ଆହୁରୀ ୨ ସପ୍ତାହ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଦ୍ଧି

Share It

ଦେଶରେ ଲକହାଉନ ଅବଧିକୁ ଆଉ ୨ସପ୍ତାହ ବୃଦ୍ଧି କରାଯାଇଛି । ବିଭିନ୍ନ ରାଜ୍ୟର ସ୍ଥିତି ସମୀକ୍ଷା କରିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ତେଣୁ ମେ’ ୪ ତାରିଖରୁ ଆଉ ଦୁଇ ସପ୍ତାହ ଲକ୍‌ଡାଉନ୍‌ ଜାରି ରହିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯିବା ସହ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଲକଡାଉନ ମଇ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସୂଚନା ଯୋଗୁ କରୋନା ସଂକ୍ରମଣର ବ୍ୟାପକତାକୁ ରୋକିବା ପାଇଁ  ପ୍ରଥମେ ଦେଶରେ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ୨୧ ଦିନପାଇଁ ଲକଡାଉନ ଜାରି କରାଯାଇଥିଲା । ପରେ ଏପ୍ରିଲ୧୪ରୁ ମଇ ୩ ଯାଏ ୧୯ ଦିନପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ୪୦ ଦିନ ପାଇଁ ଲକଡାଉନ ଜାରି ପରାଯାିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମଇ ୩ ରାତି ୧୨ଟାରେ ଶେଷ ହେବାର ଥିଲା । କିନ୍ତୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ  ଲକଡାଉନ ଅବଧିକୁ ୨ ସପ୍ତାହ ଯାଏ ବୃଦ୍ଧି କରିଛନ୍ତି । ଫଳରେ ମଇ ୧୭ ତାରିଖ ରାତି ୧୨ଟା ଯାଏ ଏହି ଲକଡାଉନ ବଳବତ୍ତର ରହିବ ।


Share It

Comments are closed.