କରୋନାରେ ପୁଣି ଆକ୍ରାନ୍ତ ହେଲେ ଦେଶର ୬୮ ଯବାନ

Share It

କରୋନା ଭାଇରସ ଧୀରେ ଧୀରେ ସାମରିକ କ୍ଷେତ୍ରରେ ନିଜର କାୟା ବିସ୍ତାର କରିବାକୁ ଲାଗିଲାଣି । ଦେଶର ସୁରକ୍ଷା ଦାୟିତ୍ଵରେ ନିୟୋଜିତ ଥିବା ଯବାନମାନେ ଏହି ମହାମାରୀ ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ଫୋର୍ସ(ସିଆରପିଏଫ)ର ୬୮ ଯବାନ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ରକ୍ତ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଏହି ଯବାନମାନେ ପୂର୍ବ ଦିଲ୍ଲୀରେ ଥିବା ଏକ ବାଟାଲିୟନ ଶିବିରରେ ଅଛନ୍ତି। ଏହି ଶିବିବରରେ ବର୍ତ୍ତମାନ ସୁଦ୍ଧା ୧୨୨ ଜଣ ଯବାନ ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଲେଣି। ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସୁସ୍ଥ ହୋଇଛନ୍ତି।


Share It

Comments are closed.