କେତେ ଭୟଙ୍କର ହୋଇପାରେ ମୁମ୍ବାଇ ଏବଂ ଗୁଜୁରାଟକୁ ମାଡ଼ିଆସୁଥିବା ବାତ୍ୟା ‘ନିସର୍ଗ’..ଜାଣନ୍ତୁ

Share It

ଗୋଟିଏ ପଟେ କରୋନାର ବଳୟ ପୁରା ଦେଶକୁ ଘେରି ରହିଥିବା ବେଳେ ଅନ୍ୟପଟେ ପ୍ରକୃତିର ପ୍ରକୋପ ଲାଗାତର ଜାରି ରହିଛି । ବଙ୍ଗଳା ଏବଂ ଓଡ଼ିଶାରେ ଅମ୍ଫାନର ପ୍ରକୋପ ପରେ ଏବେ ପଶ୍ଚିମ ତଟୀୟ ଅଂଚଳରେ ମହାବାତ୍ୟା ନିସର୍ଗ ନିଜର ପ୍ରକୋପ ଦେଖାଇବାକୁ ଯାଉଛି । ଏନଡିଆରଏଫ ମହାରାଷ୍ଟ୍ରରେ ପାଲ୍‌ଘର ସମେତ ଅନ୍ୟ କେତେକ ଜିଲ୍ଲାରେ ନୌସୁରକ୍ଷା ଦଳଙ୍କୁ ମୂତୟନ କରିଦିଆଯାଇଛି ।
ଏମିତିରେ ନିସର୍ଗ, ମାହାବାତ୍ୟା ଅମ୍ଫାନ ତୂଳନାରେ ଦୂର୍ବଳ ରହିପାରେ । ଆରବ ସାଗରରରେ ଚାଲିଥିବା ତୀବ୍ର ପବନ ୪ କିମି ପ୍ରତି ଘଂଟା ବେଗରେ ଉତର ଆଡ଼କୁ ଗତି କରୁଛି ଏବଂ ମୁମ୍ବାଇ ଠାରୁ ୫୫୦ କିମି ଦୂରରେ ରହିଛି । ମହାବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ରର ରାୟଗଡ଼ରେ ହରିଶ୍ୱେର ଏବଂ ଦମନରେ ତିନି ଜୁନରେ ଭୂସ୍ଖଳନ ହୋଇପାରେ । ଏମିତିରେ ଭୂସ୍ଖଳନ କେଉଁଠାରେ ଆସିବ ତାହାର ସଠିକ ସ୍ଥାନ ନିଶ୍ଚିତ କରାଯାଇନାହିଁ । ଏହା ମୁମ୍ବାଇର ଆଖାପାଖ ଅଂଚଳ ଯେପରିକି ଥାନେ,ରାୟଗଡ଼, ରତ୍ନାଗିରି ଏବଂ ସିନ୍ଧୁଦୁର୍ଗରେ ଆସିପାରେ ଏବଂ ଏହି ଅଂଚଳଗୁଡ଼ିକରେ ଭାରୀ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।
କିଭଳି ଅଂଟା ଭିଡ଼ୁଛି ନିସର୍ଗ
ବର୍ତମାନ ଏହି ବାତ୍ୟା ନିସର୍ଗର ପବନ ମୁମ୍ବାଇର ଉପକୂଳ ଅଂଚଳରୁ ୫୫୦ କିମି ଏବଂ ଗୁଜୁରାଟର ସୁରାଟର ଦକ୍ଷୀଣ-ପଶ୍ଚିମବର୍ତୀ ଦକ୍ଷୀଣ ଅଂଚଳ ଠାରୁ ୮୦୦ କିମି ଦୂରରେ ରହିଛି । ଏହି ପବନଗୁଡ଼ିକ ବୁଧବାର ସୁଦ୍ଧା ଉପକୂଳ ଅଂଚଳଗୁଡ଼ିକରେ ପହଂଚିଯିବାର ଅନୁମାନ କରାଯାଉଛି । ତିନି ଜୁନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉତର ଅଂଚଳ ଏବଂ ଗୁଜୁରାଟର ଦକ୍ଷୀଣ ଅଂଚଳରେ ପହଂଚିବାର ଅନୁମାନ କରାଯାଉଛି । ତିନି ଜୁନରେ ମହାରାଷ୍ଟ୍ରର ରାୟଗଡ଼ ଏବଂ ଦମନରେ ଭୂସ୍ଖଳନ ହେବାର ସମ୍ଭାବନା ମଧ୍ୟ ରହିଛି ।

ମହାବାତ୍ୟା ନିସର୍ଗ ଅତି ଭୀଷଣ ମହାବାତ୍ୟାରେ ପରିଣତ ହେବା ପରେ ଏହାର ପବନର ବେଗ ୧୦୫-୧୧୫ କିମି ପ୍ରତି ଘଂଟା ରହିବ ବୋଲି ଅନୁମାନ କରାଯାଉଛି ଏବଂ ତିନି ଜୁନରେ ୧୨୫ କିମି ପ୍ରତି ଘଂଟା ବେଗରେ ପବନ ପ୍ରବାହିତ ହୋଇପାରେ ।

Image: DNA India

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ୪ ଜୁନରେ ନିସର୍ଗ ବାତ୍ୟାର ବେଗ ଦୁର୍ବଳ ହୋଇ ୬୦-୭୦ କିମି ପ୍ରତି ଘଂଟା ହୋଇଯିବାର ଅନୁମାନ କରଯାଉଛି । ଯେବେକି ଗତ ମାସରେ ପୂର୍ବ ଉପକୂଳରେ ଆସିଥିବା ମହାବାତ୍ୟା ଅମ୍ଫାନ ସମୟରେ ପବନର ବେଗ ୧୮୦ କିମି ପ୍ରତି ଘଂଟା ରହିଥିଲା । ଭାରତୀୟ ପାଣିପାଗ ବିଭାଗ ବାତ୍ୟା ଅମ୍ଫାନକୁ କାଟାଗୋରୀ ପାଂଚରେ ରଖିଥିଲେ ଯାହାକୁ ସୁପର ସାଇକ୍ଲୋନ କୁହାଯାଇଥାଏ । ଏଥିରେ ଭୀଷଣ କ୍ଷୟକ୍ଷତି ହୋଇଥିଲା ।
ମହାରାଷ୍ଟ୍ର ସରକାର ମୁମ୍ବାଇ ଏବଂ ଆଖ ପାଖର ଜିଲ୍ଲା ଗୁଡ଼ିକରେ ରେଡ ଆଲର୍ଟ ଜାରି କରିଛନ୍ତି । ସରକାର ଏନଡିଆରଏଫ ଟିମର ଦଶ ୟୁନିଟକୁ ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ଅଂଚଳ ଗୁଡ଼ିକରେ ମୂତୟନ କରିଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ମୂଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରସ୍ତୁତି ସମ୍ପର୍କରେ ବୁଝିଛନ୍ତି ଏବଂ ସବୁ ସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।


Share It

Comments are closed.