ମେ ଡେ :ଉନ୍ନବିଂଶ ଶତାବ୍ଦୀର ଶ୍ରମିକଙ୍କ ତ୍ୟାଗ ଓ ସଂଘର୍ଷର ପ୍ରତିଫଳନ
ସମାଜକୁ ଏବଂ ସମାଜ ପାଇଁ ଶ୍ରମିକମାନଙ୍କର ବଳିଦାନ ଓ ତ୍ୟାଗ ପ୍ରତି ଉତ୍ସର୍ଗୀକୃତ ଏହି ଶ୍ରମିକ ଦିବସକୁ ପ୍ରତିବର୍ଷ ମେ ୧ ତାରିଖରେ ପାଳନ କରାଯାଏ ।ଏହାକୁ ମେ ଡେ ବା ଶ୍ରମିକ ଦିବସ, ୱର୍କର ଡେ ଭାବେ ମଧ୍ୟ ପାଳନ କରାଯାଏା କିନ୍ତୁ ଏହି ଦିବସ ପାଳନ ପଛରେ ଏକ ସଂଘର୍ଷମୟ ଇତିହାସ ରହିଛି ।
୧୯ ଶତାବ୍ଦୀର କଥା ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରମିକମାନେ ଡ୍ରାକୋନିଆନ ଶ୍ରମ ଆଇନ, ଶ୍ରମିକଙ୍କ ଅଧିକାର ଉଂଲଘନ, ଖରାପ କାର୍ଯ୍ୟ ଅବସ୍ଥା ଏବଂ ଭୟଙ୍କର କାର୍ଯ୍ୟ ସ୍ଥିତି ବିରୁଦ୍ଧରେ ଆନ୍ଦୋଳନ କରିଥିଲେ । ଏହା ସେହିଦିନ ହୋଇଥିଲା ଯେତେବେଳେ ଜଣେ ପୋଲିସ କଂଟିଜେଂଟ ଗୁଳି ଚଳାଇଥିଲେ ଏବଂ ଆନ୍ଦୋଳନକାରୀ ଶ୍ରମିକଙ୍କ ମଧ୍ୟରୁ ଦୁଇଜଣଙ୍କୁ ମାରି ଦେଇଥିଲେ ଯେଉଁମାନେ କାର୍ଯ୍ୟ ଅବଧିକୁ ଦିନକୁ ୧୬ ଘଂଟା ବଦଳରେ ୮ ଘଂଟା କରିବା ପାଇଁ ଦାବି କରୁଥିଲେ । ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀମାନଙ୍କର ଏହି କରୁଣ ହତ୍ୟାରେ ଉତେଜିତ ଏହି ଏହି ଆନ୍ଦେଳନରେ ଆହୁରି ଶ୍ରମିକ ଯୋଗଦେବା ଆରମ୍ଭ କରିଦେଲେ ଏବଂ ଏହା କେବଳ ୧୯୧୬ରେ ହୋଇଥିଲା ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ୮ ଘଂଟାର କାର୍ଯ୍ୟ ଅବଧିକୁ ଚିହ୍ନିବା ଆରମ୍ଭ କଲା । ଯେବେକି ଭାରତରେ ମେ ୧, ୧୯୨୩ ମସିହାରେ ଚେନ୍ନାଇରେ ପ୍ରଥମେ ଏହି ମେ ଡେ ବା ଶ୍ରମିକ ଦିବସ ପାଳନ ହୋଇଥିଲା ।
Comments are closed.