ଥଣ୍ଡା ଲାଗୁଥିଲେ ହୋଇପାରନ୍ତି କରୋନା ଆକ୍ରାନ୍ତ, ଆମେରିକା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମ୍ନାକୁ ଆସିଛି କରୋନାର ଛଅଟି ନୂଆ ଲକ୍ଷଣ

Share It

କରୋନା ଭାଇରସ ଦୁନିଆର ପ୍ରଥମ ଏଭଳି ଭାଇରସ ଯାହା ଉପରେ କରାଯାଉଥିବା ଗବେଷଣା ଧିରେ ଧିରେ ଭୁଲ ପ୍ରମାଣିତ ହେଉଛି । ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସଠିକ ଗବେଷଣା ସାମ୍ନାକୁ ଆସିପାରିନାହିଁ । ଏହାର ସବୁଠାରୁ ବଡ଼ କାରଣ ହେଉଛି ଯେ ଏହା ସମୟ ସହିତ ନିଜର ରୂପ ବଦଳାଉଛି ଏବଂ ଏହା ସହ ଏହାର ଲକ୍ଷଣରେ ମଧ୍ୟ ପରିବର୍ତନ ଦେଖାଯାଉଛି ।
ଉଦାହରଣ ସ୍ୱୂରୂପ ବୁଝାଯାଇପାରେ ଯେ ଆମେରିିକାରେ କରୋନାର ଟାଇପ-ଏ ଏବଂ ଟାଇପ -ବି ଉଭୟ ପ୍ରସାରିତ ହେଉଛି, ତେଣୁ ଏଠାରେ ସବୁଠାରୁ ଅଧିକ ମୃତ୍ୟୁ ହେଉଛି । ଯେବେକି ଭାରତୀୟ ରୋଗୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୧୭ରୁ ଉର୍ଦ୍ଧ୍ୱ ଦେଶର ଭାଇରସ ମିଳିସାରିଛନ୍ତି । ଭାଇରସର ପାଂଚଟି ଆନୁବଂଶିକ ପରିବର୍ତନ ମଧ୍ୟ ମିଳିଛି ।
ଏପର୍ଯ୍ୟନ୍ତ କୋଭିଡ-୧୯ର ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର, କାଶ, ଶ୍ୱାସକ୍ରିୟାରେ ସମସ୍ୟା ଆଦି ଥିବାବେଳେ ଏବେ ଏହାର ଛଅଟି ନୂଆ ଲକ୍ଷଣ ସାମ୍ନାକୁ ଆସିଛି । ଆମେରିକାର ହେଲ୍‌ଥ ପ୍ରୋଟେକ୍ସର ଏଜେନ୍ସି ସେଂଟର ଅଫ ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍ ବା ଡିସିସି ପକ୍ଷରୁ କରୋନା ଭାଈରସର ଛଅଟି ନୂଆ ଲକ୍ଷଣ ବିଷୟରେ କୁହାଯାଇଛି ଯେଉଁଗୁଡ଼ିକ ମଧ୍ୟରେ ରହିଛି ଥଣ୍ଡା ଲାଗିବା, ଦେହରେ କମ୍ପନ, ମାଂସପେଷୀରେ ଦରଜ, ମୁଣ୍ଡ ବ୍ୟଥା, ଗଳାରେ ସମସ୍ୟା ଏବଂ ସ୍ୱାଦ/ ଗନ୍ଧ ବାରି ନ ପାରିବା ଇତ୍ୟାଦି । ଏଭଳି ସ୍ଥଳେ ଆପଣଙ୍କ ଠାରେ ଏହା ମଧ୍ୟରୁ କୌଣସି ଗୋଟିଏ ଲକ୍ଷଣ ଦେଖାଦେଲେ ଆପଣଙ୍କୁ କରୋନା ହୋଇପାରେ ।
ସାଧାରଣ ଭାବେ କରୋନାର ଲକ୍ଷଣ ୨-୧୪ ଦିନ ପରେ ଦେଖାଯାଇଥାଏ । ଅଧ୍ୟୟନ ଅନୁଯାୟୀ ଲକ୍ଷଣ ଦେଖାଯିବ ପୂର୍ବରୁ ହିଁ ଜଣେ ବ୍ୟକ୍ତି ଅଧିକ ସଂକ୍ରାମକ ହୋଇଯାଇଥାନ୍ତି, କାରଣ ଲକ୍ଷଣ ଦେଖାଯିବା ପରେ ତାଙ୍କର ଚିକିତ୍ସା ହେବା ଆରମ୍ଭ ହୋଇଯାଇଥାଏ ।
ସିଡିସି ଅନୁଯାୟୀ ଯଦି କାହାକୁ ଶ୍ୱାସକ୍ରିୟାରେ ସମସ୍ୟା, ଛାତିରେ ଯନ୍ତ୍ରଣା କିମ୍ବା ଓଠ ଓ ଚେହେରାରେ ଲଗାତର ଯନ୍ତ୍ରଣା ହେଉଥାଏ କିମ୍ବା ଭାରୀପଣ ଅନୁଭବ ହେଉଥାଏ କିମ୍ବା ସନ୍ଦେହର ସ୍ଥିତି ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ସାକ୍ଷାତ କରିବା ଉଚିତ ।


Share It

Comments are closed.