ପୃଥିବୀ ନୀକଟକୁ ୫.୨ କିମି/ସେ ବେଗରେ ମାଡ଼ି ଆସୁଛି ଏକ ବିଶାଳ ଉଲକା ପିଣ୍ଡ, ଏହି ସନିବାର ପୃଥିବୀ ଦେଇ ଅତିକ୍ରମ କରିବ
ନାସା ବର୍ତମାନ ଦିନଗୁଡ଼ିକରେ ଏକ ଏଭଳି ଉଲ୍କା ପିଣ୍ଡ ଉପରେ ନଜର ରଖିଛି ଯାହା ତୀବ୍ର ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । କୁହାଯାଉଛି ଯେ ଏହାର ଲମ୍ବ ଅମ୍ପାୟାର ଷ୍ଟେଟ ବିଲ୍ଡିଙ୍ଗ ଠାରୁ ମଧ୍ୟ ଅଧିକ ହୋଇପାରେ । ଏହି ଉଲ୍କା ପିଣ୍ଡ ଏହି ସପ୍ତାହରେ ପୃଥିବୀ କକ୍ଷର ନୀକଟ ଦେଇ ଅତିକ୍ରମ କରିବ ।
ନାସା ଏହି ଉଲ୍କା ପିଣ୍ଡର ନାମ ରକ୍-୧୬୩୩୪୮ ରଖିଛି । ଏହା ପାଖାପାଖି ୫.୨ କିମି ପ୍ରତି ସେକେଣ୍ଡ ବେଗରେ ବଢ଼ି ଚାଲିଛି । ଏମିତିରେ ଏହା ଅନୁମାନ କରାଯାଉଛି ଯେ ଏହା ୬ ଜୁନରେ ପୃଥିବୀର ଭୁପୃଷ୍ଠର ବହୁତ ନୀକଟରେ ଅତିକ୍ରମ କରିବ । କୁହଯାଉଛି ଯେ ଏହାର ଲମ୍ବ ୨୫୦ ମିଟର ଏବଂ ୫୭୦ ମିଟର(୮୨୦ ଫୁଟ ଏବଂ ୧୮୭୦ ଫୁଟ) ମଧ୍ୟରେ ହୋଇପାରେ ।
ନାସା ପକ୍ଷରୁ ଏହି ଏହି ଉଲ୍କା ପିଣ୍ଡକୁ ଏଟେନ ଆଷ୍ଟ୍ରଏଡ ରୂପରେ ବର୍ଗୀକରଣ କରାଯାଇଛି, ଯାହାକି ସୂର୍ଯ୍ୟଙ୍କ ନୀକଟ ଦେଇ ପୃଥିବୀ କକ୍ଷରେ ସାମିଲ ହେଉଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହାକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ସେମାନେ କହିଛନ୍ତି ଯେ ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ନାହିଁ । ଏମିତିରେ ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଅନେକ ସମୟରେ ଗୁରୁତ୍ୱାକର୍ଷଣ ଯୋଗୁଁ ଉଲ୍କା ପିଣ୍ଡ ପୃଥିବୀର କକ୍ଷରେ ଅନ୍ତିମ ସମୟରେ ସାମିଲ ହୋଇଯାଆନ୍ତି ।
ନାସାର କହିବା ଅନୁଯାୟୀ ରକ୍-୧୬୩୩୪୮(୨୦୦୨ ଏନଏନ ୪) ଉଲ୍କା ପିଣ୍ଡ ରବିବାର ସକାଳ ୮:୨୦ରେ ପୃଥିବୀ ନୀକଟ ଦେଇ ଅତିକ୍ରମ କରିବ । ଏହି ଉଲକା ପିଣ୍ଡର ବେଗ ୫.୨ କିମି ପ୍ରତି ସେକେଣ୍ଡ ରହିଛି । ଅର୍ଥାତ ଏହା ୧୧,୨୦୦ ମାଇଲ ପ୍ରତି ଘଂଟା ବେଗରେ ଆସୁଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ୨୦୨୪ରେ ହିଁ ଏତେ ବଡ଼ ଉଲକା ପିଣ୍ଡ ପୃଥିବୀ କକ୍ଷ ନୀକଟ ଦେଇ ଅତିକ୍ରମ କରିବ । ଜଣାଇଦେଉଛୁ ଯେ ଚଳିତ ବର୍ଷ ମେ ୨୧ ତାରିଖରେ ୧.୫ କିମି ଲମ୍ବର ଏକ ବଡ଼ ଉଲକା ପିଣ୍ଡ ପୃଥିବୀ କକ୍ଷର ଅନେକ ନୀକଟ ଦେଇ ବାହାରିଥିଲା ।
Comments are closed.