ କହିଛନ୍ତି ଯେ ଚୀନ ସୈନିକଙ୍କ ସହିତ ଗଲବା ଘାଟିରେ ହୋଇଥିବା ସଂର୍ଘର୍ଷରେ ୨୦ଜଣ ଯବାନ ଶହିଦ ହୋଇଛନ୍ତି । ସେନା ପକ୍ଷରୁ ବୟାନରେ କୁହାଯାଇଛି ଯେ, “ଭାରତୀୟ ଏବଂ ଚୀନ ସୈନ୍ୟ ୧୫-୧୬ ରାତିରେ ଗଲୱା କ୍ଷେତ୍ରରେ ପରସ୍ପର ସହ ଟକ୍କର ଦେଇଥିଲେ । ୧୭ ଭାରତୀୟ ସୈନ୍ୟ ଗୁରୁତର ରୂପେ ଆହତ ହୋଇଥିଲେ ଏବଂ ପରେ ସେମାନେ ଶହିଦ ହୋଇଯାଇଥିଲେ । ଏହା ସହିତ ଶହୀଦଙ୍କ ସଂଖ୍ୟା ୨୦ ହୋଇଯାଇଛି ।”

ଏମିତିରେ ବିଦେଶ ମନ୍ତ୍ରଣାଳୟ ଏହି ଘଟଣା ପାଇଁ ଚୀନକୁ ଦାୟୀ କରିଛି । ମନ୍ତ୍ରଣାଳୟର କହିବା ଅନୁଯାୟୀ ସେ ଏକତରଫା ଭାବେ ସ୍ଥିତି ବଦଳାଇବାକୁ ଚେଷ୍ଟା କରିଛି ଏବଂ ଗଲୱା ଘାଟିରେ ଏଲଓସିର ସମ୍ମାନ କରିବା ପାଇଁ ତାକୁ ସାଧାରଣ ସହମତିରେ ପ୍ରସ୍ଥାନ କରିବା ଆବଶ୍ୟକ । ଏହା ମଧ୍ୟରେ ସଂଯୁକ୍ତ ରାଷ୍ଟ୍ରର ଅଧ୍ୟକ୍ଷ ଏନ୍ତୋନିଆ ଗୁତାରେସ୍ ଭାରତ-ଚୀନ ସୀମା ବିବାଦ ଉପେର ଗମ୍ଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ ଉଭୟ ପକ୍ଷକୁ ସଂଯମତା ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି ।


Share It

Comments are closed.