କରୋନା ଆକ୍ରାନ୍ତ ଶୀର୍ଷ ୨୦ଟି ଦେଶ ମଧ୍ୟରେ ଏବେ ମଧ୍ୟ ୧୬ତମ ସ୍ଥାନରେ ରହିଛି ଭାରତ, ଅନ୍ୟ ଦେଶ ତୁଳନାରେ ଭଲ ରହିଛି ସ୍ଥିତି

Share It

କରୋନାରେ ସର୍ବାଧିକ ପ୍ରଭାବିତ ୨୦ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୬ ନମ୍ବରରେ ରହିଛି । ଶୀର୍ଷ ୧୧ରେ ଥିବା ଦେଶଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୫୦ହଜାରରୁ ମଧ୍ୟ ଉର୍ଦ୍ଧ୍ୱ ରହିଛି । ଯେଉଁଥିରେ ଆମେରିକା ସର୍ବାଧିକ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ସହିତ ପ୍ରଥମ ନମ୍ବରରେ ରହିଛି । ଏହା ପରେ ସ୍ପେନ, ଇଟାଲୀ, ଜର୍ମାନୀ ଏବଂ ବ୍ରିଟେନ ରହିଛନ୍ତି । ପୃଥିବୀର ସ୍ୱର୍ଗ କୁହାଯାଉଥିବା କମ୍ ଜନସଂଖ୍ୟା ବିଶିଷ୍ଟ ସ୍ୱିଜରଲ୍ୟାଣ୍ଡ ଠାରୁ ମଧ୍ୟ ଭାରତ ଭଲ ସ୍ଥିତିରେ ରହିଛି । ଏପର୍ଯ୍ୟନ୍ତ ଭାରତରେ ମୋଟ ୨୯, ୪୫୧ ଜଣ ସଂକ୍ରମିତ ହୋଇଥିବାବେଳେ ୯୩୯ ଜଣଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟପଟେ ସ୍ୱିଜରଲ୍ୟାଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ୨୯, ୧୬୪ ରହିଥିବାବେଳ ୧୬୬୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।
ଡବ୍ଲୁଏଚଓ ଏବଂ ଜନ ହପକିନ୍ସ ୟୁନିଭର୍ସିଟି ଗବେଷଣା କେନ୍ଦ୍ର ଅନୁସାରେ ସୋମବାର ସଂନ୍ଧ୍ୟା ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡ ୧୫ ତମ ସ୍ଥାନରେ ଥିଲା, ଯେଉଁଠାରେ କରୋନାର ୬୩ ଦିନ ମଧ୍ୟରେ୨୯,୦୬୧ ଜଣ ସଂକ୍ରମିତ ଥିବାବେଳେ ୧୬୧୦ଜଣଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟପଟେ ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ ଅନୁଯାୟୀ ଭାରତରେ ୮୯ ଦିନ ମଧ୍ୟରେ ୨୭,୮୯୨ ସଂକ୍ରମିତ ହୋଇଥିବାବେଳେ ୮୭୨ ଜଣଙ୍କର ମୃତ୍ୟୁ ହୋଇଛି ।
ଭାରତରେ ପ୍ରଥମ କେଶ ୩୦ ଜାନୁଆରୀରେ ଆସିଥିବାବେଳେ ସ୍ୱିଜରଲ୍ୟାଣ୍ଡରେ ୨୬ ଫ୍ରେବୃଆରୀ ଅର୍ଥାତ ଭାରତର ୨୬ ଦିନ ପରେ ଆସିଥିଲା । ଆଜି କିନ୍ତୁ ୮୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସ୍ୱିଜରଲ୍ୟାଣ୍ଡ, ୧୩୦ କୋଟି ଜନସଂଖ୍ୟା ବାଲା ଭାରତ ଠାରୁ ମଧ୍ୟ ଅଧିକ ପ୍ରଭାବିତ ।


Share It

Comments are closed.