ସାମାଜିକ ଦୂରତା….. ଏକ ମିଟରରୁ କମ ହେଲେ ବାଜି ଉଠିବ ଆଲାରାମ
କରୋନା ଭାଇରସ ସଂକମ୍ରଣ ସହ ଲଢ଼ିବା ପାଇଁ ସାମଜିକ ଦୂରତ୍ୱ ପାଳନ କରିବା ପାଇଁ ଛତ୍ର ନିବାସୀ ଜଣେ ବିଟେକ୍ ଛାତ୍ର ଏକ ‘ସୋସିଆଲ ଡିଷ୍ଟାନ୍ସିଙ୍ଗ ଆଲାରାମ୍’ ପ୍ରସ୍ତୁତ କରିଛନ୍ତି । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସାମଜିକ ଦୂରତ୍ୱ ଉଲଂଘନ ହେବା ଦ୍ୱାରା ଏହି ଆଲାରାମ୍ ବାଜି ଉଠିବ । ଏହି ଆଲାରାମ୍ ସେ ପର୍ଯ୍ୟନ୍ତ ବାଜିବ ଯେପର୍ଯ୍ୟନ୍ତ ଅନ୍ୟ ବ୍ୟକ୍ତି ଦୂରକୁ ନ ଯାଇଛନ୍ତି । ଏହି ଯନ୍ତ୍ରକୁ ଲୋକାମାନେ ଗଳାରେ ଆଇଡି ଭଳି ମଧ୍ୟ ପିନ୍ଧିପାରିବେ ।
ଡେପୁଟି କମିଶନର ଉଦ୍ୟୋଗ କେନ୍ଦ୍ରକୁ ଏହି ଡିଷ୍ଟାନ୍ସିଙ୍ଗ ଆଲାରାମ୍ ବହୁତ ପସନ୍ଦ ଆସିଛି ଏବଂ ସେ ଏହାର ଏକ ଭିଡିଓ ନେଇଛନ୍ତି ଯାହାଦ୍ୱାରା ଏହାକୁ ପ୍ରଯୁକ୍ତିଗତ ମଞ୍ଜୁରୀ ପାଇଁ ଆଗକୁ ପଠାଯାଇପାରିବ ।
ଛତ୍ର କସ୍ୱେର ମୋହଲ୍ଲା ହଲୱାଇଜାନ ନିବାସୀ ନଗର ପଂଚାୟତ ସଦସ୍ୟ ପ୍ରତିନିଧି ରାଜୀବ ଅଗ୍ରୱାଲଙ୍କ ପୁଅ ଶ୍ରେୟ ଅଗ୍ରୱାଲ ଜଳନ୍ଧର ସ୍ଥିତ ଏକ ୟୁନିଭର୍ସିଟିରେ ବିଟେକ ଇଲେକ୍ଟ୍ରିକ ପ୍ରଥମ ବର୍ଷ ଛାତ୍ର ଅଟନ୍ତି । ସେ ନିଜ ସାଙ୍କ ଜୟପୁର ବାସିନ୍ଦା ପୀୟୂଷ କାଛୱାଲଙ୍କ ସହ ମିଶି ମାର୍ଚ ମାସରେ “ମେରୀ ସରକାର କୋଭିଡ-୧୯ କା ସମାଧାନ ଚ୍ୟାଲେଞ୍ଜ’ର ଅନ୍ଲାଇନ୍ ପରୀକ୍ଷାରେ ଭାଗ ନେଇଥିଲେ । ପୀୟୂଷ କାଛୱାଲଙ୍କ ସହିତ ମିଶିକରି ସେ ଏହି ଆଲାରାମ କବଚ ପ୍ରଦର୍ଶନ କରିଥିଲେ , ଯେଉଁଥିରେ ତାଙ୍କର ଏହି ଯନ୍ତ୍ରର ଅନେକ ପ୍ରଶଂସା ହୋଇଥିଲା ।
ଶ୍ରେୟ ଅଗ୍ରୱାଲଙ୍କ ଅନୁଯାୟୀ ଏହି ଯନ୍ତ୍ରକୁ ପ୍ରସ୍ତୁତ କରିବାରେ ସାମଗ୍ରୀ ଆବଶ୍ୟକତା ଥିଲା । ଯେଉଁଥିପାଇଁ ଡେପୁଟି କମିଶନର ଉଦ୍ୟୋଗ କେନ୍ଦ୍ର ଶ୍ରୀନାଥ ପାଶୱାନ, ସାମଗ୍ରୀ ଆଣିବା ପାଇଁ ପାସ କରିବାରରେ ସାହାଯ୍ୟ କରିଥିଲେ । ଏହି ଯନ୍ତ୍ରକୁ ପ୍ରସ୍ତୁତ କରିବା ପୂର୍ବରୁ ସେ ସିଡିଓ ଏବଂ ଡିଏନଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ।
ସିଡିଓ ହ୍ୱାଟ୍ସଆପ୍ ଜରିଆରେ ଯନ୍ତ୍ରର ବିଧିର କାଗଜପତ୍ର ମାଗିଥିଲେ । ଏହାପରେ ମେ୧୦ ତାରିଖରେ ଉପକରଣ ଆଣିବାର ଅନୁମତି ଦେଇଥିଲେ । ଶ୍ରେୟ ଅଗ୍ରୱାଲଙ୍କ ଅନୁଯାୟୀ ଏହି କବଚକୁ ଏକ ମିଟରରୁ ଚାରି ମିଟର ଦୂରତା ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇପାରେ ।ସୋମବାର ମଧ୍ୟାହ୍ନରେ ଉପାଯୁକ୍ତ ଉଦ୍ୟୋଗ କେନ୍ଦ୍ର ଶ୍ରୀନାଥ ପାସୱାନ ଶ୍ରେୟ ଅଗ୍ରୱାଲଙ୍କୁ ଡାକି ଆଲାରାମ କବଚ ଦେଖିଲେ । ତାଙ୍କୁ ଏହି ଆଲାରାମ ପସନ୍ଦ ଆସିଲା ।
Comments are closed.