ଅନ୍ଲାଇନ୍ କ୍ଲାସରେ ପାକିସ୍ତାନର ଉଦାହରଣ ଦେଇ ପଢ଼ାଉଥିଲେ ଇଂରାଜୀ, ତାପରେ କଥା ଗିରଫ ପର୍ଯ୍ୟନ୍ତ ପହଂଚିଗଲା
ଜିଏନ୍ ନାସନାଲ ପବ୍ଲିକ ସ୍କୁଲର ଚତୁର୍ଥ-କ ଶ୍ରେଣୀର ପିଲାଙ୍କର ଅନ୍ଲାଇନ କ୍ଲାସରେ ନାଉନର ଅର୍ଥ ବୁଝାଇବା ପାଇଁ ହ୍ୱାଟ୍ସଆପ ଗ୍ରୁପରେ ପୋଷ୍ଟ କରାଯାଇଥିବା ପାଠ୍ୟ ସାମଗ୍ରୀରେ ପାକିସ୍ତାନ ସମର୍ଥିତ ଅନେକ ଉଦାହରଣ ଦିଆଯାଇଛି । ଉକ୍ତ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର କ୍ଲାସ ଟିଚର ଏଭଳି ଅଜବ କାଣ୍ଡ ଘଟାଇଛନ୍ତି । ଏହି ଉଦାହରଣଗୁଡ଼ିକ ଏତେ ଆପତିଜନକ ଯେ ଏହାକୁ ପାକିସ୍ତାନ ସପକ୍ଷରେ ପିଲାଙ୍କ ବ୍ରେନୱାଶ କରିବାର ଷଡ଼ଯନ୍ତ୍ର ବୋଲି କଥା ଉଠୁଛି ।
ଅସଲରେ କରୋନା ସଂକଟ କାରଣରୁ ହୋଇଥିବା ଲକ୍ଡାଉନ୍ ଯୋଗୁଁ ଅନେକ ବିଦ୍ୟାଳୟରେ ଏବେ ଅନ୍ଲାଇନ୍ କ୍ଲାସ ଚାଲୁରହିଛି । ଏଥିପାଇଁ ହ୍ୱଟ୍ସଆପ କିମ୍ବା ୱେବକାଷ୍ଟ ଗ୍ରୁପ ହୋଇଛି । ଶୁକ୍ରବାର ଜିଏନ୍ ନ୍ୟାସନାଲ୍ ପବ୍ଲିକ ସ୍କୁଲର ଚତୁର୍ଥ-କ ଶ୍ରେଣୀକୁ ହ୍ୱାଟ୍ସଆପରେ ଅନ୍ଲାଇନ୍ ଇଂରାଜୀ ପଢ଼ାଯାଉଥିଲା । ଶିକ୍ଷୟତ୍ରୀ ଶାଦାବ୍ ଖାନମ୍ ନାଉନ୍ର ଅର୍ଥ ବୁଝାଇବା ପାଇଁ ପୋଷ୍ଟ ପକାଇଲେ । କିଛି ସମୟ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ୍ ହେବା ଦ୍ୱାରା ସନ୍ସନ୍ି ଖେଳିଗଲା । ଜଣାପଡ଼ିଲା ଯେ ସେ ପାକିସ୍ତାନର ଅଲଗା ଅଲାଗା ଉଦାହରଣ ଦେଇ ନାଉନ୍ର ଅର୍ଥ ପିଲାଙ୍କୁ ବୁଝାଉଥିଲେ ।
ସେ ହ୍ୱାଟ୍ସଆପ ଗ୍ରୁପରେ ଯେଉଁ ପିଡିଏଫ ଫାଇଲ ପକାଇଥିଲେ । ସେଥିରେ ଗୋଟିଏ ଉଦାହରଣ ରହିଥିଲା ମୁଁ ପାକିସ୍ତାନୀ ଆର୍ମିରେ ସାମିଲ ହେବି(I will join pak Army.), ଦ୍ୱିତୀୟରେ ଆମର ମାତୃଭୂମି ହେଉଛି ପାକିସ୍ତାନ (Pakistan is our dear homeland.) । ତୃତୀୟ ଉଦାହରଣରେ ପାକିସ୍ତାନୀ ପାୟଲଟ ରାଶିଦ ମିହ୍ନାଶଙ୍କୁ ସାମସୀ (Rashid Minhas was a brave soldier)ବୋଲି ଉଲ୍ଲେଖ ରହିଥିଲା । ଏହାକୁ ନେଇ ଅଭିଭାବକମାନେ ସେହି ହ୍ୱାଟସ୍ଆପ ଗ୍ରୁପରେ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରାଯାଇଛି । ଶିକ୍ଷୟତ୍ରୀ ଜଣଙ୍କ ପାକିସ୍ତାନ ସପକ୍ଷରେ ପିଲାମାନଙ୍କ ବ୍ରେନୱାଶ କରୁଥିବା ଏବଂ ପିଲାଙ୍କ ମନରେ ରାଷ୍ଟ୍ରବିରୋଧି ମାନସିକତା ସୃଷ୍ଟି କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ।ଏଭଳିକି ସେମାନେ ଶିକ୍ଷୟତ୍ରୀଙ୍କର ଗିରଫ ଦାବି ମଧ୍ୟ କରିଛନ୍ତି । ଏଭଳି ଶିକ୍ଷୟତ୍ରୀ ସ୍କୁଲ ତଥା ପିଲାମାନଙ୍କ ପାଇଁ ବିପଦ ବୋଲି ଅଭିଭାମକମାନେ ଦାବି କରିଛନ୍ତି ।
ଏଭଳିସ୍ଥଳେ ନିଜ ସପକ୍ଷରେ ସଫେଇ ଦେଇ ଶିକ୍ଷୟତ୍ରୀ ଶାଦାବ ଖାନ କହିଛନ୍ତି ଯେ, “ମୁଁ ୧୧ ବର୍ଷହେବ ଏହି ବିଦ୍ୟାଳୟରେ ପଢ଼ାଉଛି । ମୁଁ ଏହି ଦେଶରେ ବଢ଼ିଛି ଏବଂ ଜଣେ ଭାରତୀୟ ଭାବେ ମୁଁ ଗର୍ବିତ । ଉଦାହରଣ ପାଇଁ ଇଂଟରନେଟରୁ ସାମଗ୍ରୀ ଏବଂ ଉଦାହରଣ କପି କରି ପକେଇଥିଲି ସତ କିନ୍ତୁ ତାହାକୁ ଦେଖିନଥିଲି । ଏହା ହିଁ ଭୁଲ ଥିଲା । କ୍ଲାସ ପାଇଁ ବିଳମ୍ବ ହେଉଥିଲା । ହ୍ୱାଟ୍ସଆପ ଗ୍ରୁପରେ ସମସ୍ତଙ୍କୁ କ୍ଷମା ମାଗିନେଇଛି ।”
ଏହି ମାମଲା ସମ୍ପର୍କରେ ବିଦ୍ୟାଳୟର ଡାଇରେକ୍ଟର ଗୋରଖ ସିଂହ କହିଛନ୍ତି ଯେ, “ଶିକ୍ଷୟତ୍ରୀଙ୍କର ଯେତିକି ବେତନ, ତାହାର ହିସାବ କରି ତାଙ୍କୁ ବିଦ୍ୟାଳୟରୁ ବରଖାସ୍ତ କରାଯିବ । ଏହା ଅନ୍ୟ ଶିକ୍ଷକଙ୍କ ପାଇଁ ଶିକ୍ଷା ହେବ ।” ସେହିଭଳି ଏହା ସମ୍ବନ୍ଧରେ ଶିକ୍ଷୟତ୍ରୀ ଜଣଙ୍କୁ ପଚରାଉଚରା କରାଯିବ ବୋଲି ଡିଆଇଓଏସ ଗୋରଖପୁର, ଜ୍ଞାନେନ୍ଦ୍ର ପ୍ରତାପ ସିଂ ଭଦୌରିଆ କହିଛନ୍ତି ।
Comments are closed.