ଏଣ୍ଡୁଅ କାହିଁକି ରଙ୍ଗ ବଦଳାଏ ? ଜାଣନ୍ତୁ ଏହା ପଛର ପ୍ରାକୃତିକ ଓ ବୈଜ୍ଞାନିକ କାରଣ
ଏଣ୍ଡୁଅର ରଙ୍ଗ ବଦଳାଇବା ଦେଖି ଆମକୁ ବହୁତ କୌତୁହଳ ଲାଗିଥାଏ । କିନ୍ତୁ କୌତୁହଳରୁ ବାହାରି କଣ ଆପଣ କେବେ ଏହା ପଛର କାରଣ ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି ? ଯଦି ନାହିଁ ତେବେ କିଛି ଚିନ୍ତା କରିବାର ନାହିଁ ଆଜି ଆପଣ ଏହାର ରହସ୍ୟ ବିଷୟରେ ଜାଣିବେ ।
ପ୍ରାକୃତିକ କାରଣ:
ଦୁନିଆରେ ପ୍ରତ୍ୟେକ ଜୀବ ପାଖରେ ନିଜର କିଛି ବିଶେଷ ଗୁଣ ରହିଥାଏ, ଯାହାକୁ ନେଇ ସେ ନିଜ ଜୀବନଯାପନ କରିଥାଏ । ଠିକ ସେହିଭଳି କିଛି ବିଶେଷ ଗୁଣ ଏଣ୍ଡୁଅକୁ ମଧ୍ୟ ମିଳିଛି । ଏହା ଶୁଣିବାକୁ ମିଳେ ଯେ ନିଜର ସୁରକ୍ଷା ପାଇଁ ଏଣ୍ଡୁଅ ରଙ୍ଗ ବଦଳାଇଥାଏ । ଶିକାରୀଙ୍କ ଠାରୁ ବଂଚିବା ପାଇଁ ଏଣ୍ଡୁଅ ବସିଥିବା ସ୍ଥାନ ରଙ୍ଗ ଅନୁରୂପ ନିଜର ରଙ୍ଗ ବଦଳାଇଥାଏ । ଏହା ସହ ଶୀକାର କରିବା ପାଇଁ ମଧ୍ୟ ଏଣ୍ଡୁଅ ନିଜ ରଙ୍ଗ ବଦଳାଇଥାଏ । ଯାହାଦ୍ୱାରା ଶିକାରକୁ ଏଣ୍ଡୁଅର ଉପସ୍ଥିତି ବିଷୟରେ ଜଣାପଡ଼ିନଥାଏ ଏବଂ ସେ ସହଜରେ ଶିକାର କରିପାରେ ।
ବୈଜ୍ଞାନିକ କାରଣ:
ନୀକଟରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ଏଣ୍ଡୁଅ ନିଜ ଭାବନା ଅନୁଯାୟୀ ରଙ୍ଗ ବଦଳାଇଥାଏ । କ୍ରୋଧ, ଆକ୍ରାମକତା, ପରସ୍ପର ସହ କଥା ହେବା ପାଇଁ ଏବଂ ଅନ୍ୟ ଏଣ୍ଡୁଅଙ୍କୁ ନିଜର ମୁଡ ଦେଖାଇବା ପାଇଁ ଏଣ୍ଡୁଅ ରଙ୍ଗ ବଦଳାଇଥାଏ । ଗବେଷଣା ଅନୁଯାୟୀ ଏଣ୍ଡୁଅ ଅନେକ ଥର ନିକର ରଙ୍ଗ ନୁହେଁ କେବଳ ଚମକ ବଦଳାଇ ନିଅନ୍ତି । ସେହିଭଳି ବିପଦ ସମୟରେ ଏଣ୍ଡୁଅ ନିଜର ରଙ୍ଗ ସମେତ ନିଜର ଆକାର ମଧ୍ୟ ବଦଳାଇ ନିଅନ୍ତି । ଏହା ଆବଶ୍ୟକ ହେଲେ ନିଜର ଆକାର ଛୋଟ ମଧ୍ୟ କରିପାରେ ।
କିଭଳି ବଦଳାନ୍ତି ରଙ୍ଗ:
ଏଣ୍ଡୁଅର ଶରୀରରେ ଫୋଟୋନିକ କ୍ରିଷ୍ଟଲ ନାମକ ଏକ ଆସ୍ତରଣ ରହିଥାଏ, ଯାହା ବାତାବରଣ ଅନୁଯାୟୀ ରଙ୍ଗ ବଦଳାଇବାରେ ସାହାଯ୍ୟ କରିଥାଏ । ଫୋଟୋନିକ କ୍ରିଷ୍ଟଲର ଆସ୍ତରଣ ଆଲୋକର ପରାବର୍ତନକୁ ପ୍ରଭାବିତ କରିଥାଏ, ଯାହାଦ୍ୱାରା ଏଣ୍ଡୁଅର ବଦଳୁଥିବା ରଙ୍ଗ ଦେଖା ପଡ଼ିଥାଏ । ଯେମିତିକି ଯେତେବେଳେ ଏଣ୍ଡୁଅ ଜୋଶରେ ଥାଏ ତାହାଲେ ଫୋଟୋନିକ କ୍ରିଷ୍ଟଲର ଆସ୍ତରଣ ଢ଼ିଲା ପଡ଼ିଯାଏ ଯାହାଦ୍ୱାରା ଲାଲ ଓ ହଳଦିଆ ରଙ୍ଗକୁ ପ୍ରତିଫଳିତ କରିଥାଏ ।
ଏହାବ୍ୟତୀତ ଏଣ୍ଡୁଅ ଠାରେ କ୍ରିଷ୍ଟଲଗୁଡ଼ିକର ଆଉ ଏକ ଆସ୍ତରଣ ରହିଥାଏ, ଯାହା ଅନ୍ୟ ଆସ୍ତରଣ ତୁଳନାରେ ଅଧିକ ବଡ଼ ହୋଇଥାଏ । ଅଧିକ ତେଜ ପ୍ରକାଶ ହେଲେ ଏହା ଏଣ୍ଡୁଅକୁ ଗରମରୁ ରକ୍ଷା କରିଥାଏ ।
Comments are closed.