ଆମେରିକା ବୈଜ୍ଞାନିକଙ୍କ ଦାବି, ସୂର୍ଯ୍ୟ କିରଣରେ ଜଲଦି ଦୁର୍ବଳ ହେବ କରୋନା ଭାଇରସ

Share It

ବିଶ୍ୱ ମହାମାରୀ କରୋନା ଭାଇରସର ଭ୍ୟାକ୍ସିନକୁ ନେଇ ପୁରା ଦୁନିଆରେ ଗବେଷଣା ଜାରିରହିଛି । ଏହା ମଧ୍ୟରେ ଏକ ଗବେଷଣାରୁ ଦର୍ଶାଯାଇଛି ଯେ କରୋନା ଭାଇରସ ସୂର୍ଯ୍ୟାଲୋକରେ ମରିଯାଇଥାଏ । ଆମେରିକା ବୈଜ୍ଞାନିକମାନେ ଗୁରୁବାର ଦିନ ଏହି ଗବେଷଣା ବିଷୟରେ ସୂଚନା ଦେଇ ଜଣାଇଛନ୍ତି ଯେ କରୋନା ଭାଇରସ ସୂଯ୍ୟାଲୋକ ସମ୍ପର୍କରେ ଅସିବା ମାତ୍ରକେ ଶେଷ ହୋଇଯାଇଥାଏ । ଏବେ କିନ୍ତୁ ଏହି ଅଧ୍ୟୟନକୁ ସାର୍ବ ଜନୀନ କରାଯାଇନାହିଁ ଏବଂ ବାହାର ମୂଲ୍ୟାଙ୍କନର ପ୍ରତିକ୍ଷା କରାଯାଉଛି ।
ଡିପାର୍ଟମେଂଟ ଅଫ ହୋମଲ୍ୟାଣ୍ଡ ସେକ୍ରେଟାରୀର ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ପରାମର୍ଶଦାତା ୱିଲିୟମ ବ୍ରାୟନ ହ୍ୱାଇଟ ହାଉସରେ ସମ୍ବାଦଦାତାଙ୍କୁ କହିଛନ୍ତି ଯେ ସରକାରୀ ୈବଜ୍ଞାନକମାନେ କରୋନା ଭାଇରସ ଉପରେ ଅତିବାଇଗଣି କିରଣର ଶକ୍ତିଶାଳୀ ପ୍ରଭାବ ଦେଖିଛନ୍ତି । ଏହାର ପ୍ରସାର ଗରମରେ କମ ହୋଇପାରିବ ବୋଲି ସେମାନେ ଆଶା ଦର୍ଶାଇଛନ୍ତି ।
ବ୍ରାୟନ କହିଛନ୍ତି ଆମର ଗବେଷଣାରେ ଏପର୍ଯ୍ୟନ୍ତ ସବୁଠାରୁ ଖାସ କଥା ଏହା ଜଣାପଡ଼ିଛି ଯେ ସୂର୍ଯ୍ୟ କିରଣ ଉଭୟ ପୃଷ୍ଠଭାଗ ଓ ବାୟୁରେ ଏହି ଭାଇରସକୁ ମାରିବାର କ୍ଷମତା ରଖିଛି । ସେମାନେ କହିଛନ୍ତି ଯେ ଆମେ ତାପମାତ୍ରା ଏବଂ ଆର୍ଦ୍ରତାରେ ମଧ୍ୟ ଏଭଳି ପ୍ରଭାବ ଦେଖିଲୁ । ଅର୍ଥାତ ତାପମାତ୍ରା ଏବଂ ଆର୍ଦ୍ରତାରେ ବୃଦ୍ଧି କରିବା ଏହି ଭାଇରସ ପାଇଁ ଲାଭଦାୟୀ ନୁହେଁ ।
ଅଧ୍ୟୟନକୁ ଏପର୍ଯ୍ୟନ୍ତ ସମୀକ୍ଷା ପାଇଁ ଜାରି କରାଯାଇ ନାହିଁ , ଯାହାଦ୍ୱରା ସ୍ୱତନ୍ତ୍ର ବିଶେଷଜ୍ଞମାନଙ୍କ ପାଇଁ ଏହା ଟିପ୍ପଣୀ କରିବା କଷ୍ଟ ହୋଇଯାଇଛି ଯେ ଏହାର କାର୍ଯ୍ୟପ୍ରଣାଳୀ କେତେ ମଜବୁତ । ଏହା ଆଗରୁ ଜଣା ଯେ ଅତିବାଇଗଣୀ ରଶ୍ମୀରେ ଜୀବାଣୁ ରହିତ କରିବାର କ୍ଷମତା ରହିଛି । କାରଣ ବିକିରଣ ଜୀବାଣୁର ଅନୁବଂଶିକ ସାମଗ୍ରୀ ଓ ପୁନରାବୃତିର କ୍ଷମତାକୁ କ୍ଷତି ପହଂଚାଇଥାଏ । ଏହା ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଯେ ଅତିବାଇଗଣୀ କିରଣର ତୀବ୍ରତା ଏବଂ ୱେବଲେନ୍ଥ କଣ ଥିଲା ଏବଂ କଣ ଏହା ଗରମରେ ପ୍ରାକୃତିକ ପ୍ରକାଶ ସ୍ଥିତିରେ ମଧ୍ୟ ଏପରି ପ୍ରଭାବ ପକାଇବ ।
ୱିଲିୟମ ବ୍ରାୟନ, ମେରିଲ୍ୟାଣ୍ଡ ସ୍ଥିତ ନ୍ୟାସନାଲ ବାୟୋଡିଫେନ୍ସ ଆନାଲିସିସ ଆଣ୍ଡ କାଉଂଟର ମେଜର୍ସ ସେଂଟରର ଏକ ଗବେଷଣାକୁ ସେୟାର କରିଛନ୍ତି, ଏଥିରେ କୁହାଯାଇଛି କି ୩୫ ଡିଗୀରୁ ଅଧିକ ତାପମାତ୍ରା, ଆର୍ଦ୍ରତା ଥିବା ପୃଷ୍ଠଭାଗରେ ଭାଇରସର ବଂଚିରହିବାର ଅବଧିକୁ ଅଧା କରିଦିଏ ଏବଂ ୧୮ ଘଂଟା ପର୍ଯ୍ୟନ୍ତ ଜୀବିତ ରହିପାରୁଥିବା ଏହି ଭାଇରସକୁ କିଛି ମିନିଟରେ ଶେଷ କରିପାରେ ।
ବ୍ରାୟନ କହିଛନ୍ତି ଯେ ଆମେ ଜାଣିଛୁ ଗରମ ଭଳି ପରିସ୍ଥିତି ଏଭଳି ବାତାବରଣ ତିଆରି କରିବ ଯାହା ସଂକ୍ରମଣକୁ ପ୍ରସାର କମିପାରେ । ଏହା ଆମ ପାଇଁ ଆଗକୁ ବଢ଼ିବାର ସୁଯୋଗ ହେବ । ସେ କହିଛନ୍ତି ଯେ ଯେବେ ଭାଇରସ ଖରା ସଂଶ୍ପର୍ଷରେ ଆସେ ସେତେବେଳେ ତାପମାତ୍ରା ୭୪ ଡିଗ୍ରୀ ତଥା ନମନୀୟତା ୮୦ ଡିଗ୍ରୀ ରୁ ଉପରକୁ ରହିବ ଯଦି ଏହା କେଇ ମିନିଟ ମଧ୍ୟରେ ନଷ୍ଟ ହୋଇଯିବ ।


Share It

Comments are closed.