କେରଳରେ ଗର୍ଭବତୀ ହାତୀର ହତ୍ୟାକୁ ନେଇ ଦେଶରେ ବଢ଼ିଚାଲିଛି ଜନଆକ୍ରୋଶ, କେନ୍ଦ୍ର ମାଗିଲା ରିପୋର୍ଟ, କହିଲା –ଦୋଷୀଙ୍କୁ କଡ଼ା ରୁ କଡ଼ା ଦଣ୍ଡ ଦିଆଯିବ

Share It

କେରଳରେ କିଛି ଲୋକ ସାଇଲେଂଟ ବେଲି ଫରେଷ୍ଟରେ ଏକ ଗର୍ଭବତୀ ହାତୀର ମୁହଁରେ ବାଣ ଭରା ସପୁରୀ ଖାଇବାକୁ ଦେଇଥିଲେ, ଯାହାଦ୍ୱାରା ତାର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଉପରେ ବର୍ତମାନ କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ ପ୍ରକାଶ ଜାୱେଦକର କହିଛନ୍ତି ଯେ ଦୋଷୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ମନ୍ତ୍ରୀ ଗୁରୁବାର କହିଛନ୍ତି ଯେ କେନ୍ଦ୍ର ସରକାର କେରଳରେ ଗର୍ଭବତୀ ହାତୀର ମୃତ୍ୟୁକୁ ଗମ୍ଭୀରତାର ସହ ନେଇଛନ୍ତି । ଆମେ ଠିକ୍ ରୂପରେ ଅନୁସଂନ୍ଧାନ କରିବା ଏବଂ ଅପରାଧିଙ୍କୁ ଧରିବାରେ କୌଣସି ପ୍ରୟାସ ହାତଛଡ଼ା କରିବୁ ନାହିଁ । ଏହା ଭାରତର ସଂସ୍କୃତି ନୁହେଁ ଯେ ପଶୁଙ୍କୁ ବାଣ ଖୁଆଇବା ମାରିଦେବା ।”


କେରଳ ସରକାର କହିଛନ୍ତି ଯେ ହାତୀଟିର ହତ୍ୟା ଘଟଣାର ଯାଂଚ ବନ୍ୟଜୀବ ଅପରାଧ ଯାଂଚ ଦଳ କରିବ । ଅନ୍ୟପଟେ କେନ୍ଦ୍ର ସରକାର ଏହି ଘଟଣାକୁ ଗମ୍ଭରତାର ସହ ଗ୍ରହଣ କରି ରାଜ୍ୟ ଠାରୁ ପୁରା ଘଟଣାର ରିପୋର୍ଟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ କହିଛନ୍ତି ଯେ ପଲକ୍କଡ଼ ଜିଲ୍ଲାର ମନ୍ନାରକଡ଼ ବନମଣ୍ଡଳରେ ହାତୀଟିର ମୃତ୍ୟୁ ଘଟଣାର ପ୍ରାରମ୍ଭିକ ଯାଂଚ ଆରମ୍ଭ ହୋଇଯାଇଛି ଏବଂ ପୋଲିସକୁ ଏହି ଘଟଣାର ଦାୟୀଥିବା ଲୋକମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦିଆଯାଇଛି ।
ଜଣାଇଦେଉଛୁ ଯେ ଏହି ଘଟଣା କେରଳରେ ଗତ ମେ ୨୭ ତାରିଖରେ ଘଟିଛି, ଯେତେବେଳେ ଗୋଟିଏ ଗର୍ଭବତୀ ହାତୀ ଖାଦ୍ୟ ସନ୍ଧାନରେ ଜଙ୍ଗଲରୁ ବାହାରକୁ ଆସିଯାଇଥିଲା । ସେ ଗାଁ ମଧ୍ୟରେ ହଜିଯାଇଥିଲା । କିଛି ସ୍ଥାନୀୟ ଲୋକ ଏହି ଗର୍ଭିଣୀ ହାତୀ ସହିତ ମଜା କରିବା ପାଇଁ ଏକ ସପୁରୀପଣସରେ ବାଣ ଭର୍ତି କରି ତାକୁ ଖାଇବାକୁ ଦେଇଥିଲେ । କିଛି ସମୟପରେ ତାର ପେଟ ଭିତରେ ବାଣ ଫୁଟିବା ଆରମ୍ଭ ହୋଇଗଲା । ଏଥିରେ ହାତୀଟିର ମାଢ଼ି ସମ୍ପୂର୍ଣ୍ଣଭାବେ ଫାଟିଯାଇଥିଲା, ଯେଉଁଥିପାଇଁ ସେ ଖାଦ୍ୟ ଖାଇ ମଧ୍ୟ ପାରୁନଥିଲା । ଯାହଦ୍ୱାରା ହାତୀ ଏବଂ ତାର ଛୁଆ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । ମଣିଷକୁ ମଣିଷ ବୋଲି ଭାବିଥିଲା । କିନ୍ତୁ କଣ ସେ ଜାଣିଥିଲା ଯେ ଏମାନେ ମଣିଷ ନୁହଁନ୍ତି ମଣିଷ ରୂପି ଗୋଟିଏ ଗୋଟିଏ ଦାନବ । ଯେଉଁମାନେ ମଜା ନେବା ପାଇଁ ନୀରିହ ପ୍ରାଣୀର ଜୀବନ ମଧ୍ୟ ନେଇଯାଇପାରନ୍ତି ।
କଣ ଏହା ହିଁ ମାନବିକତା? ଯଦି ୟାକୁ ମାନବିକତା କୁହାଯାଏ ତେବେ ଧିକ ଏଭଳି ମାନବିକତାକୁ…ା


Share It

Comments are closed.