ଧାର୍ମିକ ସ୍ୱତନ୍ତ୍ରତା ଉପରେ ଆମେରିକା ଆୟୋଗର ସୁପାରିଶକୁ ଖାରିଜ କରିଛି ଭାରତ, କହିଲା ଏହା ପକ୍ଷପାତି ଓ ବିବାଦସ୍ପଦ

Share It

ଅନ୍ତରାଷ୍ଟ୍ରିୟ ଧାର୍ମିକ ସ୍ୱତନ୍ତ୍ରତା ଉପରେ ଆମେରିକା ଆୟୋଗ(ୟୁଏସସିଆଇଆରଏଫ), ଭାରତ ସମେତ ୧୪ଟି ଦେଶକୁ ‘ବିଶେଷ ଚିନ୍ତା ବାଲା ଦେଶ’ (ସିସିପି) ରୂପେ ନାମିତ କରିବାର ସୁପାରିଶ କରିଛି । କିନ୍ତୁ ଆୟୋଗର କମିଶନର ଗୈରୀ ବାଉର ଏବଂ ତେନଜିଙ୍ଗ ଦୋରଜୀ ଏଥିରେ ଅସହମତି ଦର୍ଶାଇଛନ୍ତି । ଅନ୍ୟପଟେ ଭାରତ ଏହି ରିପୋର୍ଟ ଉପରେ କଡ଼ା ପ୍ରତିକ୍ରିୟା ଦେବା ସହ ଏହାକୁ ଖାରିଜ କରିଦେଇଛି ।
ଭାରତୀୟ ବିଦେଶ ମନ୍ତ୍ରଣାଳୟ କହିଛନ୍ତି, “ଏହା ସଂଗଠନ ବିଶେଷଙ୍କ ଚିନ୍ତାଧାରା, ଯାହାକୁ ଭାରତର ଖାତିର ନାହିଁ । ଆୟୋଗର ରିପୋର୍ଟ ଆସିବାର ତତକ୍ଷଣାତ ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ଏହାକୁ ପକ୍ଷପାତି ଓ ବିବାଦସ୍ପଦ ଦର୍ଶାଇଛନ୍ତି ।” ସେ କହିଛନ୍ତି ଯେ ଭାରତ ବିରୁଦ୍ଧରେ ଏହି ଆୟୋଗର ଟିପ୍ପଣି କିଛି ନୂଆ ବିଷୟ ନୁହେଁ । ଆଗରୁ ମଧ୍ୟ ଏହି ଆୟୋଗ ଏଭଳି କଥା କହିଛି, ଆଜି ଯେତେବେଳେ ପୁରା ଦୁନିଆ କରୋନା ଭାଇରସ ସହ ଲଢ଼ୁଛି ଏହି ଭଳି ସମୟରେ ଏହାର ଏଭଳି କାର୍ଯ୍ୟ ଦର୍ଶାଉଛି ଯେ ଏହା ଆହୁରି ନିମ୍ନ ସ୍ତରକୁ ଖସିଯାଇଛି । ଏଭଳି ସମୟରେ ଭୁଲ ବ୍ୟାଖ୍ୟା କରିବାର ଏହା ଅଭ୍ୟାସ ନୂଆ ସ୍ତରରେ ପହଂଚିଯାଇଛି । ଏହି ପ୍ରୟାସରେ ଏହା ନିଜର କମିଶନରଙ୍କୁ ମଧ୍ୟପରିଚାଳନା କରିପାରିଲା ନାହିଁ ।’
ସୂଚୀରେ ସେହି ଦେଶ ରହିଛନ୍ତି ଯେଉଁଠାରେ ଧାର୍ମିକ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର ବଢ଼ିଛି । ୟୁଏସସିଆଇଆରଏଫ ଏହି ସୂଚୀରେ ନାଇଜେରିୟା, ରୁଷ, ସିରିଆ ଓ ଭିଏତନାମ ଓ ଭାରତର ନାମ ମଧ୍ୟ ଯୋଡ଼ିଛି । ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ ୨୦୧୯ରେ ଭାରତରେ ଧାର୍ମିକ ସ୍ୱତନ୍ତ୍ରତାର ସ୍ଥିତିରେ ତୀବ୍ର ହ୍ରାସ ଦେଖାଯାଇଛି ।


Share It

Comments are closed.