ହଟସ୍ପଟ ବାୟୁରେ ମଧ୍ୟ ମିଳୁଛି କରୋନା ଭାଇରସର ଅଂଶ: ଗବେଷଣାରେ ନୂଆ ଖୁଲାସା
ଚୀନ ବୈଜ୍ଞାନିକମାନେ ଉହାନର କିଛି ହସପିଟାଲ ଓ କିଛି ସାର୍ବଜନୀନ ସ୍ଥାନର ଅଧ୍ୟୟନ କରିବା ପରେ ହଟସ୍ପଟଗୁଡ଼ିକର ବାୟୁରେ ମଧ୍ୟ ଭାଇରସର ଆନୁବଂଶିକ ତତ୍ୱ ମିଳିଥିବାର ଦାବି କରିଛନ୍ତି । ଏମିତିରେ ଏଥିରୁ ନିଷ୍ପତି ହୋଇନି ଯେ ଏହାଦ୍ୱାରା ସଂକ୍ରମଣ ପ୍ରସାରିତ ହେବ ନା ନାହିଁ । ବୈଜ୍ଞାନିକମାନେ ୩୧ଟି ସ୍ଥାନରୁ ୪୦ ନମୁନା ସଂଗ୍ରହ କରିଥିଲେ । ଉହାନ ୟୁନିଭର୍ସିଟିର ଗବେଷକଙ୍କ ମତରେ ସରକାରଙ୍କୁ ହଟସ୍ପଟର ସାନିଟାଇଜେସନ, ଉନ୍ନତ ଭେଂଟିଲେସନର ବିଶେଷ ଧ୍ୟାନ ରଖିବା ଦରକାର ଏବଂ ଭିଡ଼ଭାଡ଼ରୁ ବଂଚିବା ଦରକାର ।
ଟିମ, ଫେବୃଆରୀ ଓ ମାର୍ଚରେ ଦୁଇଟି ହସପିଟାଲ ବାହାରର ବାୟୁର ନମୂନା ସଂଗ୍ରହ କରିଥିଲେ । ଏଥିରୁ ଜଣାପଡ଼ିଥିଲା ଯେ ବାୟୁ ଚଳାଚଳ କରୁଥିବା ସ୍ଥାନ ଓ ବିନା ଭେଂଟିଲେସନ ବାଲା ସ୍ଥାନ ଗୁଡ଼ିକରୁ ଅଧିକ ଭାଇରସ ମିଳିଛି । ଗବେଷଣାରେ ଜଣାପଡ଼ିଛି ଯେ ଯେଉଁ ସ୍ଥାନ ଗୁଡ଼ିକରେ ଭିଡ଼ ଅଧିକ ଥାଏ, ହସପିଟାଲର ବାରଣ୍ଡା ଓ ବାହାର ବାୟୁରେ ଭାଇରସର ଅଂଶ ଅଧିକ ମିଳିଥାଏ । ଏଥିରେ ଖାସକରି ସେହି ସ୍ଥାନଗୁଡ଼ିକରେ ଭାଇରସର ଅଂଶ ଅଧିକ ମିଳିଛି ଯେଉଁଠାରେ ସ୍ୱାସ୍ଥ୍ୟକର୍ମୀମାନେ ନିଜର ସୁରକ୍ଷା କିଟ ଓହ୍ଲାଇଥାନ୍ତି । ଯେଉଁଥିରୁ ଏହା ସଙ୍କେତ ମିଳୁଛି ଏହି ପୋଷାକ ଓହ୍ଲାଇବା ସମୟରେ ବଡ଼ ମାତ୍ରାରେ ଭାଇରସ ବାୟୁରେ ପହଂଚିଥାଏ ଏବଂ ସେଠାରେ ରହିଥାଏ ।
Comments are closed.