ଭାରତରେ ୧୦ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ଜାରି ରହିଲେ ମୂଳରୁ ଶେଷ ହୋଇପାରିବ କରୋନା : ଗ୍ଲୋବଲ ବିଶେଷଜ୍ଞ ରିଚର୍ଡ ହର୍ଟନ
କରୋନା ଭାଇରସ ମହାମାରୀର ପ୍ରସାରକୁ ଅଟକାଇବା ପାଇଁ ଭାରତରେ ୪୦ ଦିନର ଲକଡାଉନ ଜାରି ରହିଛି । କିନ୍ତୁ ଜଣେ ବିଶ୍ୱସ୍ତରୀୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭାରତରେ ଅତି କମରେ ୧୦ ସପ୍ତାହର ଲକଡାଉନ ଜାରି ରହିବା ଆବଶ୍ୟକ । ମେଡିକାଲ ଜର୍ଣ୍ଣଲ ଲାଂସେଂଟର ଏଡିଟର ଇନ ଚିଫ ରିଚର୍ଡ ହାଁର୍ଟନଙ୍କ କହିବା ଅନୁଯାୟୀ ଭାରତକୁ ଲକଡାଉନ ହଟାଇବାକୁ ନେଇ ତରବର ହେବା ଠିକ ନୁହେଁ ।
ତାଙ୍କ କହିବା ଅନୁଯାୟୀ ଭାରତକୁ କମ୍ ସେ କମ୍ ୧୦ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ଜାରି ରଖିବା ଦରକାର । ରିଚର୍ଡ ହାଁର୍ଟନ କହିଛନ୍ତି ଯେ କୌଣସି ଦେଶରେ ଏହି ମହାମାରୀ ସବୁଦିନ ପାଇଁ ରହିବ ନାହିଁ । ଏହା ଆପେ ଆପେ ଶେଷ ହୋଇଯିବ । ଯଦି ଭାରତରେ ଲକଡାଉନ ସଫଳ ରହେ ତେବେ ୧୦ ସପ୍ତାହରେ ଏହି ମହାମାରୀ ନିଶ୍ଚିତ ରୂପେ ବିନାସ ହେବ ବୋଲି ସେ କହିଛନ୍ତି ।
ବର୍ତମାନ ଭାରତରେ ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି ଯାହାକି ଆସନ୍ତା ମେ ୩ ପର୍ଯ୍ୟନ୍ତ ଲାଗୁ ହୋଇଛି । ଏହା ପରେ ସବୁକିଛି ସାମାନ୍ୟ ହୋଇଯିବ ବୋଲି ଲୋକମାନେ ଆଶାୟୀ ଅଛନ୍ତି । ଦେଶରେ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ମୋଟ ୪୦ ଦିନର ଲକଡାଉନ ଜାରି ହୋଇଛି ।
ଅନ୍ୟପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବଢ଼ିବାକୁ ଲାଗିଛି । ଲକଡାଉନ ୨.୦ର ଆଠ ଦିନ ମଧ୍ୟରେ ସଂକମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଗଲାଣି । ଏପର୍ଯ୍ୟନ୍ତ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୨୨୨୪ ହୋଇଥିବା ବେଳେ ୬୮୧ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।
Comments are closed.