ଏଭରେଷ୍ଟକୁ ସମ୍ପୂର୍ଣ୍ଣ ଗିଳିବା ଉପରେ ଡ୍ରାଗନ, ସବୁଠାରୁ ଉଚ୍ଚ ଶିଖରରେ ସ୍ଥାପନ କଲା ୫ଜି ନେଟୱର୍କ ବେସ ଷ୍ଟେସନ
ଚାଇନାର ସରକାରୀ ଟିଭି ଚ୍ୟାନେଲ ଚାଇନା ଗ୍ଲୋବାଲ ଟେଲିଭିଜନ ନେଟୱର୍କ (ସିଜିଟିଏନ)ର ଆନୁଷ୍ଠାନିକ ୱେବସାଇଟ ଦୁନିଆର ସବୁଠାରୁ ଉଚ୍ଚ ଶିଖର ମାଉଂଟ ଏଭରେଷ୍ଟକୁ ନିଜର ବୋଲି କହିଛି । ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ, “ମାଉଂଟ କ୍ୱାମୋଲେଗ୍ମା ଉପରେ ଶୁକ୍ରବାର ସୂର୍ଯ୍ୟଙ୍କର କିରଣର ଅସାଧାରଣ ଦୃଶ୍ୟ । ଦୁନିଆର ଏହି ସବୁଠାରୁ ଉଚ୍ଚ ଶିଖର ଚୀନର ତିବ୍ଦତ ସ୍ୱାୟତ କ୍ଷେତ୍ରରେ ସ୍ଥିତ ।”
ଏମିତିରେ ଚୀନର ଏହି ଅପ୍ରତ୍ୟାଶିତ ପଦକ୍ଷେପର ନେପାଳରେ ବିରୋଧ ମଧ୍ୟ ଆରମ୍ଭ ମଧ୍ୟ ହୋଇଗଲାଣି ଏବଂ ଲୋକମାନେ ନିଜ ସରକାରଙ୍କୁ ଚୀନକୁ ଉଚିତ ଦଣ୍ଡ ଦେବାପାଇଁ ଦାବି କରିଛନ୍ତି । ସୋସିଆଲ ମିଡିଆରେ ହାସଟ୍ୟାଗ ବ୍ୟାକ ଅଫ ଚାଇନା ଟ୍ରେଣ୍ଡ କରୁଛି । ଜଣେ ୟୁଜର ଟ୍ୱିଟ କରି କହିଛନ୍ତି ଯେ, ଏଭରେଷ୍ଟ ନେପାଳରେ ଅବସ୍ଥିତ ନାକି ଚୀନରେ । ମିଥ୍ୟା ଖବର ଖେଳାଇବା ବନ୍ଦ କର । ଏମିତିରେ ଆଉ ଜଣେ ୟୁଜର କହିଛନ୍ତି ଯେ ମାଉଁଟ୍ ଏଭରେଷ୍ଟ ଆମର ଗୌରବ ଅଟେ ଏବଂ ସବୁବେଳେ ରହିବ ।
ଚୀନ ଏବଂ ନେପାଳ, ୧୯୬୦ରେ ସୀମା ବିବାଦ ସମାଧାନ ପାଇଁ ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ । ଏହା ଅନୁଯାୟୀ ମାଉଂଟ ଏଭରେଷ୍ଟକୁ ଦୁଇଟି ଭାଗରେ ବଂଟାଯିବ । ଏହାର ଦକ୍ଷିଣ ଭାଗ ନେପାଳ ପାଖରେ ରହିବ ଏବଂ ଉତର ଅଂଶ ତିବ୍ଦତ ସ୍ୱାୟତ କ୍ଷେତ୍ର ପାଖରେ ରହିବ । ତିବ୍ଦତ ଉପରେ ଚୀନର କବ୍ଜା ରହିଛି ।
ଚାଇନା ମୋବାଇଲ ଓ ହୁଆୱେ କମ୍ପାନୀ, ମାଉଂଟ ଏଭରେଷ୍ଟର ତିବ୍ଦତ ଆଡ଼କୁ ୬୫୦୦ ମିଟର ଉଚ୍ଚରେ ୫ଜି ଇଂଟରନେଟ ବେସ ଷ୍ଟେସନ ନିର୍ମାଣ କରିଛି । ଯାହାକୁ ନେଇ ବିଶେଷଜ୍ଞାନେ ଚିନ୍ତିତ ହୋଇପଡ଼ିଛନ୍ତି । ଚୀନର ଏହି ପଦକ୍ଷେପ ଦ୍ୱାରା ସମଗ୍ର ହିମାଳୟ ତାର ନିୟନ୍ତ୍ରଣକୁ ଆସିଯାଇପାରେ । ୫ଜି ନେଟୱର୍କର ସାମରିକ ଦୃଷ୍ଟିକୋଣ ମଧ୍ୟ ରହିଛି କାରଣ ଏହା ସମୁଦ୍ର ପତନଠାରୁ ୮୦୦୦ ମିଟର ଉଚରେ ସ୍ଥାପିତ କରାଯାଇଛି । ଏହାଦ୍ୱାରା ଚାଇନା ନିଜର ମନ୍ଦ ଉଦ୍ଦେଶ୍ୟ ସହିତ ଭାରତ, ବାଙ୍ଗଲାଦେଶ ଏବଂ ମିଆଁମାର ଉପରେ ନଜର ରଖିପାରେ ।
Comments are closed.