ସ୍ମିଥ ଏବଂ ୱାର୍ଣ୍ଣରଙ୍କ ଉପରେ ସଠିକ କାର୍ଯ୍ୟନୁଷ୍ଠାନ ହୋଇଛି – ସଚିନ
ଯୁବ ସମୟ – କ୍ରିକେଟ ଅଷ୍ଟ୍ରେଲିଆ ( ସିଏ) ଉଭୟ ସ୍ମିଥ ଏବଂ ଡେଭିଡ ୱାର୍ଣ୍ଣରଙ୍କ ବିରୋଧରେ ଲଗାଇଥିବା ବାସନ୍ଦ ଠିକ ନିଷ୍ପତି ନେଇଛନ୍ତି କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁକର କହିଛନ୍ତି । “କ୍ରିକେଟ ସବୁବେଭେ ଭଦ୍ରଲୋକଙ୍କ ଖେଳ ଭାବରେ ପରିଚିତ । ଏହି ଖେଳ ଅତ୍ୟିନ୍ତ ସ୍ୱଚ୍ଚାତା ସହ ଖେଳାଯିବା ଆବଶ୍ୟକ ବୋଲି ମୁଁ ମନେ କରିଆସୁଛି । ବଲ ଟ୍ୟାମ୍ପରିଂକୁ ନେଇ ଯାହା ସବୁ ଘଟିଗଲା ତାହା ସମ୍ପର୍ଣ୍ଣ ଦୁର୍ଭାଗ୍ୟଜନକ ବୋଲି କ୍ରିକେଟର କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ମତ ଦେଇଛନ୍ତ”ି ।
ଗତ ଶନିବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ବଲ ଟାମ୍ପରିଂ ଅଭିଯୋଗ ଆସିବା ପରେ ସ୍ମିଥ ଏବଂ ବ୍ୟାନକ୍ରଫ୍ଟ ଏହି ଘଟଣା ସ୍ୱୀକାର କରିଥିଲେ, କିନ୍ତି ଏହାର ଖଳନାୟକ ସାଜିଥିଲେ ଡେଭିଡ ୱାର୍ଣ୍ଣର ଥିଲେ । ଏହା ଅଷ୍ଟ୍ରେଲିଆ କ୍ରିକେଟ ମହଲାରେ ଆଲୋଡନା ସୃଷ୍ଠି କରିଥିଲା । (ସିଏ)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜେମ୍ସ ସଦରଲ୍ୟାଣ୍ଡ ଏହି ଘଟଣାର ତଦନ୍ତ ଲାଗି ଅଷ୍ଟ୍ରେଲିଆ ଇଣ୍ଟେଗ୍ରିଟି ୟୁନିଟକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେମାନଙ୍କୁ ଦଣ୍ଡବିଧାନ ସୂରୁପ ସ୍ମିତ ଏବଂ ୱାର୍ଣ୍ଣରଙ୍କୁ ୧୨ ମାସ ଓ ବ୍ୟାନକ୍ରଫ୍ଟଙ୍କୁ ୯ ମାସ ପାଇଁ ଆନ୍ତର୍ଜାତିକ କ୍ରିକେଟରୁ ବାସନ୍ଦ ଏବଂ ବ୍ୟାନକ୍ରଫଙ୍କର ୭୫ % ପ୍ରତିଶତ ମ୍ୟାଚ ଫି କଟାଯାଇଥିବା ବେଳେସ୍ମିତ ଏବଂ ୱାର୍ଣ୍ଣର ୧୦୦% ମ୍ୟାଚ କଟାଯାଇଛି । ଏହା ସହ ଉଭୟ ସ୍ମିତ ଏବଂ ୱାର୍ଣ୍ଣରଙ୍କୁ ଆଇପିଏଲରୁ ମଧ୍ୟ ୧ ବର୍ଷ ପାଇଁ ବାସନ୍ଦ କରାଯାଇଛି ।
Comments are closed.