କରୋନା ସମୟରେ ଖାଦ୍ୟ ପାଇଁ ସାମନାକୁ ଆସିଲା ଅସହାୟ ମା’ର କରୁଣ ଦୃଶ୍ୟ, ଭିଡିଓ ଭାଇରାଲ
‘ଯଦି ତୁମେ ଦୁନିଆକୁ ଆସିଛି ତେବେ ବଞ୍ଚିବାକୁ ପଡିବ…’ ମେହବୁବ ଖାନଙ୍କ ଏହି ଫିଲ୍ମ ‘ମଦର ଇଣ୍ଡିଆ’ ହିନ୍ଦି ସିନେମାର ସୁବର୍ଣ୍ଣ ପୃଷ୍ଠା ଅଟେ, ଯାହାକୁ ଯେତେଥର ଦେଖିବ ତାହା ସେତେ ସତେଜ ଲାଗିବ । ଫିଲ୍ମଟି ୧୯୫୭ରେ ପରଦାକୁ ଆସିଥିବାବେଳେ ଏଥିରେ ଅନେକ ଦୃଶ୍ୟ ପ୍ରାସଙ୍ଗିକ ମଧ୍ୟ ଅଟେ । ମନେ ପକାନ୍ତୁ ସେହି ଫିଲ୍ମରେ ଏକ ଦୃଶ୍ୟକୁ, ଯେତେବେଳେ ବନ୍ୟା ପରେ ଜଣେ ଦୁଃଖୀ ଅସହାୟ ମା’ ନିଜ ପିଲାଙ୍କ ଭୋକକୁ ଶାନ୍ତ କରିବା ପାଇଁ ମିଛିମିଛିକା ରୋଷେଇ କରି ସେମାନଙ୍କୁ ସାନ୍ତ୍ୱନା ଦେଉଥିଲା । କିନ୍ତୁ ପ୍ରକୃତରେ ସେଥିରେ ଖାଲି ପାଣି ଗରମ ଫୁଟୁଥିଲା । ବର୍ତ୍ତମାନର ଘଡିସନ୍ଧି ମୂହୂର୍ତ୍ତରେ ଠିକ ଏଭଳି ଏକ ମାମଲା କେନିଆରୁ ସାମନାକୁ ଆସିଛି, ଯେଉଁଥିରେ ଜଣେ ଦୁଃଖୀ ଅସହାୟ ମା’ ନିଜ ପିଲାମାନଙ୍କ ଭୋକକୁ ଶାନ୍ତ କରିବା ପାଇଁ ଏକ ପଥରକୁ ଫଟାଉଥିବାର ଦେଖିବାକୁ ମିଳିଛି ।
Kisauni widow “cooked" stones for her children as a ruse to stop them crying. The mother of eight lost her income due to coronavirus containment measures and was no longer able to feed her children. #NewNormal @Warungu pic.twitter.com/JfPknEWnbM
— NTV Kenya (@ntvkenya) April 30, 2020
କେନିଆର ମୋମ୍ବାସ ସହରର ‘ପେନିତା ବାହତି କିତ୍ସାଓ’ ୮ଟି ସନ୍ତାନର ମା’ ଅଟନ୍ତି । ସେ ବିଧବା ଏବଂ ଅଶିକ୍ଷିତ ଅଟନ୍ତି । ସେ ଲୋକଙ୍କ ଲୁଗା ଧୋଇ ନିଜ ପରିବାରର ଭରଣ ପୋଷଣ କରନ୍ତି । କିନ୍ତୁ କରୋନା ମହାମାରୀ ଯୋଗୁଁ ସେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି । ଏହି ବିପଦ ଯୋଗୁଁ ସେ ଏତେ ଗରିବ ହୋଇପଡିଛନ୍ତି ଯେ, ନିଜ ପିଲାଙ୍କ ଭୋକକୁ ଶାନ୍ତ କରିବା ପାଇଁ ତାଙ୍କୁ ମିଛଟାରେ ଏକ ପଥରକୁ ଫଟାଇବାକୁ ପଡୁଛି, ଯାହା ଦ୍ୱାରା ତାଙ୍କ ପିଲାମାନେ ଖାଦ୍ୟ ଖାଇବା ଆଶାରେ ଆହୁରୀ କିଛି ସମୟ ଅପେକ୍ଷା କରିପାରିବେ ।
କେନିଆ ଗଣମାଧ୍ୟମରେ ଏହି ଖବର ସାମନାକୁ ଆସିବା ପରେ ଅନେକ ଲୋକ ତାଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ଆଗକୁ ଆସିଥିଲେ । ସମସ୍ତ ମୋବାଇଲ ଫୋନ ଏବଂ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ତାଙ୍କୁ ଟଙ୍କା ମଧ୍ୟ ପଠାଇଥିଲେ ।
Comments are closed.