କରୋନା ଏବଂ ଅମ୍ଫାନ ମଧ୍ୟରେ ଦେଶକୁ ପାକିସ୍ତାନରୁ ମାଡ଼ିଆସିଛି ଆଉ ଏକ ସଂକଟ

Share It

ବର୍ଷର ଛଅ ମାସ ମଧ୍ୟ ଯାଇନି ଏବଂ ଏହା ଭିତରେ କରୋନା ଏବଂ ବାତ୍ୟା ଅମ୍ଫାନ ପରେ ଦେଶକୁ ଆଉ ଏକ ସଂକଟ ମାଡ଼ି ଆସିଛି । ରାଜସ୍ଥାନରେ ପଶିଥିବା ପଙ୍ଗପାଳ(ଲୋକଷ୍ଟ) ଏବେ ଦେଶର ଅନ୍ୟ ଅଂଶ ଗୁଡ଼ିକ ଆଡ଼କୁ ମଧ୍ୟ ବଢ଼ିବାରେ ଲାଗିଛନ୍ତି । ଏହି ପାକିସ୍ତାନୀ ଆକ୍ରମଣର ଲକ୍ଷ ଏବେ ୟୁପି, ପଂଜାବ, ହରିୟାଣା ଏବଂ ମଧ୍ୟପ୍ରଦେଶ ଅଟେ । ସାଧାରଣ ଭାବେ ଜୁନ ଜୁଲାଇରେ ଆସୁଥିବା ଏହି ପଙ୍ଗପାଳଗୁଡ଼ିକ ନିଜ ରାସ୍ତାରେ ଆସୁଥିବା ସମସ୍ତ ଫସଲକୁ ସଫା କରି ଦିଲ୍ଲୀ ଆଡ଼କୁ ଅଗ୍ରସର ହେଉଛନ୍ତି ।

ଝଡ଼ ତୋଫାନର ଏହି ମାସରେ ଯେଉଁ ଆଡ଼େ ପବନ ବହିଲା ପଙ୍ଗପାଳମାନେ ସେହି ଦିଗରେ ୨୦୦-୨୦୦ କିମି ପର୍ଯ୍ୟନ୍ତ ଦ୍ରୁତ ଗତିରେ ବଡ଼ିଚାଲିଲେ । ପର୍ଯ୍ୟାବରଣକୁ ଏମାନଙ୍କ ଦ୍ୱାରା ବିପଦ ରହିଛି । ତେଣୁ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଆଲର୍ଟ କରିଦିଆଯାଇଛି । ଏମାନଙ୍କ କାରଣରୁ ରାଜସ୍ଥାନରେ ଗତ ବର୍ଷ ୧୦୦୦ କୋଟିର କ୍ଷତି ହୋଇଥିଲା । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏଥର ଏମାନଙ୍କର ଦଳ ଆହୁରି ବଡ଼ ରହିବାର ଆଶଙ୍କା ରହିଛି । ଏମିତିରେ ପୂର୍ବରୁ ହିଁ ସଙ୍କଟ ସହ ଲଢ଼ୁଥିବା କୃଷକମାନଙ୍କର ବହୁତ କ୍ଷତି ହୋଇପାରେ ।

ପଙ୍ଗପାଳମାନେ ରାଜସ୍ଥାନର ଜୈସଲମେର, ବାଡ଼ମେର, ଶ୍ରୀଗଙ୍ଗାନଗର, ଜୋଧପୁରରେ ବାଜି ଏବେ ଦୌସା, ସବାଇମାଧୋପୁର, କରୌଲୀ ଏବଂ ଧୌଳପୁର ପର୍ଯ୍ୟନ୍ତ ପହଂଛିସାରିଛନ୍ତି । ଦୁଇଦିନ ଆଗରୁ ପଙ୍ଗପାଳଙ୍କ ଏକ ଅତ୍ୟଧିକ ବଡ଼ ଦଳ ଶିବାଡ଼ କ୍ଷେତ୍ରରେ ଦୁଇ ଦଳରେ ଭାଗ ହୋଇଯାଇଥିଲେ । ଗୋଟିଏ ଦଳ ଇନ୍ଦ୍ରଗଡ଼ ଲାଖୋରୀ ଆଡ଼ରୁ ତ ଅନ୍ୟ ଏକ ଦଳ ବନାସ ନଦୀ ଆଡ଼ରୁ ମଧ୍ୟପ୍ରଦେଶ ଏବଂ ଉତରପ୍ରଦେଶ ଆଡ଼କୁ ବଢ଼ିଚାଲିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ ଯଦି ଏହି ପତଙ୍ଗ ଗୋଟିଏ ଅଂଚଳରେ ଥରେ ପ୍ରବେଶ କରିଥାଏ, ତେବେ ଏମାନଙ୍କର ପ୍ରକୋପ ତିନି ବର୍ଷ ପର୍ଯ୍ୟନ୍ତ ରହିବ । ଏମାନଙ୍କର ଅଣ୍ଡାରୁ କୋଟି କୋଟି ପରିମାଣରେ ପଙ୍ଗପାଳ ବଢ଼ିଚାଲିବେ ।


Share It

Comments are closed.