ଆଠଟି ଦଳ କରୋନା ଭ୍ୟାକ୍ସିନ ପ୍ରସ୍ତୁତିର ବହୁତ ନୀକଟତର ଥିବା ପ୍ରକାଶ କଲା ଡବ୍ଲୁଏଚଓ
କରୋନା ମହାମାରୀକୁ ଏକ ନେଇ ଖୁସି ଖବର ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ର ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ ଏଡନାମ ସୋମବାର ଦିନ ସଂଯୁକ୍ତ ରାଷ୍ଟ୍ରର (ୟୁଏନ) ଇକୋନୋମିକ ଆଣ୍ଡ ସୋସିଆଲ କାଉନ୍ସିଲକୁ ସୂଚନା ଦେଇ କହିଛନ୍ତି ଯେ କରୋନା ସଂକ୍ରମଣ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ଜୋରଶୋରରେ ଚାଲୁରହିଛି ଏବଂ ଏହା ଅନୁମାନ କରାଯାଉଥିବା ସମୟ ପୂର୍ବରୁ ପ୍ରସ୍ତୁତ ହୋଇଯିବ । ଟେଡ୍ରୋସ ଜଣାଇଛନ୍ତି ଯେ ଏଭଳି ସାତରୁ ଅଠଟି ଦଳ ରହିଛନ୍ତି ଯେଉଁମାନେ ଏହି ଭ୍ୟାକ୍ସିନ ପ୍ରସ୍ତୁତିର ବହୁତ ନୀକଟରେ ଅଛନ୍ତି ଏବଂ ବହୁତ ଜଲଦି ଦୁନିଆକୁ ଏକ ଶାନ୍ତିର ଖବର ମିଳିପାରେ ।
ଟେଡ୍ରୋସଙ୍କ ଅନୁଯାୟୀ ଅନେକ ଦେଶ ସାହାଯ୍ୟର ହାତ ବଢାଇଛନ୍ତି ଏବଂ ପାଖାପାଖି ୧୦୦ ଅଲଗା ଅଲଗା ଟିମ ଭ୍ୟାକ୍ସିନର ଟ୍ରାୟଲ କରୁଛନ୍ତି । ଏମାନଙ୍କୁ ମଧ୍ୟରୁ ଆଠଟି ଟିମ ଏଭଳି ରହିଛନ୍ତି ଯେଉଁମାନେ ଏହି ଭ୍ୟାକ୍ସିନର ବହୁତ ନୀକଟତର ହୋଇଗଲେଣି । ଦୁଇ ମାସ ପୂର୍ବରୁ ଆମେ ଅନୁମାନ ଲଗାଇଥିଲୁ ଯେ ଏହି ଭ୍ୟାକ୍ସିନକୁ ପ୍ରସ୍ତୁତ କରିବାରେ ୧୨ରୁ ୧୮ ମାସ ସମୟ ଲାଗିଯାଇପାରେ, କିନ୍ତୁ କାର୍ଯ୍ୟରେ ଶୀଘ୍ରତା ଦେଖାଯାଉଛି ଏବଂ ଏହା ସମୟ ପୂର୍ବରୁ ବିକଶିତ କରିଦିଆଯିବ । ଏମିତିରେ ଟେଡ୍ରୋସ ଗବେଷଣା ଏବଂ ଅନୁସଂନ୍ଧାନ ପାଇଁ ପାଖାପାଖି ଆଠ ବିଲିୟନ ଯୋଗାଡ଼ କରିବା ପାଇଁ ଦେଶଗୁଡ଼କିୁ ଅନୁରୋଧ କରିଛନ୍ତି ।
କିନ୍ତୁ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ବହୁତ ମାତ୍ରାରେ ଉପାଦାନର ଆବଶ୍ୟକତା ମଧ୍ୟ ରହିଛି ତେଣୁ ଏହି ରକମ ମଧ୍ୟ କମ ଅଟେ । ଟେଡ୍ରୋସ କହିଛନ୍ତି ଯେ ଗତ ଦିନଗୁଡ଼ିକରେ ସେ ୪୦ଟି ଦେଶକୁ ଏଥିପାଇଁ ଅନୁରୋଧ କରିଛନ୍ତି । ଡବ୍ଲୁଏଚଓ ପ୍ରମୁଖ କହିଛନ୍ତି ଯେ ଆଠ ବିଲିୟନ ଡଲାର ପର୍ଯ୍ୟାପ୍ତ ନୁହେଁ , ଏଥିପାଇଁ ଆମକୁ ଆହୁରି ସାହାଯ୍ୟ ଆବଶ୍ୟକ । ଯଦି ଏହି ସାହାଯ୍ୟ ମିଳିବନାହିଁ ତେବେ ଭ୍ୟାକ୍ସିନ ପ୍ରସ୍ତୁତିରେ ଲଗାତର ବିଳମ୍ବ ହୋଇଚାଲିଥିବ ।
ଟେଡ୍ରୋସ କହିଛନ୍ତି ଯେ ଜାନୁଆରୀ ମାସରୁ ହିଁ ଆମେ ଦୁନିଆଯାକରୁ ହଜାର ଗବେଷକଙ୍କ ସହ କାର୍ଯ୍ୟ କରୁଛୁ । ଅଧିକତର ଭ୍ୟାକ୍ସିନ ପଶୁଙ୍କ ଉପରେ ପରୀକ୍ଷା କରିବା ମଧ୍ୟ ଆରମ୍ଭ କରିଦେଇଛୁ ଯେବେକି କିଛି ହ୍ୟୁମନ ଟ୍ରାୟଲ ମଧ୍ୟ ଆରମ୍ଭ କରିଦେଇଛୁ । ପାଖାପାଖି ୪୦୦ ବୈଜ୍ଞାନିକଙ୍କ ଏକ ଦଳ ଏହି ପୁରା କାମକାର୍ଯ୍ୟ ଉପରେ ନଜରୁ ରଖୁଛି ।
Comments are closed.