ଭଲ ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ ଆକ୍ରାନ୍ତ
କରୋନା ମୁକାବିଲାରେ ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆସିଛି । ଶୁକ୍ରବାର ଆହୁରି ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୯୭୭ରେ ପହଁଚିଛି ।
Another 90 #Covid19 patients have recovered and are being discharged.
23 from Jagatsinghpur
22 from Jajpur
21 from Bhadrak
15 from Ganjam
3 from Cuttack
2 each from Khurda & Sambalpur
1 each from Balasore and Nayagarh.The total recovered cases of #Odisha now stand at 977.
— H & FW Dept Odisha (@HFWOdisha) May 29, 2020
ଶୁକ୍ରବାର ସୁସ୍ଥ ହୋଇଥିବା ୯୦ ସଂକ୍ରମିତଙ୍କ ମଧ୍ୟରେ ଜଗତସିଂପୁରର ୨୩ଜଣ ଥିବା ବେଳେ ଯାଜପୁରର ୨୨, ଭଦ୍ରକର ୨୧ ଜଣ ରହିଛନ୍ତି । ସେହିପରି ଗଞ୍ଜାମର ୧୫, କଟକର ୩, ଖୋର୍ଧା ଓ ସମ୍ବଲପୁରର ୨ଜଣ ଲେଖାଏଁ ଓ ବାଲେଶ୍ୱର ଏବଂ ନୟାଗଡର ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୯୭୭ରେ ପହଁଚିଛି । ସୂଚନାଯୋଗ୍ୟ, ଆଜି ୬୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଶୁକ୍ରବାର ଚିହ୍ନଟ ହୋଇଥିବା ୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣ ସଂକ୍ରମିତ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ ୧୧ ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୯ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, ଗଞ୍ଜାମ ଜିଲ୍ଲାରୁ ୪ ଜଣ, ବାଲେଶ୍ବର ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ଜଣେ, କୋରାପୁଟ ଜିଲ୍ଲାରୁ ଜଣେ, ଝାରସୁଗୁଡା ଜିଲ୍ଲାରୁ ଜଣେ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ରହିଛନ୍ତି ।
Comments are closed.