ଅନଲାଇନ କ୍ଲାସରେ ପାକିସ୍ତାନର ଉଦାହରଣ ଦେଇ ନାଉନ ପଢ଼ାଉଥିବା ଶିକ୍ଷୟତ୍ରୀ ଶାଦବ ଖାନମ ନିଲମ୍ବିତ

Share It

ଶନିବାର ଗୋରଖପୁରର ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଜିଏନ ପବ୍ଲିକ ସ୍କୁଲର ଜଣେ ଶିକ୍ଷୟତ୍ରୀ ଶାଦବ ଖାନମ୍‌ଙ୍କ ଦ୍ୱାରା ହ୍ୱାଟ୍ସଆପରେ ଅନଲାଇନ କ୍ଳାସରେ ପାକିସ୍ତାନର ମହିମା ମଣ୍ଡନ କରୁଥିବା କିଛି ଉଦାହରଣ ଦେଇ ପାଠ ପଢ଼ାଇବାକୁ ନେଇ ଅନେକ ହଙ୍ଗାମା ଦେଖାଦେଇଥିଲା । ଆପଣଙ୍କୁ ଜଣାଇଦେଉଛୁ ଯେ ଗତ କିଛି ଦିନ ତଳେ ଗୋରଖପୁରର ଜିଏନ ପବ୍ଲିକ ସ୍କୁଲର ଜଣେ ଟିଚର ଶାଦବ ଖାନମ୍ ଚତୁର୍ଥ ଶ୍ରେଣୀ ପିଲାଙ୍କ ପାଇଁ ହ୍ୱାଟ୍ସଆପରେ ଚାଲିଥିବା ଅନ୍‌ଲାଇନ୍ କ୍ଳାସରେ ଇଂରାଜୀରେ ନାଉନ୍‌ର ଅର୍ଥ ବୁଝାଇବା ପାଇଁ ପାକିସ୍ତାନର ମହିମା ମଣ୍ଡନ କରୁଥିବା ଅନେକ ଉଦାହରଣ ଏହି ହ୍ୱାଟ୍ସଆପ ଗ୍ରୁପରେ ପକାଇଥିଲେ । ଶାଦବ ଖାନମ ଯେଉଁ ଉଦାହରଣ ଗ୍ରୁପରେ ପକାଇଥିଲେ ସେଗୁଡ଼ିକ କିଛି ଏହି ପ୍ରକାରର ଥିଲା-‘ପାକିସ୍ତାନ ଇଜ୍ ଆୱାର ଡିୟର ହୋମଲ୍ୟାଣ୍ଡ’, ‘ଆଇ ୱିଲ ଜଏନ ପାକିସ୍ତାନ ଆର୍ମି’ ଏବଂ ‘ରାଶିଦ ମିହ୍ନାଜ ୱାଜ ଏ ବ୍ରେଭ ସୋଲଜର’ ।
ଯାହାକୁ ଦେଖିବା କ୍ଷଣି ହିଁ ପିଲାମାନଙ୍କ ଅଭିଭାବକମାନେ ଗମ୍ଭୀର ଆପତି ବ୍ୟକ୍ତ କରିଥିଲେ । ଏହି ଉଦାହରଣକୁ ଦେଖି ନା କେବଳ ଅଭିଭାବକମାନେ ବରଂ ବିଦ୍ୟାଳୟର ପ୍ରବନ୍ଧକ ମଧ୍ୟ ଏହି ଘଟଣାକୁ ନେଇ ଆପତି ବ୍ୟକ୍ତ କରିଥିଲେ ଏବଂ ବର୍ତମାନ କାର୍ଯ୍ୟାନୁଷ୍ଠାନରେ ଶାଦବ ଖାନଙ୍କୁ ନିଲମ୍ବିତ କରିଦିଆଯାଇଛି । ବର୍ତମାନ ଏହି ମାମଲାରେ ଖାନମଙ୍କୁ ନେଇ ଆହୁରି ଯାଂଚ ଜାରି ରହିଛି , ଯେବେକି ମହିଳା ଟିଚର କହିଛନ୍ତି ଯେ ସେ ଭୁଲରେ ଏଭଳି କରିଛନ୍ତି ଏବଂ ଏହି ଘଟଣାକୁ ନେଇ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିସାରିଛନ୍ତି ।


Share It

Comments are closed.