କରୋନା ଭାଇରସ ଦେଖାଇଛି ଆଇନା.. ସ୍ୱଚ୍ଛ ବାୟୁ ଥିଲେ କରୋନା ଭାଇରସରୁ ବଂଚିପାରିଥାନ୍ତା ୧୫% ଲୋକଙ୍କ ଜୀବନ
ଯଦି ଦୁନିଆରେ ବାୟୁ ପ୍ରଦୂଷଣର ମାତ୍ରା କମ ହୋଇଥାନ୍ତା ତେବେ କରୋନା ମହାମାରୀରୁ ୧୫ ପ୍ରତିଶତ ଲୋକଙ୍କ ଜୀବନ ବଂଚିପାରିଥାନ୍ତା । କରୋନା ଏବଂ ବାୟୂ ପ୍ରଦୂଷଣ ମଧ୍ୟରେ ସମ୍ବନ୍ଧକୁ ନେଇ କରାଯାଇଥିବା ଅଧ୍ୟୟନରେ ଏହାର ଖୁଲ।।ସା ହୋଇଛି । କରୋନା ସଂକ୍ରମିତ ହେବା ପୂର୍ବରୁ ଯେଉଁ ଅଂଚଳଗୁଡ଼ିକରେ ବାୟୁ ପ୍ରଦୂଷଣ ଅଧିକ ଥିଲା ସେଠାରେ ବିଶେଷଜ୍ଞମାନଙ୍କୁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଅଧିକ ମିଳିଛି । ଅଧ୍ୟୟନରେ ଦାବି କରାଯାଇଛି ଯେ ବାୟୂ ପରିଷ୍କାର ହୋଇଥିଲେ କେବଳ ମେନହଟନରେ ୨୫୦ ଲୋକ କମ୍ ମରିଥାନ୍ତେ । ଅନ୍ୟପଟେ ଇଟାଲୀରତ୍ତଉତର ଭାଗରେ ହୋଇଥିବା ଅଧିକ ମୃତ୍ୟୁର କାରଣ ମଧ୍ୟ ବାୟୁପ୍ରଦୂଷଣ ବୋଲି ଦର୍ଶାଯାଇଛି । ଏହି ଗବେଷଣା ଦିଲ୍ଲୀ, ମୁମ୍ବାଇ ଭଳି ସହରଗୁଡ଼ିକୁ ନେଇ ମଧ୍ୟ ଚିନ୍ତା ଜାହିର କରିଛି ।
ଏହି ଗବେଷଣା ଆମେରିକାରେ ୩,୦୮୦ କାଉଂଟିଙ୍ଗରେ ହାବାର୍ଡ ୟୁନିଭର୍ସିଟିରେ କରାଯାଇଥିଲା । ଏଥିପାଇଁ ଗତ ୧୭ବର୍ଷର ପର୍ଟିକୁଲାର ମ୍ୟାଟରର ଡାଟା ଏବଂ କରୋନାରେ ମରିଥିବା ଲୋକଙ୍କ ସଂଖ୍ୟା ଏକାଠି କରାଯାଇଥିଲା । ଏହାର ପରିଣାମରେ ଗବେଷକମାନେ ଦେଖିଲେ ଯେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧିର କାରଣ ହେଉଛି ବାୟୁରେ ଥିବା ଛୋଟ କୌନ ପର୍ଟିକୁଲାର ମ୍ୟାଟର(ପିଏମ)୨.୫ର ଉପସ୍ଥିତିକୁ ଦର୍ଶାଯାଇଛି ।
ଦିଲ୍ଲୀ ଓ ମୁମ୍ବାଇରେ ଅବସ୍ଥା ଖରାପ
ଲାଇଫ ଆଣ୍ଡ ଇନ ଦ ଏଜ ଅଫ ଏୟାର ପଲ୍ୟୁସନ୍ସର ଲେଖିକା ବେଥ ଗାର୍ଡନରଙ୍କ କହିବା ଅନୁଯାୟୀ ଏହି ଅଧ୍ୟୟନ ଭାରତ ଭଳି ଅଧିକ ପ୍ରଦୂଷିତ ଦେଶର ସ୍ଥିତିକୁ ନେଇ ଚିନ୍ତା ବଢ଼ାଇଦେଇଛି । ବିଶେଷ କରି ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରଗୁଡ଼ିକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି । ଗାର୍ଡନରଙ୍କ କହିବା ଅନୁଯାୟୀ ପ୍ରଦୂଷିତ ବାୟୁ ବିଶିଷ୍ଟ ଅଧିକାଂଶ ଦେଶ ଖରାପ ହେଉଥିବା ଜନସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନକେନ୍ଦ୍ରିତ କରିନାହାନ୍ତି ।
ଗବେଷକମାନେ ନ୍ୟୂୟର୍କର ମେନହଟନର ଉଦାହରଣ ଦେଇ ବୁଝାଇଛନ୍ତି ଯେ ଯଦି ଏଠାରେ ୨୦ବର୍ଷ ମଧ୍ୟରେ ପିଏମର ସ୍ତର ୧ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ ମୀଟର କମ କରିଦିଆଯାଇଥାନ୍ତା ତେବେ କରୋନାରେ ୨୪୮ ମୃତ୍ୟୁ କମ୍ ହୋଇଥାନ୍ତା । ଅର୍ଥାତ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଦୂଷିତ ବାୟୁର ସଂଷ୍ପର୍ଷରେ ରହିଥିବା ଲୋକଙ୍କ କ୍ଷେତ୍ରରେ କରୋନାରେ ଜୀବନ ହାରିବାର ବିପଦ ଅଧିକ ରହିଥାଏ । ଗବେଷକମାନେ ଧୂମ୍ରପାନକୁ ମଧ୍ୟ ଅନ୍ୟ ଏକ କାରଣ ଭାବେ ସାମିଲ କରିଛନ୍ତି । ଗବେଷକଙ୍କ ମତରେ ସ୍ୱଚ୍ଛ ବାୟୁଯୁକ୍ତ ଅଂଚଳରେ ରହୁଥିବା ଲୋକମାନେ ଅଧିକ ସୁରକ୍ଷିତ ଅଟନ୍ତି ।
କରୋନା ସହିତ ବିଶ୍ୱ ଲଢ଼େଇ କରୁଥିଲେ ମଧ୍ୟ ଏହି ସମୟ ଦୁନିଆର ଛୋଟ ବଢ଼ ସହରରେ ଆମକୁ ପ୍ରକୃତିର ମୂଳ ସ୍ୱୂରୂପ ସହ ପରିଚିତ ମଧ୍ୟ କରାଇଛି । ବିକଶିତ ହେଉ କିମ୍ବା ବିକାଶଶୀଳ ସମସ୍ତ ଦେଶଗୁଡ଼ିକ ନା କେବଳ ବାୟୁ ଓ ଜଳ ସ୍ୱଚ୍ଛ ହେବାର ଦେଖିଛନ୍ତି ବରଂ ବନ୍ୟଜୀବ ମଧ୍ୟ ବାହାରେ ମୁକ୍ତଭାବେ ବିଚରଣ କରୁଥିବାର ଦୃଶ୍ୟମାନ ହୋଇଛନ୍ତି ।
Comments are closed.