ଫୋନର ଘଂଟି ବାଜିଲା, ଶବ୍ଦ ଆସିଲା ମୁଁ ନରେନ୍ଦ୍ର ମୋଦୀ କହୁଛି ..ଜାଣନ୍ତୁ ଏହାପରେ.କଣ ହେଲା
କରୋନା ମହାମାରୀ ମଧ୍ୟରେ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବାର ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ଜଣେ ବୟୋଜ୍ୟେଷ୍ଠ ଭାଜପା ନେତା ତଥା ପାହାଡ଼ି ବିକାଶ, ପରାମର୍ଶଦାତା ବୋର୍ଡର ପୂର୍ବ ଉପାଧ୍ୟକ୍ଷ କୁଳଦୀପ ରାଜ ଗୁପ୍ତାଙ୍କ ସହ ଫୋନରେ କଥାବାର୍ତା କରିଛନ୍ତି । ଦୁଇଦିନ ପୂର୍ବରୁ ପିଏମ ମୋଦୀ ପୂର୍ବ କେନ୍ଦ୍ରିୟ ଗୃହ ରାଜ୍ୟମନ୍ତ୍ରୀ ପ୍ରଫେସର ଚମନଲାଲ ଗୁପ୍ତାଙ୍କ ସହ ଫୋନରେ କଥାବାର୍ତା କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଭଲମନ୍ଦ କଥା ବିଷୟରେ ବୁଝିଥିଲେ ।
ଗୁପ୍ତାଙ୍କୁ ଗୁରୁବାର ସକାଳ ୯ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋନ ଆସିଥିଲା । ପାଖାପାଖି ୩ ମିନିଟର ଏହି କଥାବାର୍ତାରେ ସେ ଗୁପ୍ତାଙ୍କୁ ପୁରା ଜମ୍ମୁ-କଶ୍ମୀରରେ କରୋନା ସ୍ଥିତିକୁ ନେଇ କଥା ହେବା ସହ ତାଙ୍କୁ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ବୟସରଙ୍କ ମଧ୍ୟ ଗୁପ୍ତାଙ୍କ ଦ୍ୱାରା କରାଯାଉଥିବା ଜନକଲ୍ୟାଣ କାର୍ଯ୍ୟଗୁଡ଼ିକର ପ୍ରଶଂସା କରିଥିଲେ ମୋଦୀ ।
ଏହି ସମୟରେ ଗୁପ୍ତା ଜମ୍ମୁ-କଶ୍ମୀରରେ ଲୋକଙ୍କୁ ଏସଟିର ଅଧିକାର ଦେବାର ମାଙ୍ଗ କରି ପାହାଡ଼ୀ ଭାଷା ଲୋକଙ୍କ ପାଇଁ ଚାରି ପ୍ରତିଶତ ଆରକ୍ଷଣ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଗୁପ୍ତା ଜଣାଇଛନ୍ତି ଯେ ସକାଳେ ପ୍ରଧାନମନ୍ତ୍ରୀଙ୍କ ଫୋନ ପାଇ ତାଙ୍କୁ ପ୍ରଥମେ ବିଶ୍ୱାସ ହୋଇନଥିଲା । କିନ୍ତୁ ସେ ଆଗରୁ ମଧ୍ୟ ତାଙ୍କ ସହ କାମ କରିଛନ୍ତି । ପାହାଡ଼ୀ ଭାଷା ଲୋକଙ୍କର ଆରକ୍ଷଣ ପ୍ରସଂଙ୍ଗକୁ ନେଇ ସେ ଅନେକ ଥର ତାଙ୍କୁ ଦିଲ୍ଲୀରେ ଯାଇ ଭେଟ କରିଛନ୍ତି । ତାଙ୍କ ମତରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସରୁ ବୟଜ୍ୟେଷ୍ଠ ମାନଙ୍କୁ ସମ୍ବଳ ମିଳିବ ।
Comments are closed.