ଅଣ୍ଡରୱାର୍ଲ୍ଡ ଡନ ରାୟ ଉଥପାର ହସପିଟାଲରେ ମୃତ୍ୟୁ, ଚାଲିଥିଲା କ୍ୟାନ୍ସରର ଚିକିତ୍ସା
ଅଣ୍ଡରୱାଲ୍ଡ ଡନ ଏନ ମୁଥପା ରାୟର ଶୁକ୍ରବାର ଦିନ ଏକ ଘରୋଇ ହସପିଟାଲରେ କ୍ୟାନ୍ସରରେ ମୃତ୍ୟୁ ହୋଇଯାଇଛି । ହସପିଟାଲରୁ ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ୬୮ ବର୍ଷୀୟ ରାୟ ଗତ ଗୋଟିଏ ବର୍ଷ ହେବ ମସ୍ତିଷ୍କ କ୍ୟାନ୍ସରରେ ପିଡ଼ୀତ ଥିଲା ଏବଂ ତାକୁ ମଣିପାଲ ହସପିଟାଲରେ ଭର୍ତି କରାଯାଇଥିଲା । ବିଳମ୍ବିତ ରାତି ୨.୩୦ରେ ତାର ମୃତ୍ୟୁ ହୋଇଯାଇଛି । ତାର ଦୁଇଟି ପୁତ୍ର ମଧ୍ୟ ରହିଛନ୍ତି ।
ଦକ୍ଷିଣ କନ୍ନଡର଼ ପୁତୁର ସହରରେ ତୁଲୁ ଭାଷୀ ବନ୍ତ ପରିବାରରେ ଜନ୍ମିତ ରାୟ ବହୁତ କମ ବୟସରୁ ହିଁ ଅପରାଧ ଜଗତରେ ପାଦ ଥାପିଥିଲା । କର୍ଣ୍ଣାଟକ ପୋଲିସ ରାୟ ବିରୁଦ୍ଧରେ ହତ୍ୟା ଏବଂ ଷଡ଼ଯନ୍ତ୍ର ସମେତ ଆଠଟି ମାମଲାରେ ଗିରଫ ୱାରେଂଟି ଜାରି କରିଥିଲା । ୨୦୦୨ରେ ରାୟକୁ ସଯୁକ୍ତ ଆରବ ଏମିରେଟରୁ ଭାରତକୁ ଅଣାଯାଇଥିଲା । ଏଠାକୁ ଆସିବା ପରେ କେନ୍ଦ୍ରିୟ ଯାଂଚ ବ୍ୟୁରୋ(ସିବିଆଇ), ଅନୁସଂନ୍ଧାନ ଏବଂ ବିଶ୍ଲେଷଣ ୱିଙ୍ଗ (ରାଁ), ଗୁପ୍ତ ବ୍ୟୁରୋ(ଆଇବି) ଏବଂ କର୍ଣ୍ଣାଟକ ପୋଲିସ ସମେତ ଅନେକ ଏଜେନ୍ସି ତା ସହ ପଚରାଉଚରା କରିଥିଲେ । ପରେ ପ୍ରମାଣ ଅଭାବରୁ ତାକୁ ଛାଡ଼ିଦିଆଯାଇଥିଲା ।
ନିଜ ଜୀବନକୁ ସୁଧାରିବା ପ୍ରୟାସରେ ରାୟ “ଜୟ କର୍ଣ୍ଣାଟକ’ ଭଳି ଏକ ପରମାର୍ଥ ସଂଗଠନ ସ୍ଥାପନା କରିଥିଲା । ରାୟ ୨୦୧୧ ମସିହାରେ ତୁଲୁ ଫିଲ୍ମ କାଂଚିଲ୍ଡା ବାଲେ ଏବଂ ୨୦୧୨ ମସିହାରେ କନ୍ନଡ଼ ଫିଲ୍ମ କଟାରୀ ୱୀରା ସୁରସୁନ୍ଦରଂଗୀରେ ମଧ୍ୟ ଅଭିନୟ କରିଥିଲା ।
ବଲିଉଡ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ରାୟର ଜୀବନ ଉପରେ ଆଧାରିତ ଏକ ଚଳଚିତ୍ର ନିର୍ମାଣ କରିବାକୁ ଚାହୁଁଥିଲେ, କିନ୍ତୁ କୌଣସି କାରଣରୁ ଚଳଚିତ୍ରଟି ଅଟକିଯାଇଥିଲା । ରାୟର ଅନ୍ତିମ ସଂସ୍କାର ସମ୍ଭବତଃ ଶୁକ୍ରବାର ଦିନ କରାଯିବ ବୋଲି ତାର ପରିବାରର ସୂତ୍ରରୁ ଜଣାପଡ଼ିଛି ।
Comments are closed.