କିମ ଜଙ୍ଗ ଜୀବିତ ଥିବାର ଦାବୀ କଲା ଉତ୍ତର କୋରିଆ ସରକାରୀ ଗଣମାଧ୍ୟମ
ଉତ୍ତର କୋରିଆର ଏକଛତ୍ରବାଦୀ ଶାସନ କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ମଧ୍ୟରେ ଶୁକ୍ରବାର ଦିନ ସେ ସାର୍ବଜନୀକ ଭାବେ ସମସ୍ତଙ୍କ ସାମନାକୁ ଆସିଛନ୍ତି । କିମ ଦୀର୍ଘ ୨୦ ଦିନ ପରେ ସାର୍ବଜନିକ ଭାବେ ସମସ୍ତଙ୍କ ସାମନାକୁ ଆସଥିବାର ଉତ୍ତର କୋରିଆର ସରକାରୀ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ଦିଅ।।ଇଛି ।
କୋରିଆନ ସେଣ୍ଟ୍ରାଲ ନ୍ୟୁଜି ଏଜେନ୍ସି ଅନୁଯାୟୀ, କିମ ସୁନଚିୟୋନରେ ଏକ ସାରା କାରଖାନ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ଏହି ସ୍ଥାନଟି ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗର ନିକଟବର୍ତ୍ତୀ ଅଟେ । ଏହି ଅବସରରେ କିମଙ୍କ ଭଉଣୀ କିମ ୟୋ ଜଙ୍ଗ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଏହି ଉତ୍ସବର ଫଟୋ ବର୍ତ୍ତମାନ ସାମନାକୁ ଆସି ନାହିଁ । ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । କିଛି ରିପୋର୍ଟରେ ଦାବୀ କରାଯାଇଥିଲା ଯେ, ହାର୍ଟ ସର୍ଜରୀ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି । କିମ କେଉଁଠାରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି, ତାହାକୁ ନେଇ ଦିନକୁ ଦିନ ରହସ୍ୟ ବଢିବାରେ ଲ।।ଗିଛି । ଏହାର କାରଣ ଏହା ଯେ, କିମ ୧୧ ଏପ୍ରିଲ ଠାରୁ କୌଣସି ସରକାରୀ ମିଡିଆରେ ଦେଖାଦେଇନଥିଲେ । ଏହାର ଗୋଟିଏ ଦିନ ପରେ ହିଁ ତାଙ୍କର ଅସ୍ତ୍ରପୋଚାର ହୋଇଥିଲା ।
Comments are closed.